ପୁଣି ନିର୍ଣ୍ଣାୟକ ଭୂମିକାରେ ନବୀନ ଜଗନ୍ନ । ରାଜ୍ୟସଭା ଉପାଧ୍ୟକ୍ଷକୁ ନେଇ ଅଡୁଆରେ ବିଜେପି ।

ସାଗର ସୁନ୍ଦରାୟ ,

ଭୁବନେଶ୍ୱର : ଜନତା ଦଳ(ୟୁ) ର ସଦସ୍ୟ ହରିବଂଶ ନାରାୟଣ ସିଂ ରାଜ୍ୟସଭାର ଉପାଧ୍ୟକ୍ଷ ଅଛନ୍ତି । ନିଜର ସରଳତା , ସମ୍ବେଦନଶୀଳତା ଓ ଗୃହ ପରିଚାଳନାରେ ଦକ୍ଷତା ପାଇଁ ଶାସକ ଓ ବିରୋଧୀ ଉଭୟ ତାଙ୍କର ପ୍ରଶଂସା କରନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଥର ଟୁଇଟ କରି ହରିବଂଶଙ୍କର ପ୍ରଶଂସା କରିଥିଲେ । ଘଟଣା ଚକ୍ରରେ ଏବେ ସେହି ହରିବଂଶ ସିଂ ଏବେ ମୋଦୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ।

JDUର ସର୍ବମାନ୍ୟ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନ୍ଡିଏ ମେଣ୍ଟରୁ ଓହରି ଯାଇ ମହାମେଣ୍ଟରେ ସାମିଲ ହୋଇ ସରକାର ଗଠନ କରିଛନ୍ତି । ସେହି ଦୃଷ୍ଟିରୁ ବିଜେପି ଆଶାକରୁଥିଲା ହରିବଂଶ ସିଂ ନିଜ ଆଡୁ ରାଜ୍ୟସଭାର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବେ । କିନ୍ତୁ ରାଜ୍ୟସଭା ଉପାଧ୍ୟକ୍ଷ ପଦରୁ ଇସ୍ତଫା ନଦେବାପାଇଁ JDU ହରିବଂଶକୁ ନିର୍ଦେଶ ଦେବାରୁ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ରାଜ୍ୟସଭା ଉପାଧ୍ୟକ୍ଷଙ୍କୁ ଗାଦିଚ୍ୟୁତ ବକରିବା ପାଇଁ ହେଲେ ଧାରା 90-C ଅନୁଯାୟୀ ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବା ଛାଡ ବିଜେପି ପାଖରେ ଅନ୍ୟକିଛି ବିକଳ୍ପ ନାହିଁ ।

ବର୍ତମାନ ପରିସ୍ଥିତିରେ ରାଜ୍ୟସଭାର ସଦସ୍ୟ ସଂଖ୍ୟା ୨୩୭ ଥିବା ବେଳେ ଜାମ୍ମୁକାଶ୍ମୀର ରୁ ୪ ଟି ତ୍ରିପୁରାରୁ ୧ ଓ ୩ ଟି ମୋନାନିତ ସଦସ୍ୟଙ୍କ ଆସନକୁ ମିଶେଇ ମୋଟ ୮ ଆସନ ଖାଲି ଅଛି ।
ଶୀତକାଳୀନ ଅଧିବେଶନ ବେଳକୁ ୩ ମନୋନୀତ ଓ ତ୍ରିପୁରାର ୧ ଆସନରେ ନିର୍ବାଚନ ଶେଷ ହୋଇଯାଇଥିବ । ସେତେବେଳକୁ ସଦନର ସଦସ୍ୟଙ୍କ ସଂଖ୍ୟା ୨୪୧ ଓ ବହୁମତର ସଂଖ୍ୟା ୧୨୨ ହେବ ।ନିଜର ସହଯୋଗୀ ଦଳ ଓ ମନୋନୀତ ସଦସ୍ୟଙ୍କ ସଂଖ୍ୟା ମିଶି ଏନ୍ଡିଏ ର ସଦସ୍ୟ ସଂଖ୍ୟା ୧୧୬ ହେବ , ଯାହାକି ବହୁମତ ଠାରୁ ୬ ଟି ଆସନ କମ , ଏହି ପରିପ୍ରେକ୍ଷୀରେ ବିଜେପି ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ସମୟରେ ଏନ୍ଡ଼ିଏକୁ ସହଯୋଗ କରିଥିବା କରିଥିବା ବିଜେଡି ଓ ଟିଡିପିର ସାହାଯ୍ୟ ନେଇପାରେ । ଏପରିକି ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ବିଜେଡିକୁ ଦେଇ ପାରନ୍ତି ବୋଲି ଦିଲ୍ଲୀରେ ଆଲୋଚନା ହେଉଛି ।

Comments are closed.