Sign in
Sign in
Recover your password.
A password will be e-mailed to you.
Browsing Category
କବିତା
ଜନ୍ମାଷ୍ଟମୀ
ହେ କୃଷ୍ଣ, ହେ ଯାଦବ, ହେ କେଶବ,
ଏ ପରମ୍ପରା ତ ଚାଲିଛି ଚାଲିବ।
ବର୍ଷକରେ ଥରେ, ଜନ୍ମାଷ୍ଟମୀ ଆସିବ,
କିନ୍ତୁ ଆମ ମନରେ କଣ,
ଅଛି ସେହି ସମର୍ପଣ ଭାବ?
ପ୍ରାପ୍ତି ର କାମନା ଏହି ହୃଦୟରେ ଭରି
କରୁଛୁ ପ୍ରାର୍ଥନା ଆମ୍ଭେ ଦୁଇହସ୍ତ ଯୋଡ଼ି,
ସମସ୍ତ ସୌଭାଗ୍ୟ ପ୍ରଭୁ,ଦିଅହେ ଆମ୍ଭଙ୍କୁ,
ତବ…
ବାଳମୁକୁନ୍ଦ
ଶ୍ୟାମଳ ସକାଳ ତୁ
ଚୁଆଁ ଜହ୍ନରାତି
ଗୋପର ଗୋବିନ୍ଦ ତୁହି
ମିଠା ପ୍ରେମ କାତି ।
ହସରେ ତୋ ଫୁଟିଯାଏ
କଦମ୍ବ ଡାଳରେ
ଦୁଷ୍ଟାମିରେ ଉଛୁଳଇ
ଯମୁନା ଜୁଆରେ ।
ମଧୁବନୁ ଉଇଁ ଆସୁ
ଦ୍ବିତୀୟାର ଚାନ୍ଦ
ଗୋପୀଙ୍କ ଛାତିରେ ଭାଙ୍ଗି
ସବୁ ପ୍ରୀତି ବନ୍ଧ ।
ଷୋହଳସହସ୍ର ଫୁଲ
ଗୋଟିଏ ଭଅଁର…
ସିନ୍ଦୂର
*ସିନ୍ଦୂର *
ସିନ୍ଦୂର ଯେବେ ଦେଲି ମୁଁ ସିନ୍ଥିରେ
ଗୃହିଣୀ ସାଜିଲି ସେବେ ତୁମ ଘରେ
ଓଢ଼ଣୀ ଯେବେ ଦେଲି ମୁଁ ମଥାରେ
ଘରର ଦାୟୀତ୍ବ ନେଲି ଗୋ ସାଥିରେ
ହାତରେ ଯେବେ ପିନ୍ଧିଲି କଙ୍କଣ
ସଂସାରର ସୁଖ ଦୁଃଖକୁ କଲି ମୁଁ ବରଣ
ଆଙ୍ଗୁଠି ରେ ଯେବେ ପିନ୍ଧିଲି ମୁଦି
ସପନ ରାଇଜେ ଗଲି ଯେ ମୁଁ…
ଗୃହଲକ୍ଷ୍ମୀ
ଗୃହଲକ୍ଷ୍ମୀ
*****
ଅସରନ୍ତି ଘର କାମର
ଅତ୍ୟାଚାରରେ
ବିତେ ସାରା ଜୀଵନ,
ଅବହେଳିତ ଦେହ, ମନ
ଭାରାକ୍ରାନ୍ତ, ଶ୍ରାନ୍ତ
ମିଳେନି ଉନ୍ମୁକ୍ତ ବାତାୟନ
ଘରର କାନ୍ଥ ଭିତରେ
ଦିନ ଆସି ଯାଏ ଚାଲି
ପୂର୍ଣମୀ ଅମାବାସ୍ୟା ହୁଏ,
ବାରମାସେ ତେର ପର୍ବ
ଆତ୍ମୀୟ, ସ୍ୱଜନଙ୍କ ପରିଚର୍ଯ୍ୟା
ସମୟ…
ତୁମେ ହିଁ ତୁମେ,ମୋ ଭାବନାରେ
ମନୋଜ କୁମାର ଦାସ
ମୁଁ ନିମିତ୍ତ ମାତ୍ର
ଏ ସଂସାରରେ
ତୁମେ ହିଁ ତୁମେ
ସୃଷ୍ଟିର ଆଦିଅନ୍ତ
ସକଳ ଶକ୍ତିର ଆଧାର l
ମୋ ଭାବନାରେ ତୁମେ
ସୁଖରେ ଥାଅ
ଦୁଃଖରେ ଥାଅ
ଆଶିଷ, ଆଶୀର୍ବାଦ
ବିନା ସବୁ ଅସମ୍ଭବ
ଜୀବନର ମୂଲ୍ୟବୋଧ l
ଆସିଛି ଏକା
ଗଲାବେଳେ ଯିବି ଏକା
କେହି ନଥିବେ ସହିତ…
ନନ୍ଦୋତ୍ସବ
ବିଳାସ ଚନ୍ଦ୍ର ବେହେରା,
କାଲି ହୋଇଥିଲା କୃଷ୍ଣଙ୍କର ଜନ୍ମ
ଆଜି ପାଳୁ ନନ୍ଦୋତ୍ସବ
ଗୋପପୁର ହେଲା ଉତ୍ସବ ମୁଖର
ନାରାୟଣ ଆବିର୍ଭାବ l
ଯଶୋଦା ରାଣୀଙ୍କ କୋଳ ପୁରିଗଲା
ଆନନ୍ଦେ ବିଭୋର ନନ୍ଦ
ଗୋପବାଳ ମାନେ ଖୁସିରେ ନାଚିଲେ
କାନ୍ଧକୁ ମିଶାଇ କାନ୍ଧ l
ବଂଶୀ,ବେଣୁ,ସିଙ୍ଘା ତୁରୀ…