ନନ୍ଦୋତ୍ସବ

ବିଳାସ ଚନ୍ଦ୍ର ବେହେରା,

କାଲି ହୋଇଥିଲା କୃଷ୍ଣଙ୍କର ଜନ୍ମ
ଆଜି ପାଳୁ ନନ୍ଦୋତ୍ସବ
ଗୋପପୁର ହେଲା ଉତ୍ସବ ମୁଖର
ନାରାୟଣ ଆବିର୍ଭାବ l
ଯଶୋଦା ରାଣୀଙ୍କ କୋଳ ପୁରିଗଲା
ଆନନ୍ଦେ ବିଭୋର ନନ୍ଦ
ଗୋପବାଳ ମାନେ ଖୁସିରେ ନାଚିଲେ
କାନ୍ଧକୁ ମିଶାଇ କାନ୍ଧ l
ବଂଶୀ,ବେଣୁ,ସିଙ୍ଘା ତୁରୀ ଘାଗୁଡିରେ
ପ୍ରକମ୍ପିତ ଗୋପପୁର
ଖିରି ପୁରି ବସ୍ତ୍ର ଦାନ ଧର୍ମ ଚାଲେ
ଲୋକାରଣ୍ୟ ନନ୍ଦଘର l
ଗୋପେଗୋପାଙ୍ଗନାହେଲେଆନମନା
ବାଳୁତ କୃଷ୍ଣଙ୍କୁ ଦେଖି
ରାଧାଙ୍କର ମନେ ଶାଶ୍ୱତ ମଳୟ
ପ୍ରେମେ ଝଲସିଲା ଆଖି l
ସୃଷ୍ଟିର ନିୟମ ପାଳିଲେ କହ୍ନେଇ
ଭେଇଲେ ଅନେକ ଲୀଳା
ଦୁଷ୍ଟଙ୍କୁ ବିନାଶି କାଳର ଚକ୍ରରେ
ବାହୁଡ଼ିଲେ ନନ୍ଦବଳା l

ନଳିତା ନିଳୟ,
ବନ୍ତୁଣିଆ, 42 ମୋୖଜ଼ା,
କଟକ 

Comments are closed.