ତୁମେ ହିଁ ତୁମେ,ମୋ ଭାବନାରେ

ମନୋଜ କୁମାର ଦାସ
ମୁଁ ନିମିତ୍ତ ମାତ୍ର
ଏ ସଂସାରରେ
ତୁମେ ହିଁ ତୁମେ
ସୃଷ୍ଟିର ଆଦିଅନ୍ତ
ସକଳ ଶକ୍ତିର ଆଧାର l

ମୋ ଭାବନାରେ ତୁମେ
ସୁଖରେ ଥାଅ
ଦୁଃଖରେ ଥାଅ
ଆଶିଷ, ଆଶୀର୍ବାଦ
ବିନା ସବୁ ଅସମ୍ଭବ
ଜୀବନର ମୂଲ୍ୟବୋଧ l

ଆସିଛି ଏକା
ଗଲାବେଳେ ଯିବି ଏକା
କେହି ନଥିବେ ସହିତ
ତୁମେ ହିଁ ଥିବ ତୁମେ
ହରି ନାମ ସଂସାରରେ ସତ୍ୟ l

ପ୍ରଭୁ,ତୁମେ ମୋ ଜୀବନ
ଚଲା ପଥର ସାଥୀଟିଏ
ବଞ୍ଚିଥିବା ଯାଏ ତୁମକୁ ଚାହିଁ
ପ୍ରତିଟି ଶବ୍ଦ ଭାବନାରେ
ତୁମେ ଏକାନ୍ତ ନିଜର ହେଉଥାଅ l
********
ଆଳିଜଙ୍ଗା, କପାଳେଶ୍ୱର,
କେନ୍ଦ୍ରାପଡ଼ା
୯୯୩୭୧୭୮୭୫୫

Comments are closed.