ବାଳମୁକୁନ୍ଦ

ପ୍ରଦୀପ ନାୟକ

ଶ୍ୟାମଳ ସକାଳ ତୁ
ଚୁଆଁ ଜହ୍ନରାତି
ଗୋପର ଗୋବିନ୍ଦ ତୁହି
ମିଠା ପ୍ରେମ କାତି ।

ହସରେ ତୋ ଫୁଟିଯାଏ
କଦମ୍ବ ଡାଳରେ
ଦୁଷ୍ଟାମିରେ ଉଛୁଳଇ
ଯମୁନା ଜୁଆରେ ।

ମଧୁବନୁ ଉଇଁ ଆସୁ
ଦ୍ବିତୀୟାର ଚାନ୍ଦ
ଗୋପୀଙ୍କ ଛାତିରେ ଭାଙ୍ଗି
ସବୁ ପ୍ରୀତି ବନ୍ଧ ।

ଷୋହଳସହସ୍ର ଫୁଲ
ଗୋଟିଏ ଭଅଁର
ସବୁ ଦେହ ଦହିର ତୁ
ଗୋଟେ ଚିତ୍ତଚୋର ।

ତୋ ଲୀଳାରେ ପ୍ରେମବତୀ
ଗୋପ ଆଠ ପ୍ରହର
ଜଗତ ପ୍ରକୃତି ତୁ
ପୁରୁଷ ପ୍ରବର ।

ବନ୍ଧପଡା,

ମଦନପୁର କେନ୍ଦ୍ରାପଡ଼ା

ମୋ: ୮୯୧୭୩୭୦୨୨୭

Comments are closed.