ବହୁ ଚର୍ଚ୍ଚିତ ସିଙ୍ଗିରି ସରପଞ୍ଚ ଚିତ୍ରସେନ ଦାସ ହତ୍ୟା ମାମଲା, ୮ ଜଣଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡା: ଆଳି ବ୍ଲକ ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତର ପୂର୍ବତନ ସରପଞ୍ଚ ଚିତ୍ରସେନ ଦାସ ହତ୍ୟାକାଣ୍ଡ ମାମଲାର ବିଚାର କରି କେନ୍ଦ୍ରାପଡା ଜିଲ୍ଲା ଗୋପାଳ ବେହେରା ୮ ଜଣ ଆସାମୀଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଲେଖାଁଏ ଆର୍ଥିକ ରେ ଦଣ୍ଡିତ କରିଛନ୍ତି , ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ଲେଖାଁଏ ଦଣ୍ଡ ବିଧାନ କରିଛନ୍ତି ।

ହତ୍ୟାକାଣ୍ଡର ଶିକାର ହୋଇଥିବା ସରପଞ୍ଚ ଚିତ୍ରସେନ ଓ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସୁମନ୍ତ ଦାସ ପରସ୍ପର ସହିତ ଘନିଷ୍ଠ ସମ୍ପର୍କ ଥିଲା , ଉଭୟଙ୍କ ଘର ସିଙ୍ଗିରି ପଞ୍ଚାୟତର ବେଲାରି ଗାଁରେ । ପଞ୍ଚାୟତ ନିର୍ବାଚନରେ ଚିତ୍ରସେନଙ୍କୁ ବିଜୟୀ କରିବା ପାଇଁ ସୁମନ୍ତ ସବୁ ପ୍ରକାର ସାହାଯ୍ୟ କରିଥିଲା । କ୍ରମେ ପଞ୍ଚାୟତକୁ ଆସୁଥିବା ଠିକା କାମର ଭାଗବଣ୍ଟାକୁ ନେଇ ଉଭୟଙ୍କ ମଧ୍ୟରେ ମନାନ୍ତର ପାଟିତୁଣ୍ଡ ହେବାରୁ , ଆସାମୀ ସୁମନ୍ତ ଦାସ ଚିତ୍ରସେନକୁ ହତ୍ୟା କରିବା ପାଇଁ ଯୋଜନା କରି ସୁଯୋଗ ଅପେକ୍ଷାରେ ଥିଲା ।

ସେଦିନ ଥାଏ ୨୦୧୬ ମସିହା ଜୁଲାଇ ୮ ତାରିଖ ଶୁକ୍ରବାର । ସରପଞ୍ଚ ଚିତ୍ରସେନ କୋୖଣସି ଏକ କାମରେ ଆଳି ବ୍ଲକକୁ ଯିବା ବାଟରେ ଚଣ୍ଡିବଜାର ଛକ ନିକଟରେ ପୂର୍ବ ପ୍ରସ୍ତୁତିରେ ଥିବା ସୁମନ୍ତ (ବୁଲୁ) ଓ ତାର ଅନ୍ୟ ୭ ଜଣ ସହଯୋଗୀ ମାନେ ସଂଗବଦ୍ଧ ଆକ୍ରମଣ କରି ତାଙ୍କ ବେକରେ ଶାବଳ ପାକଇ ଚଢି ଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।ଏହି ହତ୍ୟାକାଣ୍ଡ ପ୍ରତିବାଦରେ ଉତ୍ୟକ୍ତ ଜନତା କଟକ ଚାନ୍ଦବାଲି ରାସ୍ତାକୁ ଦୀର୍ଘଦିନ ଧରି ଘେରାଉ କରିଥିଲେ । ଆଳି ପୋଲିସ ଏହି ଘଟଣାର ତଦନ୍ତକରି ମୁଖ୍ୟ ଷଡଯନ୍ତ୍ରକାରୀ ସୁମନ୍ତ ଦାସ ସମେତ , ପିତାମ୍ବର ନାୟକ , ଆଶିଷ ଦାସ , ସୁମନ୍ତ ପାଢ଼ୀ ,ସଚ୍ଚିଦାନନ୍ଦ ପୃଷ୍ଟି , ବସନ୍ତ ସେଠୀ ,ବିଜୟ ମଲ୍ଲିକ ଓ କ୍ଷୀରୋଦ ଦାସ ( ୧୯୮୨ ମସିହା ଇନ୍ଦୁପୁର ମେଡ଼ିକାଲ ଟ୍ରପିଲ ମର୍ଡର କେଶର ଅଭିଯୁକ୍ତ ) ଆଦି ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା , ଜିଲ୍ଲା ଜଜ୍ କୋର୍ଟ ମାମଲାର ଶୁଣାଣୀ କରି ୩୯ ସାକ୍ଷୀ ଓ ପ୍ରମାଣକୁ ତର୍ଜମା କରି ଉପରୋକ୍ତ ୮ ଜଣ ଆସାମୀ ମାନଙ୍କୁ ଦଫା ୩୦୨ ଓ ଆଇ.ପି.ସି ୧୨୦(ବି) ଧାରାରେ ଦଣ୍ଡିତ କରିଛନ୍ତି ।

Comments are closed.