ଗୃହଲକ୍ଷ୍ମୀ

ଗୃହଲକ୍ଷ୍ମୀ
*****
ଅସରନ୍ତି ଘର କାମର
ଅତ୍ୟାଚାରରେ
ବିତେ ସାରା ଜୀଵନ,
ଅବହେଳିତ ଦେହ, ମନ
ଭାରାକ୍ରାନ୍ତ, ଶ୍ରାନ୍ତ
ମିଳେନି ଉନ୍ମୁକ୍ତ ବାତାୟନ

ଘରର କାନ୍ଥ ଭିତରେ
ଦିନ ଆସି ଯାଏ ଚାଲି
ପୂର୍ଣମୀ ଅମାବାସ୍ୟା ହୁଏ,
ବାରମାସେ ତେର ପର୍ବ
ଆତ୍ମୀୟ, ସ୍ୱଜନଙ୍କ ପରିଚର୍ଯ୍ୟା
ସମୟ ପାଣି ପରି ବହିଯାଏ

ମନେପଡେ ଅଭିଆଡ଼ୀ ଦିନ
କେତେ ରଙ୍ଗୀନ ସ୍ବପ୍ନ
ଥଟ୍ଟା ପରିହାସ ସଙ୍ଗିନୀ ସହ,
ସବୁ ମାଡି ମକଚି
ପଶାଯାଏ ଲୁହାର ବାକ୍ସ ଭିତରେ
ଜୀଵନ ଏକ ଜୀବନ୍ତ ମହ

. ଜୀଵନର ଯଜ୍ଞକୁଣ୍ଡେ
ଆହୁତି କର୍ମର
ଆହୁତ ବି ସେ ନିଜେ,
ହୁତ୍ ହୁତ୍ ହେଇ ଜଳେ ନିଆଁ
ଧୂଆଁରେ ଆଖି ଜଳେ
ଲୁହରେ ଗଳା ଭିଜେ

ଆରାଧନା ମିଶ୍ର
8800245430

Comments are closed.