ମୋଦିଙ୍କ ଯୋଗ୍ୟତା ଓ ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଲେ ବର୍ଷିଲେ ତାମିଲନାଡୁର ଅର୍ଥମନ୍ତ୍ରୀ ଡଃ ପଲାନିବେଲ୍ ରାଜନ

ଫ୍ରିବି ପ୍ରସଙ୍ଗ , ମୋଦିଙ୍କ ଯୋଗ୍ୟତା ଓ ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଲେ ବର୍ଷିଲେ ତାମିଲନାଡୁର ଅର୍ଥମନ୍ତ୍ରୀ ଡଃ ପଲାନିବେଲ୍ ରାଜନ ।ଫ୍ରିବି କୁ ନେଇ ଏକ ଘରୋଇ ନିଉଜ ଚାନେଲରେ ଚାଲିଥିବା ଏକ ବିତର୍କରେ ଭାଗନେଇ ତାମିଲନାଡୁ ଅର୍ଥମନ୍ତ୍ରୀ ଡ଼ଃ ପଲାନିଭେଲ୍ ତ୍ୟାଗରାଜନ କେନ୍ଦ୍ରସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି , ରାଜ୍ୟମାନଙ୍କ ଉପରେ ହେଡମାଷ୍ଟରଗିରି ଦେଖାଇବାକୁ ପ୍ରଧାନମନ୍ତ୍ରୀଙ୍କର କୈାଣସି ଅଧିକାର ନାହିଁ ବୋଲି କହିଛନ୍ତି ।

ଇଣ୍ଡିଆଟୁଡେ ପକ୍ଷରୁ ଚାଲିଥିବା ବିତର୍କରେ ଭାଗନେଇ ଡଃ ତ୍ୟାଗରାଜନ ଫ୍ରିବିକୁ ନେଇ କେନ୍ଦ୍ର ସରକାର ଡବଲ ଷ୍ଟାଣ୍ଡର୍ଡ ଆପଣାଉ ଥିବାର ଆରୋପ ଲଗାଇଛନ୍ତି , ପ୍ରଧାନମନ୍ତ୍ରୀ ଯାହା ଉପଦେଶ ଦେଉଛନ୍ତି ତାହା କହିବା ପାଇଁ ତାଙ୍କ ପାଖରେ କୈାଣସି ସାମ୍ବିଧାନିକ ଆଧାର ଥାଏ ତାହେଲେ ମୁଁ ତାଙ୍କ କଥା ଶୁଣିବି ବୋଲି କହିଛନ୍ତି , ଉକ୍ତ ଟିଭି ଡିବେଟକୁ ପରିଚାଳନା କରୁଥିବା ସାମ୍ବାଦିକ ରାହୁଲ କୱଲଙ୍କ ପ୍ରଶ୍ନର ଜବାବ ରଖି ମନ୍ତ୍ରୀ ତ୍ୟାଗରାଜନ ଅର୍ଥଶାସ୍ତ୍ର ଉପରେରେ ପ୍ରଧାନମନ୍ତ୍ରୀଙ୍କ ଦକ୍ଷତାକୁ ନେଇ ପାଲଟା ପ୍ରଶ୍ନ କରି କହିଛନ୍ତି ଯେ ଅର୍ଥନୀତିକୁ ନେଇ ମୋଦୀଙ୍କ ପାଖରେ ଗୋଟିଏ ସ୍ବତନ୍ତ୍ର ପାରଙ୍ଗମତା ଅଛିକି ?? ସେ ଅର୍ଥନୀତିରେ ଡବଲ୍ ପିଏଚଡି ନା ଅର୍ଥନୀତିରେ ନୋବେଲ ପାଇଛନ୍ତି କିମ୍ବା ଅର୍ଥନୀତୀ ଚଳାଇବାରେ ଭଲ ଟ୍ରାକ୍ ରେକର୍ଡ ଅଛି ? ଯଦ୍ବାରା ସେ ଚମତ୍କାର ଭାବରେ ଦେଶର ଅର୍ଥନୀତିକୁ ଚଳାଇଛନ୍ତି ? ଯଦି ସେ ଆଶ୍ଚର୍ଯ୍ୟଜନକ ଭାବେ ଦେଶର ଋଣଭାର କମାଇ ଥାଆନ୍ତେ ତେବେ ଆମେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଗ୍ରହଣ କରିଥାନ୍ତୁ । ତାଙ୍କ କାର୍ଯ୍ୟକାଳ ସମୟରେ ମୁଣ୍ଡପିଛା ଆୟ ବଢାଇବା କିମ୍ବା ଅଧିକ ରୋଜଗାର ସୃଷ୍ଟି କରିବାରେ ସକ୍ଷମ ହୋଇ ଥାଆନ୍ତେ ତେବେ ଆମେ ତାଙ୍କ କଥା ଶୁଣିବୁ । ଯଦି ଏସବୁରୁ କୈାଣସି ଗୋଟିଏ ବି ସତ ନୁହେଁ, ଆମେ କାହିଁକି ପ୍ରଧାନମନ୍ତ୍ରୀଙ୍କ କଥା ଶୁଣିବୁ ? ତାଙ୍କ କଥା କାହିଁକି ଗୋଲ୍ଡ ଷ୍ଟାଣ୍ଡାର୍ଡ ହେବ ବୋଲି ପ୍ରଶ୍ନ କରିଛନ୍ତି ।
ବିତର୍କରେ ଭାଗ ନେଇଥିବା ପ୍ରତିପକ୍ଷ ବିଜେପି ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବାକୁଯାଇ ଡଃ ତ୍ୟାଗରାଜନ କହିଛନ୍ତି ଯେ ମୁଁ କେନ୍ଦ୍ର ସରକାରଙ୍କ ଅପେକ୍ଷା ଭଲ କାମ କରୁଛି । ମୁଁ ଗ୍ୟାରେଣ୍ଟି ଦେଉଛି ଆସନ୍ତା ତିନି ବର୍ଷ ଧରି ସେହିପରି କାମ କରି ଚାଲିବି। ମୋ ରାଜ୍ୟ କେନ୍ଦ୍ର ସରକାରଙ୍କ ଟ୍ରେଜରୀକୁ ବହୁତ ଟଙ୍କା ଦେଉଛି। ଆମ ରାଜ୍ୟରୁ କେନ୍ଦ୍ରକୁ ୧ ଟଙ୍କା ଗଲେ ସେଠାରୁ ଆମ ପାଖକୁ ୩୩/୩୫ ପଇସା ଆସୁଛି। ମୁଁ ତମ ପାଇଁ ଆଉ ଅଧିକ କ’ଣ କରିବି ବୋଲି ତମେ ଭାବୁଛ ? ମୁଁ କାହିଁକି ତମ କଥା ଶୁଣିବି ? କେଉଁ ଆଧାରରେ ଶୁଣିବି ? ତମ କଥା ଶୁଣିବା ପାଇଁ କୈାଣସି ସାମ୍ବିଧାନିକ କାରଣ ରହିଛି କି ? ନାହିଁ , ତମେ କଣ ଜଣେ ଅର୍ଥନୈତିକ ବିଶେଷଜ୍ଞ ? ନା । ତମ ପାଖରେ ଅର୍ଥନୀତିରେ ନୋବେଲ ପୁରସ୍କାର ଅଛି ? ନା । ତମେ କଣ ଆମଠାରୁ ଭଲ କାମ କରିଛ ? ନା । ତେଣୁ ମୁଁ ତମ କଥାରେ ମୋ ଆର୍ଥିକ ନୀତି କାହିଁକି ବଦଳାଇବି ? ତମେ କଣ ସ୍ଵର୍ଗରୁ ସମ୍ବିଧାନଠୁ ବଳି ଆହୁରି ଅଧିକ କ୍ଷମତା ପାଇଛ ବୋଲି କହି ତାମିଲନାଡୁର ଅର୍ଥ ମନ୍ତ୍ରୀ ଶ୍ରୀ ତ୍ୟାଗରାଜନ କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିର ତୀବ୍ର ସମାଲୋଚନା କରିଛନ୍ତି ।

Comments are closed.