ଓଡିଶା

ବିଳାସ ବେହେରା

ମୁଖ୍ୟ ମନ୍ତ୍ରୀ ଆମ ନମ୍ବର ଉଆନ
ରଖିଛନ୍ତି ରାଜ୍ୟ ଟେକ
ମୁଖ୍ୟ ସଚିବଙ୍କ ବୟସ ସରୁନି
ରହିବେ ମରିବା ତକ l
ବାଇଶି ବରଷ ସରକାର ଆମ
କାର୍ଯ୍ୟ ତ ବିଶ୍ୱ ସ୍ତରୀୟ
ବେଙ୍ଗ ମୁତିଦେଲେ ଭାଷେ ରାଜଧାନୀ
ରାସ୍ତାରେ ନର୍ଦମା ସୁଅ l
ସରେ ନାହିଁ ଆମ ଜାଇକା ଯୋଜନା
ମୃତାହତ ସଂଖ୍ୟା ବଢେ
ପର୍ବ ପର୍ବାଣୀତ ଫିକା ପଡ଼ିଯାଏ
ବ୍ୟବସାୟ ମନ୍ଦା ପଡେ l
କେବେ ସୁଧୁରିବ ରାଜ୍ୟର ଭବିଷ୍ୟ
ଜଗତର ନାଥ ସାହା
ଓଡିଶା ବାସୀଙ୍କ ଦୁଃଖ ଦୂର କର
ଜନତାଙ୍କୁ ମିଳୁ ରାହା l

୪୨ ମୋୖଜ଼ା, କଟକ

Comments are closed.