ଗଣେଶ ବନ୍ଦନା

ଅର୍ଜୁନୀ ଚରଣ ବେହେରା

ମସ୍ତେ ଦେବ ବିଘ୍ନ ରାଜ l
ବିଘ୍ନବିନାଶେ ତୋର କାର୍ଯ୍ୟ ll
ନମସ୍ତେ ଦେବ ବକ୍ର ତୁଣ୍ଡ l
ମହା କାୟ ହେ ଗଜ ମୁଣ୍ଡ ll
ନମସ୍ତେ ଗଉରୀ ନନ୍ଦନ l
ସର୍ବାଗ୍ରେ ତୋହର ବନ୍ଦନ ll
ନମସ୍ତେ ଦେବ ଲମ୍ବୋଦର l
ହସ୍ତରେ ଅଙ୍କୁଶ ସୁନ୍ଦର ll
ନମସ୍ତେ ଇନ୍ଦୁର ବାହନ l
କ୍ଷୁଦ୍ର ନୟନ ଦୀର୍ଘ କର୍ଣ୍ଣ ll
ନମସ୍ତେ ସର୍ବ ସିଦ୍ଧି ଦାତା l
ସନ୍ତୋଷୀ ମାତାଙ୍କର ପିତା ll
ତୋ ଜାୟାମାନେ ରିଦ୍ଧି ସିଦ୍ଧି l
ପ୍ରାଣୀଙ୍କୁ ଦେଉ ସଦବୁଦ୍ଧି ll
ତୋ ପିତା କଇଳାଶ ବାସୀ l
ମୋଦକ ଗ୍ରାସେ ତୁ ବିଳାସୀ ll
ସର୍ବ ପୁରାଣ ଶାସ୍ତ୍ର ବେଦ l
ଲେଖନେ କଲୁ ଲିପିବଦ୍ଧ ll
ନମସ୍ତେ ଦେବ ଅଗ୍ରପୂଜ୍ୟ l
ତୋର ପୂଜନେ ସିଦ୍ଧି କାର୍ଯ୍ୟ ll
ବିଘ୍ନେଶ ବିଦ୍ୟାର ଭଣ୍ଡାର l
ତୋ’ ପାଦେ ମୋର ନମସ୍କାର ll
🙏🙏🙏
ଅର୍ଜୁନୀ
——————–
ମୋ – ୭୬୯୩୦୯୧୯୭୧

Comments are closed.