ଉତ୍କଳ ସମ୍ମିଳନୀ ପଶ୍ଚିମ ସିଂହଭୂମ ଜିଲ୍ଲା ଶାଖା ପକ୍ଷରୁ ପୁସ୍ତକ ବିତରଣ ।

ଭୂବନେଶ୍ୱର  : ଓଡିଶା ସରକାର ଙ୍କ ପକ୍ଷରୁ ଉତ୍କଳ ସମ୍ମିଳନୀ କେନ୍ଦ୍ର ସମିତି ଭୂବନେଶ୍ୱର ଦ୍ୱାରା ପଠା ଯାଇଥିବା ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ଓ ବ୍ୟାକରଣ ବହି ଆଜି ପଶ୍ଚିମ ସିଂହଭୂମ ଜିଲ୍ଲାର ଛଅ ଟି ପ୍ରଖଣ୍ଡ ଯଥା ସୋଣୁଆ , ଗୈଇଲକେରା , ବନ୍ଦଗାଁ , ଜଗନ୍ନାଥପୁର , ଚାଇଁବସା ଓ ଚକ୍ରଧରପୁର ର ଓଡ଼ିଆ ବିଦ୍ୟାଳୟ କୁ ଦିଆଯାଇଛି । ଏହି ପୁସ୍ତକ ବିତରଣ ର ବୈଠକରେ ରେ ମୂଖ୍ୟ ଅତିଥି ଭାବେ ଜବାହରଲାଲ ନେହେରୁ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ନାଗେଶ୍ୱର ପ୍ରଧାନ , ଉତ୍କଳ ସମ୍ମିଳନୀ ପଶ୍ଚିମ ସିଂହଭୂମ ଜିଲ୍ଲା ଶାଖା ର ସଭାପତି ଶ୍ରୀ ପ୍ରଦୀପ୍ତ କୁମାର ଦାଶ , ଉପସଭାପତି ଶ୍ରୀ ଚିରଞୀବୀ ପ୍ରଧାନ , ଉପସଭାପତି ଶ୍ରୀ କାମାକ୍ଷା ପ୍ରସାଦ ସାହୁ , ପୂର୍ବତନ ସମ୍ପାଦକ ଶ୍ରୀ ପୁର୍ଣେନ୍ଦୁ କୁମାର ନନ୍ଦ ପରିଦର୍ଶକ ଶ୍ରୀ ସରୋଜ କୁମାର ପ୍ରଧାନ ଆଦି ଙ୍କ ଉପସ୍ଥିତି ରେ ଓଡ଼ିଆ ଭାଷା ଶିକ୍ଷା ର ବିକାଶ ବିଷୟରେ ଆଲୋଚନା କରାଯାଇଥିଲା ଓ ଉପସ୍ଥିତ ଓଡ଼ିଆ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଓଡ଼ିଆ ସାହିତ୍ୟ ଓ ବ୍ୟାକରଣ ପୁସ୍ତକ ବଣ୍ଟନ କରାଯାଇଛି ।

Comments are closed.