ନାଉରିଆ

ଶ୍ରୀ ସୁରଥ ପାଇକ

ନକ ମାତା କରି ସ୍ମରଣ ।
ମଥା ନୁଁଆଇ ତା ‘ ନଉକା ବରୁଣ ।।
ମୁଣ୍ଡର ଝାଳ ତୁଣ୍ଡରେ ମାରି ।
ନାଉରୀ ଯାଉଛି ନାବ ଟିକୁ ଧରୀ ।।
ପେଟ ପୋଷଣ ଲାଗି ନାବିକ ।
କୂଳେ ଲଗାଇ ଡ଼ଙ୍ଗା ସାଜେ ସେବକ ।।
ଗମନା ଗମନ ପଥେ ଯାଇ ।
ଅନେକ ଦୂରରୁ ବିଦେଶୀ ବାଟୋଇ ।।
ଭଉଁରୀ ଖେଳରେ ଚମକାଇ ।
ଦୁଇକୂଳ ଖାଇ ଉଛୁଳଇ ନଈ ।।
ଖରା ବରଷା ପେଟକୁ ପିଠି ।
ଉଷା,ଗୋଧୂଳି ଜଗିବସେ ସେଇଠି ।।
କୋହୁଲିଆ ଆକାଶେ ପବନ ।
ଲହଡ଼ା ଓ ଲହରିର ଆଗମନ ।।
ଅକାତ ଜଳରେ ଆହୁଲାର ।
ଟପ୍ ଟପ୍ ପଡେ ସରଗ ପଥର ।।
ବିଜୁଳି,ଘଡଘଡି ଚମକାଇ ।
କଳାହାଣ୍ଡିଆ ବଳାହକ ଆସଇ ।।
ଡ଼ଙ୍ଗା ତା ‘ ସଜା କେଡେ ସୁନ୍ଦର ।
କୋମଳ ହୃଦୟ କାତ ନାବିକର ।।
ତୋୟରେ ଡ଼ଙ୍ଗା ନାବିକ କାତ ।
ସୁନ୍ଦର ଦିଶଇ ତା ‘ ଦୂର ପର୍ବତ ।।
ନିଜକୁ ନିଜେ ବଳି ପକାଇ ।
ସେବା କରେ ଜନହିତ ଲାଗି ସେଇ ।।
………………………………….
ଗଙ୍ଗାପୁର,ଗଜପତି
ଦୂ.ଭା :- ୯୭୭୭୭୯୭୦୨୫/୮୦୧୮୦୦୫୫୩୮

Comments are closed.