କେନ୍ଦ୍ର ସାର ଏବଂ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏକ ବଡ଼ଙ୍କ ଘୋଷଣା ।

ନୂଆଦିଲ୍ଲୀ: କେନ୍ଦ୍ର ସାର ଏବଂ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏକ ବଡ଼ ଘୋଷଣା କରିଚନ୍ତି। ୟୁରିଆ ଏବଂ ଡିଏଏଫ ସହ ଅନ୍ୟ ସମସ୍ତ ସବସିଡିଯୁକ୍ତ ସାର ଅସନ୍ତା ଅକ୍ଟୋବରରୁ ଗୋଟିଏ ବ୍ରାଣ୍ଡ ‘ଭାରତ’ ନାଁରେ ବିକ୍ରି କରାଯିବ ବୋଲି ସୂଚନା ଦେଇଛନ୍ତି । ଏନେଇ ସାର ସବସିଡି ଯୋଜନା ପ୍ରଧାନମନ୍ତ୍ରୀ ଭାରତୀୟ ଜନଉର୍ବରକ ପରିଯୋଜନା (ପିଏମବିଜେପି) ଅଧିନରେ ‘ୱାନ ନେସନ-ୱାନ ଫର୍ଟିଲାଇଜର’ର ଘୋଷଣା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ମାଣ୍ଡଭିୟ କହିଛନ୍ତି, କମ୍ପାନି ଗୁଡିକ ନିଜର ନାଁ, ବ୍ରାଣ୍ଡ, ଲୋଗୋ ଏବଂ ଅନ୍ୟ ପ୍ରାସଙ୍ଗିକ ସୂଚନା ତାଙ୍କ ବ୍ୟାଗର କେବଳ ଏକ ତୃତୀୟାଂଶ ସ୍ଥାନରେ ପ୍ରଦର୍ଶିତ କରିପାରିବେ । ବଳକା ଦୁଇ ତୃତୀୟାଂଶ ସ୍ଥାନରେ ଭାରତ ବ୍ରାଣ୍ଡ ଏବଂ ପିଏମବିଜେପିର ଲୋଗ ପ୍ରଦର୍ଶିତ କରିବାକୁ ପଡିବ । ନିଜର ପୁରୁଣା ଷ୍ଟକ ଶେଷ କରିବା ପାଇଁ ପାଇଁ କମ୍ପାନି ଗୁଡିକ ଚଳିତ ବର୍ଷ ଶେଷ ଯାଏଁ ସମୟ ଦିଆଯିବ।

ଗତ ବର୍ଷ କେନ୍ଦ୍ର ସରକାର ୧.୬୨ ଲକ୍ଷ କୋଟି ଟଙ୍କା ସାର ସବସିଡି ବାବଦରେ ଖର୍ଚ୍ଚ କରିଥିଲେ । ଗତ ପାଞ୍ଚ-ଛଅ ମାସରେ ବିଶ୍ୱରେ ଦରବୃଦ୍ଧିକୁ ନଜରରେ ରଖି ସରକାର ଚଳିତ ଆର୍ଥିକ ବର୍ଷରେ ସବସିଡି ଖର୍ଚ୍ଚକୁ ୨.୨୫ ଲକ୍ଷ କୋଟି ଟଙ୍କା ହେବା ନେଇ ଆକଳନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗୋଟିଏ ବ୍ରାଣ୍ଡ ହେବା ଦ୍ୱାରା କ୍ରସ ମୁଭମେଣ୍ଟକୁ ବନ୍ଦ ହେବା ସହ କମ୍ପାନି ଗୁଡିକ ନିଜର ଉତ୍ପାଦକୁ ଉତ୍ପାଦନ କେନ୍ଦ୍ର ନିକଟରେ ଯେପରି ବିକ୍ରି କରିପାରିବେ ତାହା ସୁନିଶ୍ଚିତ କରିହେବ । ଏହାଦ୍ୱାରା ଅନାବଶ୍ୟକୀୟ ପରିବହନ ଖର୍ଚ୍ଚକୁ ରୋକାଯାଇ ପାରିବ । ସେ କହିଛନ୍ତି, ଏହାଦ୍ୱାରା ସାରର ଉପଲବ୍ଧତା ବୃଦ୍ଧି ପାଇବ ଏବଂ ବିନା କୌଣସି ବାଧାରେ ଯୋଗାଣ ପ୍ରକ୍ରିୟା ସୁବ୍ୟବସ୍ଥିତ ହୋଇପାରିବ ।

Comments are closed.