୧୦୭ କେଜି ଗଂଜେଇ ସହ ବଲେରୋ ଜବତ

ବୌଦ୍ଧ : (ବିବି ନିୟୁଜ ବ୍ୟୁରୋ) ଆଜି ବୌଦ୍ଧ ଜ଼ିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୧୦୭ କେଜି ଗଂଜେଇ ସହିତ ଗୋଟାଏ ବଲେରୋ ଏସ୍ ଏଲ୍ ଇ  ରେଜିଷ୍ଟ୍ରେସନ ନମ୍ବର ଓଆର୍ ୧୯ ଏମ୍ ୦୭୯୫ କୁ ଜବତ କରିବା ସହିତ ଘଟଣା ସ୍ଥଳ ରେ ଜଣକୁ ଗିରଫ କରିଛି l ଏବଂ ପୁରା ଘଟଣାର ଅନୁସନ୍ଧାନ ଚାଲିଥିବା ସୂଚନା ମିଳିଛି l ଏକ୍ସସାଇଜ ଇନ୍ସପେଟର ଶ୍ରୀମତୀ ସାଗରୀକା ପଧାନ, ଇନ୍ସପେକ୍ଟର ମୋବାଇଲ ସ୍କୱାର୍ଡ ସ୍ପନ୍ଦନ ମହାନ୍ତି, ଏ ଏସ ଆଇ ରୁପେଶ ମୁଖି, ଏଏସ ଆଇ ଜ଼ିଲ୍ଲା ମୋବାଇଲ ଅଞ୍ଜନ କୁମାର ଜେନା, କନେଷ୍ଟବଲ ଲୋକନାଥ ଭୋଇ, ସତ୍ୟ ମୁଖି, କୈଳାସ ସାହୁ, ଶ୍ରୀମତୀ ଅଞ୍ଜଳୀ ଅମାତ(ଏସ ଇ) ପ୍ରମୁଖ ଏଇ ଚଢ଼ାଉ ବେଳେ ଉପସ୍ଥିତ ଥିଲେ l

Comments are closed.