ଶୀର୍ଷକ :- ଅଗ୍ରପୂଜ୍ୟ ଶ୍ରୀ ଗଣେଶ

ସୁରଥ ପାଇକ

ଦେବା ଦେବୀଙ୍କ ପୂରୁବେ ଗଜାନନ
ତୁମେଜେ ପୂଜିତ
ଅଜ୍ଞାନ ଅନ୍ଧକାର ଆଲୋକ କର
ଜ୍ଞାନ ପ୍ରକାଶିତ ।।
ତୁମ କରୁଣାରୁ ଚାଲିଛି କଲମ
ପ୍ରଭୁ ଗଣପତି
ବିଦ୍ୟା ଭଣ୍ଡାର ପ୍ରଭୁ ଜ୍ଞାନ ସାଗର
ଅଗତିର ଗତି ।।
ଜୟ ବକ୍ରତୁଣ୍ଡ, ଶୋଭେଗଜମୁଣ୍ଡ
ଜୟ ଶ୍ରୀ ଗଣେଶ
ମୂଷିକ ବାହନ ଦୁଃଖ ନେଇଦିଅ
ମୁଖରେ ହରସ ।।
ଶିବ ପୁତ୍ର ଆହେ ପାର୍ବତୀ ନନ୍ଦନ
ତୁମ ଶୁଭାକାନ୍ତି
ଭକ୍ତି ଅର୍ଘ୍ୟ ପୂଜା ଚରଣେ ତୁମର
କଲେ ମିଳେ ଶାନ୍ତି ।।
ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ଜନ୍ମ
ଶିବଗୌରୀ ଅଂଶ
ସ୍ଵୟଂ ତ୍ରିଦେବ ଗାଇ ଶୁଣୁ ଜ୍ଞାନ
କାର୍ତ୍ତିକ ଗଣେଶ ।।
ଧୂମ୍ର ବର୍ଣ୍ଣ ମହକାୟ ଆକାର ତବ
ସୁ ମଙ୍ଗଳମୂର୍ତ୍ତୀ
ସୁଖ ସମୃଦ୍ଧି ଶୁଭ ଦାୟକ ତୁମ୍ଭେ
ଆହେ ଗଣପତି ।।

ଗଙ୍ଗାପୁର,ଗଜପତି
ଦୂ.ଭା :- ୯୭୭୭୭୯୭୦୨୫

Comments are closed.