Browsing Category

କବିତା

ବିଶ୍ବକର୍ମା

ବିଶ୍ୱକର୍ମା ସେ ବିଶ୍ୱ ନିୟତା ଗଢ଼ିଛନ୍ତି ବୃଦ୍ଧ ବେଶେ ଅଧାଗଢା ଦିଅଁ ଫୁଟାଇଛନ୍ତି କାରିଗରୀ ନିପୁଣତା ପାଣ୍ଡବ ବରୁଣ କୁବେରଙ୍କ ସ୍ୱର୍ଗତୂଲ୍ୟ ପ୍ରାସାଦ ସମୁହେ । ସେ ଯନ୍ତ୍ରୀ ଗଢ଼ିଛନ୍ତି ଯନ୍ତ୍ର ପୁଷ୍ପକ ବିମାନ ମାନିବାକୁ ହେବ ତାଙ୍କ ସ୍ଥାପତ୍ୟର କଳା କଉଶଳ ସ୍ୱର୍ଣ୍ଣ…

ମର୍ତ୍ତ୍ୟ ବୈକୁଣ୍ଠ

କାହିଁ ଯାଉ କାଶୀ କାହିଁ ଯାଉ ବୃନ୍ଦାବନ l ନୀଳାଚଳ ଧାମେ ବିଜେ ବ୍ରହ୍ମ ସନାତନ ll ନାନାଦେଶ ତୀର୍ଥେଯିବା କିବା ପ୍ରୟୋଜନ l ଏ ମର୍ତ୍ତ୍ୟବୈକୁଣ୍ଠେ ବିଜେ ସ୍ୱୟଂ ନିରଞ୍ଜନ ll ଯଶୋଦା ନନ୍ଦନ ଦଇତାରୀ ଦୀନବନ୍ଧୁ l ଦର୍ଶନ ମାତ୍ରକେ ପ୍ରାଣୀ ତରେ ଭବସିନ୍ଧୁ ll କେଶବ ମାଧବ ଜୟ ମଙ୍ଗଳ…

ଜୀବନ ଯନ୍ତ୍ରଣା

ଅସହାୟ ଅସମର୍ଥ ବୋଲିତ ସାମ୍ନା କରୁଛି ପ୍ରତିଟି ମୁହୂର୍ତ୍ତରେ ଅସୁମାରୀ କଷ୍ଟକୁ l ବଞ୍ଚିବାର ମୋହ ଛାଡ଼ିନି ପେଟ ଚାଖଣ୍ଡେ ପାଇଁ ଅଭିନୟ କରିବାକୁ ହେବ ଖଣ୍ଡିଏ ରୋଟି, ମୁଠାଏ ଭାତ ଆଉ କିଛି ଲୋଡା ନାହିଁ l ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲେଖା ଅଛି କପାଳରେ ସୁଖ ଶାନ୍ତିର…

ଆଶ୍ରମ ନାମେ ବଦରିକା

ସତ୍ୟ ଯୁଗେ ପ୍ରଭୁ ନରନାରାୟଣ ବଦରି ବନେ ବିହାର l ଧ୍ରୁବ,ପ୍ରହଲ୍ଲାଦ ତରିଗଲେ ଜପି ବଦ୍ରିକା ଆଶ୍ରମ ସାର ll ହିମାଳୟ କ୍ରୋଡ଼େ ବଦରିକା ନୀଡ଼େ ବାସ କଲେ ଦୟାମୟ l ବେଦବ୍ୟାସ ମୁନି ବେଦ ଭାଗ କଲେ ରଚିଲେ ପୁରାଣ ଚୟ ll କଳିର ପ୍ରବେଶେ କୃଷ୍ଣଙ୍କ ନିର୍ଦ୍ଦେଶେ ଉଦ୍ଧଵ ଚଳିଲେ ଚାଣ୍ଡେ l…

ମାଆ ତାରାତାରିଣୀ

ଋଷିକୁଲ୍ୟା ତୀରେ ପର୍ବତ ଶିଖରେ ବିଜେ ମା' ସିନ୍ଦୁର ମୁଣ୍ଡି l ତାରା ତାରିଣୀ ସେ ଗଞ୍ଜାମ ଆରାଧ୍ୟା ଦେବୀ ଦୟାମୟୀ ଚଣ୍ଡୀ ll ଶକ୍ତି ସ୍ୱରୂପିଣୀ ସଙ୍କଟ ତାରିଣୀ ଯାଆଁଳା ଦୁଇ ଭଉଣୀ l ଶକ୍ତି ପୀଠେ ଉଭା ମାଆ ଦୟାମୟୀ ଇପ୍ସିତ ବର ଦାୟିନୀ ll ସତୀଙ୍କ ବକ୍ଷୋଜ ପଡ଼ିଥିଲା ଏଠି ଦକ୍ଷ…

ମହାଲକ୍ଷ୍ମୀ ଓ ଶିରୁଳି ମହାବୀର

ତ୍ରେତୟାରେ ପ୍ରଭୁ ଧରି ରାମ ଅବତାର l ହନୁମାନଙ୍କୁ ରଖିଲେ ସେବକ ତାଙ୍କର ll ମହାପ୍ରଭୁଙ୍କ ଠି ହନୁ କଲେ ନିବେଦନ l ସେବକ ପଣେ ରଖିବ ପ୍ରଭୁ ଚିରଦିନ ll କଳିଯୁଗେ ନୀଳାଚଳେ ଚତୁର୍ଦ୍ଧା ମୂରତି l ଚତୁର୍ଦ୍ଦିଗେ ହନୁମାନ ସେବାରେ ଖଟନ୍ତି ll ଏକ ହନୁମାନ ମହାପ୍ରଭୁ ଆଦେଶରେ l ସେବକ…

ବାମନାବତାର

ଭକ୍ତ ପ୍ରହଲ୍ଲାଦ ପୌତ୍ର ବିରୋଚନ ସୂତ l ଶୁକ୍ରାଚାର୍ଯ୍ୟ ବାକ୍ୟେ ହୋଇ ଅତି ମଦମତ୍ତ ll ଶହେ ଗୋଟି ଅଶ୍ୱମେଧ ଯଜ୍ଞ ଆଚରିଲା l ଅତି ମାନ୍ୟେ ବଳି ଇନ୍ଦ୍ର ପଦକୁ ଲଭିଲା ll ଉଦ୍ଧତତା ନୁହେଁ କେବେ ପୁରୁଷ ପୌରୁଷ l ବଳି ମର୍ଦ୍ଧନ ପାଞ୍ଚିଲେ ପ୍ରଭୁ ହୃଷୀକେଶ ll ବୈକୁଣ୍ଠ ତେଜିଲେ ପ୍ରୂଭୁ…

ଜୟ ମାଆ ଭଦ୍ରକାଳି

ସାଳନ୍ଦୀ ତଟୀନୀ ତଟ ବିହାରିଣୀ l ମାଆ ଭଦ୍ରକାଳୀ ଅଭୟ ଦାୟିନୀ ll ଚାରିଭୁଜେ ଶୋହେ ଖଡ଼ଗ ଖର୍ପର l ଜପାମାଳି ଶିଶୁକୃଷ୍ଣ କୋଳେ ତୋର ll ପଦ୍ମାସନୀ ମାଆ ବାହନ କେଶରୀ l ଆମ୍ବା,ଅମ୍ବିକା ମା'ଶଙ୍କରୀ ଗଉରୀ ll କାଳି, କରାଳିନି,କରାଳ ବଦନୀ l ଶିବାଶନି ମାଆ ନୃମୁଣ୍ଡ ମାଳିନୀ ll…

ଇଚ୍ଛା ମୃତ୍ୟୁ

ଜାପାନ ଦେଶକୁ ବୃଦ୍ଧଂକର ଦେଶ ଲୋକେ ଆଖ୍ୟା ଦେଇଥାନ୍ତି ତ୍ରୀଂଶ ପ୍ରତିଶତ ବୃଦ୍ଧ ବୃଦ୍ଧା ଏଠି ବସବାସ କରିଥାନ୍ତି। ନିଃସଙ୍ଗ ଜୀବନ କଟାଇ ଥାଆନ୍ତି ରୋବର୍ଟ କେବଳ ସାଥୀ ପାଖରେ ନ ଥାନ୍ତି ଝିଅ, ଜ୍ବାଇଁ ଅବା ପୁଅ ବୋହୂ ଆଉ ନାତି। ଏ ପରିପ୍ରେକ୍ଷୀରେ ଜାପାନର ବୃଦ୍ଧ…

ପ୍ରେମମୟୀ ରାଧା

ନମଃ ବୃନ୍ଦାବନେଶ୍ୱରୀ ପ୍ରେମମୟୀ ରାଧା l ତୋର ପ୍ରେମବିନା ମାତ ଜୀବନଟା ଅଧା ll ତପ୍ତକାଞ୍ଚନ ଗୌରଙ୍ଗୀ ଶ୍ରୀମତୀ ରାଧିକା l ତଵ ନାମେ ବାଜେ ମଧୁବନ ବଂଶୀ ଏକା ll ରାଧାକୃଷ୍ଣ ଏକ ବିଜେ ଦୁଇ ଗୋଟି ଫାଳ l ରାଧା ବିନା କୃଷ୍ଣ କାହିଁ ଶ୍ରୀନନ୍ଦଗୋପାଳ ll କୃଷ୍ଣ ନ ମିଳନ୍ତି ଛାଡ଼ି ରାଧା…