ମହାଲକ୍ଷ୍ମୀ ଓ ଶିରୁଳି ମହାବୀର

ଅର୍ଜୁନୀ ଚରଣ ବେହେରା

ତ୍ରେତୟାରେ ପ୍ରଭୁ ଧରି ରାମ ଅବତାର l
ହନୁମାନଙ୍କୁ ରଖିଲେ ସେବକ ତାଙ୍କର ll
ମହାପ୍ରଭୁଙ୍କ ଠି ହନୁ କଲେ ନିବେଦନ l
ସେବକ ପଣେ ରଖିବ ପ୍ରଭୁ ଚିରଦିନ ll
କଳିଯୁଗେ ନୀଳାଚଳେ ଚତୁର୍ଦ୍ଧା ମୂରତି l
ଚତୁର୍ଦ୍ଦିଗେ ହନୁମାନ ସେବାରେ ଖଟନ୍ତି ll
ଏକ ହନୁମାନ ମହାପ୍ରଭୁ ଆଦେଶରେ l
ସେବକ ଲକ୍ଷ୍ମୀ ମନ୍ଦିର ରକ୍ଷକ ଭାବରେ ll
ନିଶ୍ୱାସରେ ତାଙ୍କ ବହେ ପବନ ଅଞ୍ଚାଶ l
ଘୁଙ୍ଗୁଡ଼ି ଶବ୍ଦ ଶୁଭଇ କାହିଁକେତେ କୋଶ ll
ଶ୍ରୀଜଗନ୍ନାଥଙ୍କୁ ଲକ୍ଷ୍ମୀ କଲେ ନିବେଦନ l
ନିଦ୍ରା ମୋ ବ୍ୟାଘାତହୁଏ ଏହାଙ୍କ କାରଣ ll
ମହାପ୍ରଭୁ ତେଣୁ ପାଶେ ଡାକି ହନୁମାନ l
କହିଲେ ବାବୁରେ ତୁହି ଛାଡ଼ ଏହି ସ୍ଥାନ ll
ମହାପ୍ରଭୁଙ୍କ ନିର୍ଦ୍ଧେଶେ ବୀର ହନୁମାନ l
ଘୁଞ୍ଚିଲେ ମାତ୍ର ଅଢ଼େଇ ପାଦର ପ୍ରମାଣ ll
ପ୍ରଭୁ ଆଶୀର୍ବାଦେ ତାଙ୍କ ଏକ ଚକ୍ଷୁ ଦୃଷ୍ଟି l
ଲାଗିଅଛି ଶ୍ରୀମନ୍ଦିର ଚୂଡ଼ା ଦଧି ନୌତି ll
ଆନ ଚକ୍ଷୁ ଦୃଷ୍ଟି ରଖେ ଲଙ୍କାର ରାବଣ l
ବନ୍ଦନା କରନ୍ତି ଚାହିଁ ଭକ୍ତ ବିଭୀଷଣ ll
ଶିରୁଳିରେ ବିଜେ ମହାବୀର ଶ୍ରୀଶିରୁଳି l
ଗାଲରେ ଦାଗ ରହିଛି ଭରତ ବାଟୁଳି ll
🙏🙏🙏
ଅର୍ଜୁନୀ
———————-
ମୋ -7693091971

Comments are closed.