ବିଦ୍ୟୁତ କାଟକୁ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।

ଆଠଗଡ଼: ଆଠଗଡ ବ୍ଲକ ନଦୀକୂଳ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲଟେଜକୁ ନେଇ ଉପଭୋକ୍ତାଙ୍କ ମଧ୍ୟ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ନଦୀକୂଳ କଖଡି ଅଞ୍ଚଳର ଶ୍ରୀରାମ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆଠଗଡ ଉପଜିଲ୍ଲାପାଳ ଓ ଟାଟା ପାୱାରର ଏକ୍ୟୁଜିଟିଭ ଇଂଞ୍ଜିନିୟରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଆସନ୍ତା୧୬ ତାରିଖ ମଧ୍ୟରେ ସମସ୍ୟାର ସମାଧାନ କରାନଗଲେ ନାରାଙ୍ଗବସ୍ତ ବିଦ୍ୟୁତ ସବଷ୍ଟେସନ ଠାରେ ବରିଷ୍ଠ ନାଗରିକ ମଞ୍ଚ ଆମରଣ ଅନଶରେ ବସିବ ବୋଲ ଚତାବନୀ ଦେଇଛି ।
ସୂଚନା ଅନୁଯାୟୀ, ନଦୀକୂଳ ଅଞ୍ଚଳର କଖଡି, ମଞ୍ଚେଶ୍ୱର, ଘଣ୍ଟିଖାଲ, ଧୂରୁଷିଆ, ଅନନ୍ତପୁର ପଞ୍ଚାୟତରେ ଥବା ଶହଶହ ଉପଭୋକ୍ତା ନାରଙ୍ଗବସ୍ତ ସବଷ୍ଟେସନ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ପ୍ରତ୍ୟେକ ଦିନ୧୦ରୁ ୧୨ଘଣ୍ଟା ଅଘୋଷିତ ବିଦ୍ୟୁତକାଟ ହେବା ସହିତ ଲୋ ଭୋଲଟେଜ ଏବେ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଯାହାକୁ ନେଇ ଉପଭୋକ୍ତାମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛ । ଅନ୍ୟପଟେ କେବଳ ବିଲ ଆଦାୟ ଉପରେ ବିଦ୍ୟୁତ ବିଭାଗ ଗୁରୁତ୍ୱ ଦେଉଥିବା ବେଳେ ଉପଭୋକ୍ତାଙ୍କୁ ସେବା ଯୋଗାଇବାରେ ବୈମାତୃକ ମନୋଭାବ ଦେଖିବାକୁ ମିଳିଛି । ଏପରିକି ବିଲ ନଦେଲେ ଲାଇନ କଟାଯାଉଛି । ଶିଳ୍ପପତି ମାନଙ୍କ ନିକଟରେ କୋଟି କୋଟି ଟଙ୍କାର ବିଦ୍ୟୁତ ବିଲ ବକେୟା ଥିଲେ ମଧ୍ୟ ଆଦାୟ କରାଯାଉନାହିଁ । ଜଦି ଜଣେ ସାଧାରଣ ଉପଭୋକ୍ତା ବିଦ୍ୟୁତ ବିଲ ପୈଠ କରି ପାରୁନାହିଁ ତେବେ ତା ଉପରେ ଆକ୍ସନ ନେବା ସହିତ ବିଦ୍ୟୁତ ସଂଯୋଗ କାଟି ଦିଆଯାଉଛି ବୋଲି ଅଭିଯୋଗ ହୋଇଛି । ଚୌଦ୍ୱାରରୁ ଆସିଥିବା ଲାଇନ ଖରାପ ହେବା ସମୟରେ ଖୁଣ୍ଟୁଣୀରୁ ନାରଙ୍ଗବସ୍ତକୁ ସଂଯୋଗ କରି ୨୪ ଘଣ୍ଟିଆ ବିଦ୍ୟୁତ ସଂଯୋଗ ଯୋଗାଇଦେବାକୁ ସଂଘ ଦାବି କରିଛି । ନଚେତ ୧୬ ତାରଖ ଦିନ ଆମରଣ ଅନଶନରେ ବସିବେ ବରିଷ୍ଠ ନାଗରିକ ମଞ୍ଚର ପକ୍ଷରୁ କିରଣ ବିହାରୀ ଖଟୁଆ, ପ୍ରମୋଦ ଧଳ ପ୍ରମୁଖ ସଦସ୍ୟ ଚେତାବନୀ ଦେଇଛନ୍ତି ।

Comments are closed.