ଆଶ୍ରମ ନାମେ ବଦରିକା

ଅର୍ଜୁନୀ ଚରଣ ବେହେରା

ସତ୍ୟ ଯୁଗେ ପ୍ରଭୁ ନରନାରାୟଣ
ବଦରି ବନେ ବିହାର l
ଧ୍ରୁବ,ପ୍ରହଲ୍ଲାଦ ତରିଗଲେ ଜପି
ବଦ୍ରିକା ଆଶ୍ରମ ସାର ll
ହିମାଳୟ କ୍ରୋଡ଼େ ବଦରିକା ନୀଡ଼େ
ବାସ କଲେ ଦୟାମୟ l
ବେଦବ୍ୟାସ ମୁନି ବେଦ ଭାଗ କଲେ
ରଚିଲେ ପୁରାଣ ଚୟ ll
କଳିର ପ୍ରବେଶେ କୃଷ୍ଣଙ୍କ ନିର୍ଦ୍ଦେଶେ
ଉଦ୍ଧଵ ଚଳିଲେ ଚାଣ୍ଡେ l
ଯେଉଁଦାଣ୍ଡେ ଗଲେ ମହାତ୍ମା ଉଦ୍ଧବ
ସେ ଧୂଳି ପଡୁ଼ ମୋ ମୁଣ୍ଡେ ll
ତ୍ରେତୟାରେ ଧରି ରାମ ଅବତାର
ସାଗରେ ବାନ୍ଧିଲେ ଭେଳା l
କୁମ୍ଭକର୍ଣ୍ଣ,ଦଶାନନ ତରିଗଲେ
ଶାପୁ ତରିଲା ଅହଲ୍ୟା ll
ସେତୁବନ୍ଧେ ପ୍ରଭୁ ଧାମକୁ ଥାପିଲେ
ବିଦିତ ଶ୍ରୀରାମେଶ୍ଵର l
ସୁଗ୍ରୀବଙ୍କ ସାଥେ ମଇତ୍ର ବସିଲେ
ସାକ୍ଷୀ କରି ବୈଶ୍ୱାନର ll
ଦ୍ଵାପରେ ଗୋପରେ ଲୀଳା ଖେଳା
କଲେ ବନେ ଚରାଇଲେ ଗାଈ l
କୋଟି ତପ କରି ବାନ୍ଧେ ନନ୍ଦନାରୀ
ଯାମଳା ଅର୍ଜୁନେ ନେଇ ll
ସାନ୍ଦୀପନି ଗୃହେ ବିଦ୍ୟା ଶିକ୍ଷା କଲେ
ତାରିଲେ କୁବୁଜା ନାରୀ l
କଂସ ବଧ କରି ଜରାସନ୍ଧେ ଡରି
ଥାପିଲେ ଦ୍ଵାରିକା ପୁରୀ ll
ଦ୍ୱାପରର ଲୀଳା ଶେଷ କରି ଖେଳା
ପୂରୁବ ରାଇଜେ ଆସି l
ଉତ୍କଳ ଭୂମିରେ ନୀଳାଚଳ ଠାରେ
ମହାପ୍ରଭୁ ବ୍ରହ୍ମରାଶି ll
ଅପୂର୍ଵ ମୂରତୀ ପ୍ରଭୁ ଜଗତ୍ପତି
ଦିବ୍ୟ ଦାରୁ କଳେବର l
ଦରଶନେ ତାଙ୍କ ସିଧା କର୍ମ ବାଙ୍କ
ଦୁଃସ୍କୃତି ଦୁର୍ଗତି ଦୁର ll
କାହିଁପାଇଁ ଯିବି ଦ୍ୱାରାବତୀ ପୁର
ଆଶ୍ରମ ନାମେ ବଦ୍ରିକା l
ରାମେଶ୍ୱର ପୁଣି ଗୋପ ବୃନ୍ଦାବନ
ଯା ପଦ ଭଵ ନଉକା ll
ସେହି ପ୍ରଭୁ ମୋର ନୀଳାଚଳ ନାଥ
ଅତ୍ରାହି ଭଞ୍ଜନ ହରି l
ତାଙ୍କଠାରେ ମୁଢ଼ ଶରଣ ପଶିଲି
ଗୂଢ଼ ପାଦେ ଦୃଢ଼ କରି ll
🙏🙏🙏
ଅର୍ଜୁନୀ
—————-

Comments are closed.