Browsing Category

କବିତା

ଫେରି ଯାଉଛନ୍ତି ମାଆ

କାଶତଣ୍ଡୀ ଶ୍ୱେତ ଚାମର ଆଲଟେ ବହିଲା ପାର୍ବଣ ବାଆ l ଭଦଭଦଳିଆ ରାବି ବୁଲୁଥିଲା ସନ୍ଦେଶ ଦେଲେଣି ମାଆ ll ତା ମର୍ତ୍ତ୍ୟ ଭୂମିରେ ଖେଳି ଯାଇଅଛି ଚଉଦିଗେ ଅବସାଦ l ସନ୍ତପ୍ତ ପରାଣି ଆରତେ ଡାକନ୍ତି ମାଆ ଫେଡ଼ ଆମ ଖେଦ ll ଦିବ୍ୟ ଧାମ ତେଜି ଓଲ୍ହାଇ ଆସିଲେ ସନ୍ତାନରେ ବହି ଦୟା l…

ଦଶ ମହାବିଦ୍ୟା ବନ୍ଦନା

ଅବିଦ୍ୟା ନାଶିନୀ ମାଗୋ ଦଶ ମହାବିଦ୍ୟା l ଦଶ ରୂପେ ଶିବଙ୍କର ନାଶିଲୁ ଅବିଦ୍ୟା ll ଶାରଦୀୟ ଏ ପାର୍ବଣେ ବନ୍ଦେ ଦଶ ରୂପ l ଆଜ୍ଞାନ ପତିତ ହୋଇ ଅଛି ଅନ୍ଧ କୂପ ll ପ୍ରଥମେ ବନ୍ଦିଲି ମହୋତ୍କଟା ମହାକାଳୀ l କାଳିମା ଛଡା଼ଅ ମାଗୋ କରେ ନିଉଛାଳି ll ଦ୍ୱିତୀୟେ ବନ୍ଦନା କରେ ମାତା ଉଗ୍ରତାରା…

ଜୟ ମା’ ଶଇଳ ସୂତେ

ଦେଖ ଦେଖ ଭାଇ ବିଜେ ମହାମାୟୀ ରତ୍ନମୟ ସିଂହାସନେ l ଡାକି ଡାକି ମାତା ଆଶିଷ ଦିଅନ୍ତି ଅଧମ ସନ୍ତାନ ଗଣେ ll ଡିବି ଡିବି ବାଜେ ଯୋଡ଼ି ନାଗରା ଲୋ ଢ଼ୋଲ, ଟମକ, ମହୁରୀ l ବିମଳ ଶରତେ ମାଆ ଏ ମରତେ ଆସିଛନ୍ତି ଅବତରି ll ବିଦ୍ୟୁତ ଝଟକ ମାଆଙ୍କ ମୁକୁଟ ଜଗତେ ନିର୍ମଳ ଶୋଭା l କାଶତଣ୍ଡୀ…

ଜୀବନ ନୋହିବ ବିଫଳ

ଘୋଟି ଆସିଲାଣି ଘୋର କଳିକାଳ କର୍ମ କଷଣକୁ ସଭିଏଁ ଦୁର୍ବଳ। ଦେଖୁ ଦେଖୁ ସର୍ବେ ହେବେ ହୀନବଳ ଦେଖି ଦେଖି ସବୁ ଦୁନିଆଁର ରୀତି ମୁରୁକି ହସୁଛି ଦେଖ ମହାକାଳ। ଘଡ଼ି ଘଡ଼ି ଛୁଟେ ବ୍ୟାକୁଳ ଜୀବନ ପାଇବାକୁ ପରା ମହାକାଳ ଫଳ। ବୃଥା ଅଭିମାନ ଅଳିକ ବଡ଼ିମା ଛାଡ଼ିଣ ସୁପଥ ହେଉଛି ଆକୁଳ। ଦୁଇ…

ଛିନ୍ନ ପୃଥିବୀ

ସୂର୍ଯ୍ୟର ଉଷ୍ମତା ଅତି ପରିଚିତ ବିସ୍ତୃତ ଭୂଖଣ୍ଡ ଧନଜନଙ୍କ ପ୍ରତିଶୃତ ଉପସ୍ଥିତି ଏକ ଆଶ୍ୱାସିତ ଭବିଷ୍ୟତ କର୍ମବ୍ୟସ୍ତ ଜୀଵନ ଦୃଶ୍ୟ ଜଗତର ମାଦକଭରା ମୋହ ପରିବେଶର ମୃଦୁ କୋଳାହଳ ବନ୍ଧୁବାନ୍ଧବୀଙ୍କ ଅତ୍ମୀୟତା ଓଃ !! ଅନ୍ଧକାର ! ନିବିଡ଼ ଅନ୍ଧକାର ! ଶୂନ୍ୟତା ! ସ୍ତବ୍ଧ…

ଅହଙ୍କାରର ସ୍ୱାବଲମ୍ଵନ

ନୀରବ ଅସ୍ତିତ୍ବ କୁ କେବେ କିଏ ବୁଝିପାରିଛି ନା କେବେ କିଏ ହତାଦର କରିବା ଦେଖିଛି ବିଷାଦ କାରୁଣ୍ୟରେ ବିବେକର ମୋହକୁ ମନ ଅବେଗରେ ବାନ୍ଧି ରଖିବା କିଏ ଶିଖିଛି ? ।। ଅସହାୟ ଅତୃପ୍ତ ଅନ୍ତରର ମାନସ ପଟ୍ଟରେ ବିଲୁପ୍ତ ସନ୍ଦେହକୁ କେବେ କିଏ ମାପିଛି ନା ଜୀବନ ବଞ୍ଚିବା ଆଶାର ଅନ୍ତିମ…

କୁମାର ପୁର୍ଣ୍ଣିମା

କୁମାର ପୁର୍ଣ୍ଣିମା ଗଜଲକ୍ଷ୍ମୀ ପୂଜା ସନ୍ଧ୍ୟାର ପୁନେଇଁ ଜହ୍ନ କୁଆଁରୀ ମନରେ ଅଶାର ଭଉଁରୀ ମନ ହୁଏ ଛନ ଛନ l ପ୍ରାତଃ ସ୍ନାନ ସାରି ନୂଆ ଵସ୍ତ୍ର ପିନ୍ଧି ସଜାଇ ଚଉରା ମୂଳ ଆଞ୍ଜୁଳି ଟେକନ୍ତି ନୂତନ କୁଲାରେ ଖଇ ସେଓ ଆଖୁ ତାଳ l କଦଳୀ ନଡ଼ିଆ କେତେ କଷି ଫଳ ନୂଆଡାଲା ହୁଏ ସଜା ମନ…

ନମସ୍ତେ ମାତା ସିଦ୍ଧିଦାତ୍ରୀ

ନମଃ ନମଃ ମହାମାୟୀ ନମଃ ସିଦ୍ଧିଦାତ୍ରୀ l ସର୍ବ ସିଦ୍ଧି ପ୍ରଦାୟିନୀ ମା' କଲ୍ୟାଣଗାର୍ତ୍ତ୍ରୀ ll ଇପ୍ସିତ ବର ଦାୟିନୀ ମାଆ ଲୋ ବରଦେ l ଜ୍ଞାନଦା,ବରଦା ତୁହି ମାଆଲୋ ଶାରଦେ ll ସାଧାକ ଭଜନ୍ତି ମହାମାୟା ସଂଖ୍ୟା କରି l ନମସ୍ତୁତେ ନାରାୟଣୀ ନମଃ ଶାକାମ୍ବରୀ ll ତୋତେ ଭଜି ଦ୍ୱାପରରେ ବୀର…

ନମସ୍ତୁତେ ମହାଗୌରୀ

ନମସ୍ତୁତେ ମହାଗୌରୀ ଶୁଭ ଗୌରଅଙ୍ଗୀ l ଶୁଭ୍ର ବର୍ଣ୍ଣେ ଶୁଭ୍ର ବସ୍ତ୍ରେ ମହାଦେବ ସଙ୍ଗୀ ll ବିଦ୍ୟୁତର କାନ୍ତି ସମ ଝଟକେ ତୋ ଆଭା l ଶିବଙ୍କ ମନ ମୋହିନୀ ତୁ ଅମ୍ବିକେ ଶିବା ll ବୃଷଭ ବାହନୀ ମାତେ ଶୁଭ୍ର ତ୍ରି ନୟନୀ l ଚତୁର୍ଭୁଜା ଗୌରୀ ମାତ ତ୍ରିଶୂଳଧାରିଣୀ ll ମହାମାୟୀ,ମାହେଶ୍ୱରୀ…

ଗାନ୍ଧୀଙ୍କୁ ହେଲା ମରଣ

ଅଷ୍ଟମ ଗରଭ ସନ୍ତାନକୁ କେବେ ମାରିକି ପାରିଲା କଂସ l ସତ୍ୟ ଚିରନ୍ତନ ନିଶ୍ଚେ ହୋଇଥାଏ କାଳେ ତାହାର ପ୍ରକାଶ ll ବିଶ୍ୱରେ ପ୍ରଚାରି ସତ୍ୟ ପ୍ରେମ ବାଣୀ କ୍ରୁଷ୍ ପରେ ହେଲେ ବିଦ୍ଧ l କାଳେ ହେଲା ପୁଣି ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ବାଣୀ ସିଦ୍ଧ ll ସକ୍ରେଟିସ ସତ୍ୟ ବାଣୀ ପ୍ରଚାରିଲେ…