Browsing Category

ସ୍ତମ୍ଭ/ଗଳ୍ପ

ଯୁଧିଷ୍ଠିରଙ୍କ ରକ୍ତ

ପାଣ୍ଡଵମାନଙ୍କର ଅଜ୍ଞାତ ବାସର ଅନ୍ତିମ ସମୟ l ପୂରିବାକୁ ଆଉ ମାତ୍ର ତେରଦିନ ବାକି ରହିଥାଏ l ସେମାନେ ଛଦ୍ମ ନାମ ଏବଂ ଛଦ୍ମ ବେଶରେ ମତ୍ସ୍ୟ ଦେଶରେ ବିରାଟ ରାଜଙ୍କ ଦରବାରରେ ଅବସ୍ଥାନ କରୁଥାନ୍ତି l ଦୁର୍ଯ୍ୟୋଧନ ଇଆଡ଼େ ଲାଗି ପଡ଼ିଥାନ୍ତି ପାଣ୍ଡଵ ମାନଙ୍କୁ ଖୋଜିବାରେ l କାରଣ ସେମାନେ ଧରା…

ଶ୍ରୀରାମଙ୍କ ବୈଷ୍ଣବଧନୁ ପ୍ରାପ୍ତି

ପ୍ରଭୁ ଶ୍ରୀରାମଙ୍କ ଚଉଦ ବର୍ଷ ବନବାସ ଅବଧିରୁ ଦଶବର୍ଷ କଟି ଯାଇ ଥାଏ l ଦଣ୍ଡକ ବନରେ ପ୍ରଭୁ ଦିନେ ଭ୍ରମଣ କରୁ କରୁ ଯାଇ ମହର୍ଷି ସୁତୀକ୍ଷ୍ମଙ୍କ ଆଶ୍ରମରେ ପହଞ୍ଚିଲେ l ଶ୍ରୀରାମ ସେଠାରେ କିଛି ଦିନ ରହି,ଦିନେ ମୁନି ସୁତୀକ୍ଷ୍ମଙ୍କୁ ପଚାରିଲେ,ହେ ମହାଭାଗ ! ଏହି ଅରଣ୍ୟରେ ମୁଁ ମହର୍ଷି…

ନନ୍ଦ ଯେ କଲେ ଏକାଦଶୀ

ମହାମୁନୀ ଶୁକ ମରଣୋନ୍ମୁଖି ରାଜା ପରୀକ୍ଷିତଙ୍କୁ ଇନ୍ଦ୍ରଙ୍କ ଗର୍ବଗଞ୍ଜନ ଓ ସ୍ୱର୍ଗଗାଭୀ ସୁରଭିଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କୁ ଗୋବିନ୍ଦ ନାମ ପ୍ରଦାନ ଆଖ୍ୟାନ ପରେ ଶୁଣାଇବା ପାଇଁ ଚାହିଁଲେ,ବରୁଣ ପୁରରୁ ଅପହୃତ ନନ୍ଦ ରାଜାଙ୍କ ଉଦ୍ଧାର ପ୍ରସଙ୍ଗ l ଆରମ୍ଭ କରିବାକୁ ଯାଇ ସେ କହିଲେ,'ଶୁଣ ପରୀକ୍ଷ…

ମା’ ଲକ୍ଷ୍ମୀଙ୍କ ଭଉଣୀ ଅଲକ୍ଷ୍ମୀ

ନୈମିଷ୍ୟାରଣ୍ୟରେ ମୁନୀମାନଙ୍କ ଗହଣରେ ସୂତ ମୁନି ଶ୍ରୀପଦ୍ମ ପୁରାଣ ବ୍ୟାଖ୍ୟା କରୁଥାନ୍ତି l କାର୍ତ୍ତିକ ମାହାତ୍ମ୍ୟ ପ୍ରସଙ୍ଗରେ ସେ ପାର୍ବତୀଙ୍କ ଅଭିଶାପରୁ କିପରି ତ୍ରିଦେବ,ବଟ, ପିପ୍ପଳ,ପଳାଶ ବୃକ୍ଷ ରୂପେ ମର୍ତ୍ତ୍ୟରେ ଜନ୍ମହେଲେ ତାହା ବ୍ୟାଖ୍ୟାକଲେ ଏବଂ ଏହି ତିନି ବୃକ୍ଷର ପବିତ୍ରତା…

ସାଗର ଚଳୁକଲେ ମହର୍ଷି ଅଗସ୍ତ୍ୟ

ମହାମାନୀ ଦୁର୍ଯ୍ୟୋଧନର କପଟ ପଶା ଖେଳରେ ପରାଭଵ ଲଭି ପାଣ୍ଡଵମାନେ ହିମାଳୟର ଘୋର ଅରଣ୍ୟ ମଧ୍ୟରେ ବାସ କରୁଥାନ୍ତି l ଏକଦା ମହର୍ଷି ଲୋମଶ ଆସି ସେମାନଙ୍କ ଆଶ୍ରମରେ ପହଞ୍ଚିଲେ ଏବଂ ତାଙ୍କୁ ଅର୍ଜୁନ ପାଶୁପତ ଅସ୍ତ୍ର ପ୍ରାପ୍ତ କରିଛନ୍ତି ବୋଲି ଖବର ଦେଲେ l ମହର୍ଷି ପୁଣି କହିଲେ, ମୁଁ ଇନ୍ଦ୍ର…

ତୋରେ ଶରଣ ଗଲି ରେ ମୁରଲୀ

ଶ୍ରୀକୃଷ୍ଣଙ୍କ ଆହ୍ଲାଦିନୀଶକ୍ତି ରାସେଶ୍ୱରୀ ଶ୍ରୀରାଧା l ତେଣୁ ଶ୍ରୀକୃଷ୍ଣଙ୍କ ମୋହନ ବଂଶୀ ସର୍ବଦା ରାଧା ରାଧା ବୋଲି ରଟୁଥାଏ l ଶ୍ରୀରାଧା ଅତିଷ୍ଠ ହୋଇ ଦିନେ ଅଭିମାନରେ ବଂଶୀକୁ କହିଥିଲେ,'ତୋରେ ଶରଣ ଗଲିରେ ମୁରଲୀ,ଦିନେ ନଡାକିବୁ ରାଧିକା ବୋଲି'l ତେବେ ସେ ମୁରଲୀର କଣ ଏମିତି ଶକ୍ତି ଥିଲା…

ନମସ୍ତେ ଦେବ ଦାମୋଦର

ଦ୍ୱାପର ଯୁଗର କଥା l ଗୋଲକ ବିହାରୀ ଶ୍ରୀବିଷ୍ଣୁ ଏହି ଧରାଧାମରେ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରି ଗୋପ ପୁରରେ ନନ୍ଦ ବାବା ଓ ମାଆ ଯଶୋଦାଙ୍କ ବାତ୍ସଲ୍ୟ ଡୋରରେ ବନ୍ଧା ହୋଇ ଥାନ୍ତି l ତାଙ୍କର ବାଲ୍ୟ ଲୀଳା ଅବଲୋକନ କରି ସମଗ୍ର ଗୋକୁଳ ଅମୋଦିତ ହେଉଥାଏ l ଦିନକର କଥା, ସକାଳୁ ସକାଳୁ ମା' ଯଶୋଦା…

ବଂଶୀଚୋରି ରାଧା

କାହ୍ନୁହେ ବଂଶୀ କେ ଦେଲା ତୋତେ,ରାଧା ରାଧା ବୋଲି ଡାକେ ନିରତେ l ଶ୍ରୀକୃଷ୍ଣ ଏବଂ ମୋହନ ବଂଶୀ ପରସ୍ପର ଠାରୁ ଅଭିନ୍ନ l ଶ୍ରୀକୃଷ୍ଣ ମୋହନ ମୁରଲୀ ନାଦ ତ୍ରିଭୁବନକୁ ମୋହିତ କରି ରଖିଛି l ସମସ୍ତ ଜଗତର ଚେତନାରେ ସେ ନାଦ ଗୁଞ୍ଜରିତ ଅନୁରଣିତ ହେଉଛି l ପ୍ରତି ପ୍ରାଣର ସ୍ପନ୍ଧନ ସେହି ମୁରଲୀ ନାଦ…

ଗୋପୀ ହେଲେ ମହାଦେବ

ସେଦିନ ଥାଏ ଶରଦ ପୂର୍ଣ୍ଣିମା l ଭଗବାନ ଶ୍ରୀକୃଷ୍ଣ ତ୍ରେତୟା ଯୁଗର ରାମାଵତାରରେ ଦଣ୍ଡକାରଣ୍ୟର ମୁନିଋଷି ମାନଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ ବ୍ରଜ ପୁରର ଗୋପୀ ମାନଙ୍କ ସହ ବୃନ୍ଦାରଣ୍ୟରେ ମହାରାସ କରୁଥାନ୍ତି l କୃଷ୍ଣଙ୍କ ମୋହନ ମୁରଲୀର ସ୍ଵନ ବୃନ୍ଦାବନର ବନଭୂମିକୁ ମୁଖରିତ କରୁଥାଏ l…

ମାସାନାଂ କାର୍ତ୍ତିକ ଶ୍ରେଷ୍ଠ

ମାସାନାଂ କାର୍ତ୍ତିକ ଶ୍ରେଷ୍ଠ ଦେଵାନାଂ ମଧୁସୂଦନଃ l ତୀର୍ଥନାରାୟଣାକ୍ଷାମ୍ହି ତ୍ରିତୟମଦୁର୍ଲଭମ୍ କଲୌ ll ନାକାର୍ତ୍ତିକ ସମଃମାସୋ ନକୃତେନ ସମଃଯୁଗମ୍ l ନା ବେଦସଦୃଶ ଶାସ୍ତ୍ରମ୍ ନା ତୀର୍ଥ ଗଙ୍ଗା ସମମ୍ ll ସ୍କନ୍ଧ ପୁରାଣର ଉପରୋକ୍ତ ଶ୍ଳୋକାନୁସାରେ ମାସ ମଧ୍ୟରେ କାର୍ତ୍ତିକ, ଦେବତାଙ୍କ…