Sign in
Sign in
Recover your password.
A password will be e-mailed to you.
Browsing Category
ସ୍ତମ୍ଭ/ଗଳ୍ପ
ସୌଦାସ ମଦୟନ୍ତୀ କଥା
ସୌଦାସ ମଦୟନ୍ତୀ କଥା
==============
ମହାମୁନି ଶୁକ, ବ୍ରହ୍ମଶାପ ଗ୍ରସ୍ତ ରାଜା ପରୀକ୍ଷିତଙ୍କୁ ଭାଗବତରେ ଈକ୍ଷାକୁ ବଂଶାନୁଚରିତ ଶୁଣାଉଥାନ୍ତି l କଥା ପ୍ରସଙ୍ଗରେ, ଶୁକ କହିଲେ, ଈକ୍ଷାକୁ ବଂଶରେ ସୌଦାସ ନାମରେ ଜଣେ ନୃପତି ଥିଲେ l ସେ ଗୁରୁ ବଶିଷ୍ଠଙ୍କ ଅଭିଶାପରେ ରାକ୍ଷସ ହୋଇଯାଇଥିଲେ l…
ହା କୃଷ୍ଣ ବୋଲି ଯାଉ ଜୀବ
ହା କୃଷ୍ଣ ବୋଲି ଯାଉ ଜୀବ
================
ଭଗବାନ୍ ଶ୍ରୀକୃଷ୍ଣ ଜରା ଶବର ଶରାଘାତରେ ପ୍ରାଣ ଛାଡ଼ିଲେ l ଶ୍ରୀକୃଷ୍ଣଙ୍କ ବୈକୁଣ୍ଠ ଗମନ ପରେ ଅର୍ଜୁନ ଶକ୍ତିହୀନ ହୋଇ, ଭଗବାନଙ୍କ ନିର୍ଦ୍ଦେଶରେ ଦ୍ୱାରକା ପୂରନାରୀ ମାନଙ୍କୁ ଘେନି ହସ୍ତିନା ଫେରି ଆସୁ ଥାନ୍ତି ଅଧା ରାସ୍ତାରେ ଭିଲ ମାନେ…
କାଳର କୁଟିଳ ଗତି
କାଳର କୁଟିଳ ଗତି
==============
ଚାହୁଁଚାହୁଁ ବର୍ଷଟା ଚାଲିଗଲା l ପ୍ରତ୍ୟକ ବର୍ଷ ସରି ଯାଆନ୍ତି l କାଳଶ୍ଚ ନିରବଧି,ବିପୁଳା ଚ ପୃଥ୍ଵୀ, କିନ୍ତୁ ଆମେ ଚାଲୁଛୁ l ଆମ ଚାଲିବାଭିତରେ ଯେ କାଳ ବହି ଯାଉଛି ଏହା ଆମେ ଜାଣି ପାରୁନାହୁଁ l ଚାହୁଁ ଚାହୁଁ ଏମିତି ଜୀବନ ବି ସରିଯିବ l ଇଏ ହେଉଛି…
ଭୀମପୁତ୍ର ବେଲାଳସେନ
ଭୀମପୁତ୍ର ବେଲାଳସେନ
===============
ଶାରଳା ମହାଭାରତରୁ ଏହି ମୌଳିକ ଉପାଖ୍ୟାନ l
ହସ୍ତୀନାପ୍ରାସାଦରେ ଯୌବନରେ ଉପନୀତ ପାଣ୍ତବ ପାଞ୍ଚଭାଇ ତଥା ଧୃତରାଷ୍ଟ୍ରଙ୍କ ଶହେ ପୁତ୍ର ମିଶି ନାନା କ୍ରୀଡ଼ାକୌତୁକ କରି ପ୍ରାସାଦକୁ ମୁଖରିତ କରୁଥାନ୍ତି l ଭୀମ ଥିଲେ ସେମାନଙ୍କ ମଧ୍ୟରେ ସବୁଠୁଁ…
ଶ୍ରୀକ୍ଷେତ୍ରରେ ମହାମୁନି ଶୁକ
ଶ୍ରୀକ୍ଷେତ୍ରରେ ମହାମୁନି ଶୁକ
==============
ମାଆ ମହାଲକ୍ଷ୍ମୀ ହେଉଛନ୍ତି ମହାପ୍ରସାଦର ପାଚିକା ବା ପ୍ରସ୍ତୁତ କାରିଣୀ ଏବଂ ଏହାର ମାଲିକାଣି l ପୁଣି ମନ୍ଦିର ତାଙ୍କରି ନାମରେ ନାମିତ ଶ୍ରୀମନ୍ଦିର l ମାଆ ହେଉଛନ୍ତି ଶ୍ରୀକ୍ଷେତ୍ରର ଶ୍ରୀ ବା ଶିରି l
ମାର୍ଗଶୀର ମାସ ଶୁକ୍ଳଦ୍ୱାଦଶୀକୁ…
ଲକ୍ଷ୍ମୀ ଯିବେ ବାପଘର
ଲକ୍ଷ୍ମୀ ଯିବେ ବାପଘର
================
ସେ ଦିନ ଥାଏ ଧନୁ ସଂକ୍ରାନ୍ତିର ଶୀତୁଆ ସକାଳ l
ମହାପ୍ରଭୁଙ୍କର ଧନୁମୁଆଁ ସେବନ କରିବାର ଦିନ l
ଶ୍ରୀମନ୍ଦିର ସିଂହଦ୍ୱାର ଖୋଲି ନ ଥାଏ l ମହାପ୍ରଭୁ ଶେଯରେ ଘୋଡ଼ିଘାଡ଼ି ହୋଇ ଅଳସ ଭାଙ୍ଗୁଥାନ୍ତି l ବଡ଼ ପଣ୍ଡା ଏବଂ ସେବକ ମାନେ ଆସି ପହଞ୍ଚିଲେ…
ଦେବର୍ଷି ନାରଦଙ୍କ ଗଣିତ
ଦେବର୍ଷି ନାରଦଙ୍କ ଗଣିତ
==============
ଶ୍ରୀମଦ୍ ଭାଗବତ ମହାପୁରାଣର ଦଶମସ୍କନ୍ଧ ଗୋପ ଲୀଳାରୁ ଏକ ରୋଚକ କାହାଣୀ l ଦେବୀ ଦେବକୀ ବସୁଦେବଙ୍କ ବିବାହପରେ, ନାନା ମଙ୍ଗଳ ବେଭାର ସହ ଦେବକୀଙ୍କ ବିଦାୟୀ ଉତ୍ସବ ଅନୁଷ୍ଠିତ ହେଲା l ବସୁଦେବ ବିଦାୟପାଇଁ ରଥରେ ବସିଲେ l ଏଥିରେ କଂସ ଅତି ଆନନ୍ଦ…
ମହାପୁରାଣ ଲକ୍ଷ୍ମୀପୁରାଣ
ମହାପୁରାଣ ଲକ୍ଷ୍ମୀପୁରାଣ
=============
ମୁନି ପରାଶର ଏବଂ ଦେବର୍ଷି ନାରଦ ଦିନେ ବୁଲି ଆସି ମର୍ତ୍ତ୍ୟରେ ପହଞ୍ଚିଛନ୍ତି ଉତ୍କଳର ଶ୍ରୀଜଗନ୍ନାଥ ଧାମରେ l ସେ ଦିନ ମାର୍ଗଶୀର ମାସର ଗୁରୁବାର ଶୁକ୍ଳ ଦଶମୀ l ଘରେ ଘରେ ଗୃହିଣୀ ମାନେ ସୁଦ୍ଧ ପୂତ ହୋଇ ସୁଦଶାବ୍ରତର ଆୟୋଜନ କରୁଛନ୍ତି l ନାରଦ…
ମହାବିନାୟକ
ମହାବିନାୟକ
===========
ମାନ୍ଦ୍ରାଜ କଲିକତା ପାଞ୍ଚନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ଠାରୁ ୪କିଲୋମିଟର ଦୂରତାରେ ଯାଜପୁର ଜିଲ୍ଲାର ମହାବିନାୟକ ପାହାଡ଼ ଉପରେ ରହିଛି ପୁରାତନ ମହାବିନାୟକ ମନ୍ଦିର l ଓଡ଼ିଶାର କ୍ଷେତ୍ର ମାନଙ୍କ ମଧ୍ୟରେ ଏହା ଅନ୍ୟତମ କ୍ଷେତ୍ର l ଯାଜପୁରକୁ ବିରଜା…
ରାଘବ ଯାଦବୀୟମ୍
ରାଘବ ଯାଦବୀୟମ୍
===============
ରାଘବ ଯାଦବୀୟମ୍ ଶୀର୍ଷକରୁ ମନେହୁଏ ସଂସ୍କୃତ ସାହିତ୍ୟରେ ଏହା ରଘୁକୂଳ ଓ ଯଦୁକୂଳ ସମ୍ବନ୍ଧୀୟ କୌଣସି ଏକ ରଚନା l ତାହାହିଁ ସତ୍ୟ, ଏହି କାବ୍ୟ ଖ୍ରୀଷ୍ଟୀୟ ସପ୍ତଦଶଶତାବ୍ଦୀର ଦକ୍ଷିଣଭାରତୀୟ କବି ଶ୍ରୀଭେଙ୍କଟଧ୍ୱାରୀଙ୍କ ରଚନାରେ ଏକ ଅନନ୍ୟ ଗ୍ରନ୍ଥ l…