Browsing Category

କବିତା

ପ୍ରଭାତୀ ତାରା

ପ୍ରଭାତୀ ତାରା ========== ପାହିଲା ଅନ୍ଧାର ରଜନୀ ଉଷା ହୋଇଲା ପରା l ପ୍ରାଚୀ ନଭେ ଦେଖ ଉଦ୍ଭାସେ ଏକ ବିଚିତ୍ର ତାରା ll ଝଟ ଝଟ ଝଟ ଝଟକେ ଯଥା ଝଟକ ମଣି l ମଥାମଣି କିବା ସିନ୍ଥିରେ ଶୋଭା ଉଷା ରମଣୀ ll କରଟ, କୁମ୍ଭାଟ ରାବନ୍ତି ଡାକି ବୁଲେ ଡାମରା l ଦପ ଦପ ଜଳେ ନାମ ଟି ତାର…

ଥକାମନ ଚାଲ ଏଥର

ଥକାମନ ଚାଲ ଏଥର ============ ଥକାମନ ଚାଲ ଏଥର, କାଳିଆର ଆଜି ପର୍ବ ମକର l ଫେରି ଆସିଛନ୍ତି ଲକ୍ଷ୍ମୀ ବାପଘରୁ, ସଙ୍ଗେ ଧରି ପୁଣି ମକର ଭାର ll ଗରୁଡ଼ ଆସନେ ମୁରାରୀ, ସଙ୍ଗେ ଭାଈ ଭଉଣୀ ଧରି l ମହା ଐଶ୍ୱର୍ଯ୍ୟରେ ଶ୍ରୀକ୍ଷେତ୍ର ବିହାର, ଶଶୁର ଯାହାର ରତନାକର ll ଧନୁ ମାସେ ପହିଲି…

ବନ୍ଦଇ ଦେବ ଗଣନାଥ

ବନ୍ଦଇ ଦେବ ଗଣନାଥ ============= ବନ୍ଦଇ ଦେବ ଗଣନାଥ l ପର୍ବତ ନନ୍ଦିନୀଙ୍କ ସୂତ ll ବନ୍ଦଇ ଦେବ ଗଣେଶ୍ୱର l ତାତ ତୁମ୍ଭର ମହେଶ୍ୱର ll ବନ୍ଦଇ ଦେବ ଗଣପତି l ପୂଜା ତୋ କରନ୍ତି ବିଦ୍ୟାର୍ଥୀ ll ବନ୍ଦଇ ଦେବ ଏକଦନ୍ତ l ଦାନ୍ତ ଭାଙ୍ଗିଲେ ବୁଧ ତାତ ll ବନ୍ଦଇ ଦେବ ବିଘ୍ନରାଜ l…

ଦଶ ମହାବିଦ୍ୟା ବନ୍ଦନା

ଦଶ ମହାବିଦ୍ୟା ବନ୍ଦନା ============= ଅବିଦ୍ୟା ନାଶିନୀ ମାଗୋ ଦଶ ମହାବିଦ୍ୟା l ଦଶ ରୂପେ ଶିବଙ୍କର ନାଶିଲୁ ଅବିଦ୍ୟା ll ଶାରଦୀୟ ଏ ପାର୍ବଣେ ବନ୍ଦେ ଦଶ ରୂପ l ଆଜ୍ଞାନ ପତିତ ହୋଇ ଅଛି ଅନ୍ଧ କୂପ ll ପ୍ରଥମେ ବନ୍ଦିଲି ମହୋତ୍କଟା ମହାକାଳୀ l କାଳିମା ଛଡା଼ଅ ମାଗୋ କରେ ନିଉଛାଳି ll…

ଆଜି ସୋମବାର

ଆଜି ସୋମବାର ========== ଆଜି ସୋମବାର ସଜନୀ ଚାଲ ଶିବମନ୍ଦିର l ଶ୍ରୀସଦାଶିବଙ୍କୁ ପୁଜିବା ଅର୍ପି କଦଳୀ କ୍ଷୀର ll ପନ୍ନଗ ଭୂଷଣ ହରିବେ ସର୍ଵ ଦୋଷ, ଦୂଷଣ l ସମୁଦ୍ରମନ୍ଥନେ କରିଲେ ପ୍ରଭୁ ବିଷଶୋଷଣ ll ଦୁଦୁରା ଗୟସ କେତକୀ ଆଣ ମଲ୍ଲି ଟଗର l ଅତି ଶରଧାରେ ପିନ୍ଧନ୍ତି ପ୍ରଭୁ…

ଚାଲ ବୁଲିଯିବା ଅଯୋଧ୍ୟା

ଚାଲ ବୁଲିଯିବା ଅଯୋଧ୍ୟା ============== ଚାଲ ବୁଲିଯିବା ଅଯୋଧ୍ୟା ନଗର ସୀତାଙ୍କର ଶାଶୁ ଘର l ବିଦେହମଣ୍ଡଳେ ବୈଦେହୀ ବରିଲେ ରାମଚନ୍ଦ୍ର ତାଙ୍କ ବର ll ଅପୂର୍ବ ନଗରୀ ମନୁ ତୋଳାଇଲେ ପୁଣ୍ୟ ସରଯୁର କୁଳେ l ଅପୂର୍ବ ତା ଶୋଭା କି ବର୍ଣିବି ଅବା ଅମରାବତୀକୁ ବଳେ ll ଅଯୋଧ୍ୟା ନଗରୀ…

ବନ୍ଦନା କରେ ପ୍ରଭାତେ

ବନ୍ଦନା କରେ ପ୍ରଭାତେ ============= ନମସ୍ତେ ନମସ୍ତେ ଦେବ ସୂର୍ଯ୍ୟ ନାରାୟଣ l ସଉର୍ଯ୍ୟରେ ସଂଗତରେ କେହେବ ସମାନ ll ନମସ୍ତେ ନମସ୍ତେ ଦେବ କଶ୍ୟପଙ୍କ ସୂତ l ତଵ ଆଗମନେ ହୁଏ ବିଶ୍ୱ ଉଦ୍ଭାସିତ ll ନମସ୍ତେ ନମସ୍ତେ ଦେବ ସପ୍ତାଶ୍ୱ ବାହନ l ହରିଦାଶ୍ଵ ରଥେ ତବ ସାରଥୀ ଅରୁଣ ll…

ଦାରୁଣ ଶୀତକାଳ

ଦାରୁଣ ଶୀତକାଳ =========== ହେମନ୍ତ ଶେଷେ ଓହ୍ଲାଇ ଆସେ ଧରାକୁ ଶୀତରାଣୀ l ବାପ ଆଳୟ ଯାଆନ୍ତି ମାଆ ଶ୍ରୀକ୍ଷେତ୍ର ଠାକୁରାଣୀ ll ମାଘ ମାସରେ ବାଘୁଆ ଜାଡ଼ ହାଡ଼ ଉଠଇ ଥରି l ବର ଗଡ଼ରେ ଧନୁ ଯାତରା କଂସ ମାରିଲେ ହରି ll ବୁଢ଼ା କମ୍ବଳ ଘୋଡ଼ି ହୁଅନ୍ତି ଶ୍ରୀକ୍ଷେତ୍ରେ ଶିରିପତି l…

ନବବର୍ଷର ଅଭିନନ୍ଦନ….

ନବବର୍ଷର ଅଭିନନ୍ଦନ.... ଆମ ଭିତରେ ଗଭୀର ଭାବନା.. ଗଭୀର ଏ ଉନ୍ମାଦନା କରେ ଅସ୍ତବ୍ୟସ୍ତ ଭବ୍ୟତାର ସ୍ୱାଗତେ ଧରି ନବୀନର ହସ୍ତ... ଅନନ୍ତ ବ୍ୟାପକ ନାନା ଦୁଃଖ କରି ନାଶ ବିତରଣେ ସୁଖ ପଞ୍ଚଜନ୍ୟର ନିର୍ଘୋଷ... ନୀଳକଣ୍ଠ ସମ ଶୋଷି ଜାଗତିକ ବିଷ ପାବନୀ ସମ ସିଞ୍ଚି ପବିତ୍ର…

ଚାଲ ବୁଲିଯିବା ଚିଲିକା

ଚାଲ ବୁଲିଯିବା ଚିଲିକା ============ ମରାଳ ମାଳିନୀ ନୀଳାମ୍ବୁ ଚିଲିକା l ନୀଳ ନୀରବେଣୀ ନୀଳେନ୍ଦ୍ରି ନାୟିକା ll ଉତ୍କଳର ସେହି ଚାରୁ ଅଳଙ୍କାର l ବର୍ଣ୍ଣିଥିଲେ ଦିନେ ଆମ କବିବର ll ଅଙ୍କେ ତୋର କାଳିଜାଈ ପରବତ l ବକ୍ଷେ ଭାସୁଥାଇ ଡଙ୍ଗା ଶତ ଶତ ll ମାଆ କାଳିଜାଈ ସୁମରି ଧୀବରେ l…