ନବବର୍ଷର ଅଭିନନ୍ଦନ….

ଆକାଂକ୍ଷାମୟୀ ଦାଶ

ନବବର୍ଷର ଅଭିନନ୍ଦନ….

ଆମ ଭିତରେ ଗଭୀର ଭାବନା..
ଗଭୀର ଏ ଉନ୍ମାଦନା କରେ ଅସ୍ତବ୍ୟସ୍ତ
ଭବ୍ୟତାର ସ୍ୱାଗତେ ଧରି ନବୀନର ହସ୍ତ…

ଅନନ୍ତ ବ୍ୟାପକ ନାନା ଦୁଃଖ କରି ନାଶ
ବିତରଣେ ସୁଖ ପଞ୍ଚଜନ୍ୟର ନିର୍ଘୋଷ…

ନୀଳକଣ୍ଠ ସମ ଶୋଷି ଜାଗତିକ ବିଷ
ପାବନୀ ସମ ସିଞ୍ଚି ପବିତ୍ର ପୀୟୂଷ…

ଜୀବନେଶ୍ୱରଙ୍କ ପାଦେ ଏତିକି ଗୁହାରୀ
କର୍ମ ହେଉ ଜୀବନର ଜାଗ୍ରତ ପ୍ରହରୀ..

ଆଚମ୍ବିତ ହେଉ ଗଣ ହୃଦ୍ୟ ବ୍ୟବହାରେ
ଏମନ୍ତ କାମନା ଅଦ୍ୟ ନବବରଷରେ…

ଉନ୍ମୁକ୍ତ ହୃଦୟେ ହେଉ ବାକ୍ୟ ବିନିମୟ
ନବବର୍ଷ ଭରିଦେଉ ପୂର୍ଣ୍ଣ କିଶଳୟ…!!

ଇଂରାଜୀ ନୂତନବର୍ଷର ଅସୀମ ଶୁଭେଚ୍ଛା ଓ ଶୁଭକାମନା…..

_________
ଆକାଂକ୍ଷାମୟୀ ଦାଶ
ବଲାଙ୍ଗୀର
✍🏻✍🏻

Comments are closed.