ବିଏସକେଓ୍ବାଇ କାର୍ଡ ସଚେତନତା ରଥର ଶୁଭାରମ୍ଭ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ସଚେତନତା ରଥର ଶୁଭାରମ୍ଭ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଡଃ ପ୍ରଣତି ମହାପାତ୍ର ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସଂଘମିତ୍ରା ମହାପାତ୍ର, ସୁପରଭାଇଜର ହରିହର ହଲବା, ସନ୍ଧ୍ୟାରାଣୀ ହାଂସଦା ପ୍ରମୁଖ ଉପସ୍ଥିତ ଥିଲେ। ଏହି ରଥ ୫ଦିନ ଧରି ୧୨ଗୋଟି ପଞ୍ଚାୟତର ସମସ୍ତ ଗାଁ ଗାଁ ବୁଲି ବିଏସକେଓ୍ବାଇ କାର୍ଡ ସମ୍ବନ୍ଧରେ ସଚେତନ କରିବା ସହ ଲୋକଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇବ। ଏଥିରେ ଆଶାକର୍ମୀଙ୍କ ସମେତ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.