ଗଜପତି,20/11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):ଗଜପତି ଜିଲ୍ଲାରେ ଅକଭାନ ବାତ୍ୟା ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ଗତକାଲି ରାତ୍ର ସୁଦ୍ଧା 20 ହଜାରରୁ ଉର୍ଦ୍ଧ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି. ହେଲେ ଏଠାରେ ଏକ ବିଡମ୍ବନା ଦେଖାଦେଇଛି । ଅକଭାନ ବାତ୍ୟାରୁ ସୁରକ୍ଷା ଦେବା ପାଇଁ ରଖା ଯାଇଥିବା ଏକ ବାତ୍ୟା ଆଶ୍ରୟସ୍ଥଳୀ ପାଲଟିଛି ଭୂଷ୍ଫଳନର ଭୟ. ସେହି ଆଶ୍ରୟ ସ୍ଥଳୀରେ ରହିଥିବା ଏହି ଜିଲ୍ଲା ମୋହନା ବ୍ଲକର ରଙ୍ଗମାଟିଆ ଗ୍ରାମରେ ରହିଛି. ଏହି ଗ୍ରାମଟି ଏକ ବିଶାଳ ପାହାଡ଼ ତଳେ ଅବସ୍ଥିତ. ଭୂଷ୍ଫଳନ ପ୍ରବଣ ଅଞ୍ଚଳ ହୋଇଥିବାରୁ ପାହାଡ଼ ତଳେ ଥିବା ଏହି ଗାଁର ଲୋକଙ୍କୁ ବାତ୍ୟା ମୁକାବିଲା ପାଇଁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।

ହେଲେ ବିଡ଼ମ୍ବନା ଏହିକିଯେ, ଯେଉଁ ଆଶ୍ରୟ ସ୍ଥଳୀରେ ଲୋକଙ୍କୁ ରଖାଯାଇଛି, ତାହା ମଧ୍ୟ ସେହି ପାହାଡ଼ ତଳେ ଅବସ୍ଥିତ। ଫଳରେ ଆଶ୍ରୟସ୍ଥଳୀରେ ଥାଇ ମଧ୍ୟ ଲୋକଙ୍କ ମନରୁ ଭୟ ଦୂର ହେଉନାହିଁ। ପାହାଡ଼ ଉପରୁ ବର୍ଷାଜଳ ତଳକୁ ମାଡ଼ି ଆସି ଘରେ ପଶୁଥିବା ବେଳେ ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି । ଏଭଳି ସ୍ଥିତିରେ ଯେକୌଣସି ସମୟରେ ପାହାଡ଼ରୁ ମାଟି ଅତଡ଼ା ଖସିବାର ଆଶଙ୍କା ନେଇ ଗ୍ରାମବାସୀମାନେ ଭୟ ଓ ଆତଙ୍କ ମଧ୍ୟରେ ଏହି
ଆଶ୍ରୟସ୍ଥଳୀରେ ରହିଛନ୍ତି. ହେଲେ ଆଜି ଗଜପତି ଜିଲ୍ଲାରେ ବର୍ଷା କିମ୍ବା ବାତ୍ୟାର କୌଣସି ପ୍ରଭାବ ନଥିବା ଯୋଗୁଁ ଭୂଷ୍ଫଳନ ହେବାର ଅବକାଶ ନାହିଁ । ତଥାପି ଆଗାମୀ ଦିନରେ ଯେକୌଣସି ବାତ୍ୟା ଆସିଲେ ଏହି ସ୍କୁଲରେ ବାତ୍ୟା ଆଶ୍ରୟ ସ୍ଥଳୀ ନ କରି ଅନ୍ୟଠାରେ କରିବା ପାଇଁ ଗ୍ରାମବାସୀମାନେ ଦାବି ଜଣାଇଛନ୍ତି ।