ବ୍ରହ୍ମପୁର (୨୦/୧୧): ସ୍ଥାନୀୟ ଉତ୍କଳ ଆଶ୍ରମରେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଅନ୍ତଃଜିଲ୍ଲା ବିକ୍ଷିପ୍ତା ସାହିତ୍ୟ ସମ୍ମିଳନୀରେ ଭଞ୍ଜମାଟିର ବୋହୂ ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରାଙ୍କୁ ନିଜର ସାହିତ୍ୟ ସାଧନା ପାଇଁ ‘ନାରୀରତ୍ନ ସମ୍ମାନ’ରେ ସମ୍ମାନୀତ କରାଯାଇଛି। ଉକ୍ତ ସଭାରେ ବ୍ରହ୍ମପୁରର ବିଶିଷ୍ଟ ସାହିତ୍ୟିକ ତଥା ସଂଗଠକ ଶ୍ରୀ ମିହିର ରଞ୍ଜନ ତ୍ରିପାଠୀ, ବ୍ରହ୍ମପୁର ସାହିତ୍ୟ ପରିଷଦର ସଭାପତି ତଥା ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ଶ୍ରୀ ସୁଶାନ୍ତ ଦାଶ, ବିଶିଷ୍ଟ ସାହିତ୍ୟିକ ଶ୍ରୀ ହୃଷିକେଶ ଦାଶ, ବ୍ରହ୍ମପୁର ସମ୍ବାଦ ସାହିତ୍ୟ ଘରର ସଭାପତି ଶ୍ରୀ ନୀଳକଣ୍ଠ ସାହୁ ଏବଂ ପ୍ରତିଷ୍ଠାନର ସଭାପତି ଶ୍ରୀ ଗୌରୀପତି ଦାଶ, ସମ୍ପାଦକ ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ। ପ୍ରକାଶଥାଉକି ଶ୍ରୀମତୀ ବେହେରାଙ୍କ ସାହିତ୍ୟ ପ୍ରତି ନିଷ୍ଠା, ସୃଜନଶୀଳ ଚିନ୍ତାଧାରା ଏବଂ ମଞ୍ଚ ଉପସ୍ଥାପନା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ରହିଛି। ଆଦର୍ଶ ଶିକ୍ଷୟିତ୍ରୀ, ସମାଜସେବୀ ସହିତ ଲୋହରାଖଣ୍ଡି ସାହିତ୍ୟ ସଂସଦର ପରିଚାଳନା ସମ୍ପାଦିକା ଭାବେ ସେ କାର୍ଯ୍ୟରତ। ଜଣେ ନାରୀ ପ୍ରତିଭା ଭାବେ ତାଙ୍କୁ ମିଳିଥିବା ଏହି ସମ୍ମାନ ତାଙ୍କର ସୃଜନଶୀଳ କର୍ମପ୍ରବଣତାକୁ ଆହୁରି ଦ୍ୱିଗୁଣିତ କରିବା ସହିତ ଆଗାମୀ ଦିନରେ ସାହିତ୍ୟ କ୍ଷେତ୍ରରେ ଅନେକ ପ୍ରେରଣା ଯୋଗାଇବ ବୋଲି ଶ୍ରୀମତୀ ବେହେରା ପ୍ରକାଶ କରିଛନ୍ତି। ଏହି ସଫଳତା ପରେ ଭଞ୍ଜମାଟିର ବହୁ ସାହିତ୍ୟିକ ଓ ଶିକ୍ଷକ ବନ୍ଧୁ ଶ୍ରୀମତୀ ବେହେରାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ରିପୋର୍ଟ-ସନାତନ ମହାକୁଡ଼।
Sign in
Sign in
Recover your password.
A password will be e-mailed to you.