ମାଲକାନଗିରିରେ ବିମାନର ଟ୍ରାଏଲ ରନ୍

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସଫଳ ହେଲା ବିମାନ ଟ୍ରାଏଲ ରନ। ୭ ଟିକିଆ ସିଟ୍ ବିଶିଷ୍ଟ ବିମାନର ଟ୍ରାଏଲ ରନ୍ ହୋଇଛି। ପରୀକ୍ଷା ମୂଳକ ଭାବେ ଅବରତରଣ କରିଛି ଭିଟି-୧୦୦। ଅବତରଣ ପରେ ପାଇଲଟ୍ ସମଗ୍ର ବିମାନ ବନ୍ଦରର ତନଖି କରିଛନ୍ତି । ବିମାନ ବନ୍ଦରର ପ୍ରସ୍ତୁତି ନେଇ ଖୁବ୍ ପ୍ରଂଶସା ମଧ୍ୟ କରିଛନ୍ତି

ଆସନ୍ତା ୯ତାରିଖରେ ମୁଖ୍ୟମନ୍ତ୍ରୀ ଏବଂ ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଏହାକୁ ଲୋକାର୍ପଣ କରିବାର ସୂଚନା ମିଳିଛି । ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧୬୨୦ ମିଟର ରନୱେ ପ୍ରସ୍ତୁତ ହୋଇଛି । ବିମାନକୁ ସ୍ବାଗତ କରିବା ଲାଗି ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଦମକଳବାହିନୀ ପକ୍ଷରୁ ସୁନ୍ଦର ୱାଟର ସୋ ଆୟୋଜନ କରାଯାଇଥିଲା । ବିମାନ ଉପରେ ପାଣି ପକାଇ ଏହାକୁ ସ୍ବାଗତ କରାଯାଇଥିଲା । ଖୁବ୍ ଶୀଘ୍ର ଏଥିରେ ବସିବା ଲାଗି ଜିଲ୍ଲାବାସୀ ମାନେ ଉତ୍କଣ୍ଠାର ସହ ଅନାଇ ବସିଛନ୍ତି।

Comments are closed.