Browsing Category

କେନ୍ଦୁଝର

କେନ୍ଦୁଝର ୧୩ଟି ବ୍ଲକର ଜନଜାତିଙ୍କୁ ପାରମ୍ପରିକ ବାଦ୍ୟଯନ୍ତ୍ର ଓ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଛି।

କେନ୍ଦୁଝର: ସ୍ୱତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝର ପକ୍ଷରୁ ମଙ୍ଗଳବାର ଅଡିଟୋରିୟମଠାରେ ଜିଲାର ୧୩ଟି ବ୍ଲକର ଜନଜାତିଙ୍କୁ ପାରମ୍ପରିକ ବାଦ୍ୟଯନ୍ତ୍ର ଓ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଛି। ଏହି ଉପଲକ୍ଷେ ଅଡିଟୋରିୟମଠାରେ ଆୟୋଜିତ ସମାରୋହରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝରର…

କେନ୍ଦୁଝରରେ ଦୁର୍ଘଟଣା ଘଟି ୮ ଜଣଙ୍କ ମୃତ୍ୟୁ ଘଟଣା : ଏନ୍‌ଏଚ୍‌ଏଆଇ ନାମରେ ମାମଲା ରୁଜୁକଲା ଘଟଗାଁ ପୁଲିସ୍‌

କେନ୍ଦୁଝର : କେନ୍ଦୁଝରରେ ଦୁର୍ଘଟଣା ଘଟି ୮ ଜଣଙ୍କ ମୃତ୍ୟୁ ଘଟଣା, ଏନ୍‌ଏଚ୍‌ଏଆଇ ନାମରେ ମାମଲା ରୁଜୁକଲା ଘଟଗାଁ ପୁଲିସ୍‌ । ଏନ୍‌ଏଚ୍‌ କାମ ଚାଲିଥିବା ବେଳେ ସଡକ ସୁରକ୍ଷା ନେଇ ଏନ୍‌ଏଚ୍‌ଏଆଇ ପକ୍ଷରୁ ପାଟ୍ରୋଲିଂ କି ଅନ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । ଏନ୍‌ଏଚ୍‌ଏଆଇ…

ପଳାଶପଙ୍ଗାରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା କାର୍ଯ୍ୟକ୍ରମ

କେନ୍ଦୁଝରଗଡ଼଼: ବିକଶିତ ଭାରତ ଆମର ସଂକଳ୍ପ, ଜନକଲ୍ୟାଣ ପାଇଁ ଅଭିପ୍ରାୟିତ ବିଭିନ୍ନ ବିକାଶମୁଖି କାର୍ଯ୍ୟକ୍ରମର ସଫଳ ରୂପାୟନ ସହିତ ଜନଜାତି ମାନଙ୍କର ଆସ୍ଥାଭାଜନ ଲକ୍ଷ୍ୟରେ ଚଳିତ ମାସ ୧୫ ତାରିଖରୁ ଦେଶବ୍ୟାପୀ ପାଳିତ ହେଉଛି ବିକଶିତ ଭାରତ ସଙ୍କଳ୍ପ ଯାତ୍ରା। ଆସନ୍ତା ଜାନୁୟାରୀ ୨୬…

ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଏନସିସି ଦିବସ

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଏନସିସି ଅଧିକାରୀ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳନ କରାଯାଇଛି। ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା…

ଖାଦ୍ୟରେ ବିଷକ୍ରିୟା ଯୋଗୁ ଗୋଟିଏ ପରିବାରର ୧୧ ଅସୁସ୍ଥ: ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି

ହାଟଡ଼ିହି: ଖାଦ୍ୟରେ ବିଷକ୍ରିୟା ଯୋଗୁଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାରେ ୧୧ ଜଣ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ଛୋଟ ପିଲା ଓ ୫ ଜଣ ବୟସ୍କ ରହିଛନ୍ତି। ସୂଚନାରୁ ଜଣା ଯାଇଛି ଯେ ହାଟଡ଼ିହି ବ୍ଲକ ଅମୃତପୁର ଗାଁର  ଗୋପୀନାଥ ଦାସଙ୍କ ଗୋଟିଏ ପରିବାରର ୧୧ ସଦସ୍ୟ…

ଜିଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତା

କେନ୍ଦୁଝରଗଡ଼ : ଜିଲା ଶିକ୍ଷା ବିଭାଗ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ ନାରାୟଣ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

ଜନନୀ ଯନ୍ତ୍ରଣା: ୩ ନାଳ ପାର ହେଲେ ଦୁଇ ଗର୍ଭବତୀ

ହରିଚନ୍ଦନପୁର: ଜନନୀ ଯନ୍ତ୍ରଣାର ଏପରି ବିକଳ ଚିତ୍ର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶପାଳ ପଞ୍ଚାୟତର ଦୁର୍ଗମ କହ୍ନେଇଗୋଳା ଗ୍ରାମରେ ଦେଖିବାକୁ ମିଳିଛି। ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିପାରୁ ନାହିଁ। ତେଣୁ ଦୁଇଜଣ ଗର୍ଭବତୀଙ୍କୁ ଦୁଇ କିଲୋମିଟର ଚାଲିବା ସହ…

ଆଳତି ବେଳେ ମା ତାରିଣୀଙ୍କ ଆଗରେ ଉଡ଼ିଗଲା ପ୍ରାଣବାୟୁ

ଘଟଗାଁ: ଘଟଗାଁ ମା ତାରିଣୀ ମନ୍ଦିରରେ ଅଭାବନୀୟ ଘଟଣା। ଆଜି ମଙ୍ଗଳବାର ହୋଇଥିବା କାରଣରୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମା ତାରିଣୀଙ୍କର ସକାଳ ଆଳତି ଚାଲିଥିଲା। ସେତିକି ବେଳେ ଜଣେ ଭକ୍ତଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତା ବୃଦ୍ଧାଙ୍କ ନାମ ସରସ୍ବତୀ ବେହେରା। ତାଙ୍କର…

ପୁଅକୁ ଝୁରି ଝୁରି ଆଖିବୁଜିଲେ ସହିଦ ଯବାନ ମା’

ଆନନ୍ଦପୁର: ସହିଦ ପୁଅକୁ ଝୁରି ଝୁରି ଆଖିବୁଜିଲେ ମା’। ଆନନ୍ଦପୁର ନନ୍ଦିସାହିର ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ସୁନ୍ଦରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଥିଲା । ଏସସିବିରେ ଚିକିତ୍ସିତ ହେଉଥିଲେ ସୁନ୍ଦରୀ ଖୁଣ୍ଟିଆ । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।…

ପୋଖରୀରୁ ଯୁବକଙ୍କ ଗଳିତ ଶଵ ଉଦ୍ଧାର

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ହନୁମନ୍ତିଆ ଜଙ୍ଗଲ ଦୋବଲାପାଳ ଗ୍ରାମ ଜନକନାଳିଠାରେ ଥିବା ଏକ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶଵ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିର ଶଵ ପୋଖରୀ ହୁଡ଼ାରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ପାଣିରେ ଅଧାବୁଡ଼ି ରହିଥିବା ଦେଖିବାକୁ ମିଳିଛି।…