ଅଜଗର ଉଦ୍ଧାର କଲା ବନବିଭାଗ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ଖାଜିରାପଶି ଗ୍ରାମରେ ମିହିର କୁମାର ମହାନ୍ତ ଙ୍କ ବାଡ଼ିରେ ଗତରାତି ଏକ ବଡ଼ ଅଜଗର ସାପ ଫଶି ରହିଥିଲା।ବଡ଼ ଅଜଗରଟିକୁ ଗ୍ରାମବାସୀ ଉଦ୍ଧାର କରିବା ପାଇଁ ଭୟ କରିବାରୁ ଏନେଇ ବନବିଭାଗକୁ ଖବର ଦିଆ ଯାଇଥିଲା। ବନପାଳ ନିରଞ୍ଜନ ସେଠୀ ଙ୍କ ନିର୍ଦ୍ଦେଶ ମତେ ବିଭାଗର ତାଲିମ ପ୍ରାପ୍ତ ସାପ ଧରାଳି ଝାଡେଶ୍ବର ମହାନ୍ତ ଓ କାର୍ତ୍ତିକ ମହାନ୍ତ ଖଜିରାପଶି ଗ୍ରାମକୁ ଯାଇ ମିହିରଙ୍କ ବାଡ଼ିରୁ ଅଜଗର ଟିକୁ ସୁରକ୍ଷିତ ଉଦ୍ଧାର କରିଥିଲେ। ପରେ ବନବିଭାଗ ପକ୍ଷରୁ ଏହି ଅଜଗର ଟିକୁ ପ୍ରସ୍ତାବିତ ମୂଷାଖୋରୀ ସଂରକ୍ଷିତ ଜଙ୍ଗଲ ଇଲାକାରେ ଛାଡି ଦିଆ ଯାଇଥିବା ଜଣାପଡ଼ିଛି।

Comments are closed.