ଭୁବନେଶ୍ୱର :ଆଇପିଏସ୍ ସ୍ତରରେ ମଙ୍ଗଳବାର ଏକ ଛୋଟଧରଣର ଅଦଳ ବଦଳ କରାଯାଇଛିି । ବ୍ରହ୍ମପୁର ଏସ୍ପି ଭାବେ କାର୍ଯ୍ୟରତ ଡ.ସର୍ବଣା ବିବେକ ଏମ୍ଙ୍କୁ ଭୁବନେଶ୍ୱର ଡିସିପି ଭାବେ ନୂତନ ନିଯୁକ୍ତି ଦିଆଯାଇଛି । ୨୦୧୩ ବ୍ୟାଚ୍ର ଆଇପିଏସ ଅଫିସର ଜଗମୋହନ ମୀନା ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ଡ.ସର୍ବଣାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଅନୁରୂପ ଭାବେ ଢେଙ୍କାନାଳ ଏସପି ଭାବେ କାର୍ଯ୍ୟରତ ୨୦୧୯ ବ୍ୟାଚ୍ ଆଇପିଏସ୍ ଅଫିସର ଅଭିନବ ସୋନକରଙ୍କୁ ବ୍ରହ୍ମପୁର ଏସପି ଭାବେ ବଦଳି କରାଯାଇଛି । ପାରାଦୀପ ଆଡିସିନାଲ ଏସପି ଥିବା ୨୦୨୨ ବ୍ୟାଚ୍ ଆଇପିଏସ ଅଫିସର ଆଜିଙ୍କ୍ୟ ବି ମାନେଙ୍କୁ ଢେଙ୍କାନାଳ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟ ପୁଲିସ ମୁଖ୍ୟାଳୟରେ ଆଡିସିନାଲ ଏସପି ଥିବା ୨୦୨୧ ବ୍ୟାଚ୍ ଆଇପିଏସ ଅଫିସର ଏ.ବି.ଶିଳ୍ପାଙ୍କୁ ବରଗଡ଼ ଏସ.ଡି.ପି.ଓ. ଭାବେ ନିଯୁକ୍ତି ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.