ପଳାଶପଙ୍ଗାରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା କାର୍ଯ୍ୟକ୍ରମ

କେନ୍ଦୁଝରଗଡ଼଼: ବିକଶିତ ଭାରତ ଆମର ସଂକଳ୍ପ, ଜନକଲ୍ୟାଣ ପାଇଁ ଅଭିପ୍ରାୟିତ ବିଭିନ୍ନ ବିକାଶମୁଖି କାର୍ଯ୍ୟକ୍ରମର ସଫଳ ରୂପାୟନ ସହିତ ଜନଜାତି ମାନଙ୍କର ଆସ୍ଥାଭାଜନ ଲକ୍ଷ୍ୟରେ ଚଳିତ ମାସ ୧୫ ତାରିଖରୁ ଦେଶବ୍ୟାପୀ ପାଳିତ ହେଉଛି ବିକଶିତ ଭାରତ ସଙ୍କଳ୍ପ ଯାତ୍ରା। ଆସନ୍ତା ଜାନୁୟାରୀ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ଏହି କାର୍ଯ୍ୟକ୍ରମ ଅବସରରେ ମଙ୍ଗଳବାର ପଳାଶପଙ୍ଗାସ୍ଥିତ ସନ୍ଥେଭଞ୍ଜ ନୋଡାଲ ହାଇସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ସ୍ୱାଧୀନତା ହାସଲର ୭୫ବର୍ଷ ପୂର୍ତ୍ତି ପାଳନ ହେଉଛି ଏବଂ ଏହି ଅବସରରେ ଦେଶର ପ୍ରତ୍ୟେକ ସଂଗ୍ରାମୀ ମାନଙ୍କ ଦେଶପ୍ରେମ, ତ୍ୟାଗ ଓ ବୀରତ୍ୱ ସମ୍ବଳିତ ଜୀବନାବଳୀକୁ ଲୋକଲୋଚନକୁ ଆଣି ଯଥୋଚିତ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଥିଲେ। ସ୍ଥାନୀୟ ପଳାଶପଙ୍ଗା ସରପଞ୍ଚ ବାସନ୍ତୀ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସନ୍ଥେଭଞ୍ଜ ହାଇସ୍କୁଲର ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଣେଶ୍ୱର ମହାନ୍ତ, କୃଷି ଅଧିକାରୀ ମମତା ସେଠୀ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନାଚାର୍ଯ୍ୟ କ୍ଷମାନନ୍ଦ ମହାନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ ସମ୍ପର୍କିିତ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପ୍ରେଜେକ୍ଟର ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତିି ବହୁ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇ ସାଧାରଣରେ ସଚେତନତା ସୃଷ୍ଟି କରାଯାଇଥିଲା। ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଉପସ୍ଥିତ ଥିବାବେଳେ ଶେଷରେ ସରପଞ୍ଚ ଶ୍ରୀମତୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.