ଆଠଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳବାର ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସେବାର ଆଭାସୀ ଜରିଆରେ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଆଠଗଡ଼ ବ୍ଲକର ଅନନ୍ତପୁର ଓ କୁମାରପୁର ପଞ୍ଚାୟତରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଦୁଇଟି ଗ୍ରାହକ ସେବା କେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମଙ୍ଗଳବାର ଅପରାହ୍ନ ୫ଟା ରେ ଉଦ୍ଘାଟିତ ହୋଇଯାଇଛି। ଯେଉଁସବୁ ପଞ୍ଚାୟତର ନିକଟରେ ବ୍ୟାଙ୍କ ନାହିଁ ସେ ସବୁ ପଞ୍ଚାୟତର ଜନସାଧାରଣଙ୍କ ନିକଟରେ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇବା ଲାଗି ସରକାର ପ୍ରତିଶୃତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। କୁମାରପୁର ପଞ୍ଚାୟତର ରାଜୀବଗାନ୍ଧୀ ଭାରତ ନିର୍ମାଣ କେନ୍ଦ୍ର ଠାରେ ଖୋଲାଯାଇଥିବା ଏହି ଗ୍ରାହକ ସେବା କେନ୍ଦ୍ରରେ ପ୍ରଥମ ଦିନ ୨୦ଜଣ ଏବଂ ଅନନ୍ତପୁର ପଞ୍ଚାୟତର ନୂଆଶାସନ ଠାରେ ଖୋଲାଯାଇଥିବା କେନ୍ଦ୍ରରେ ୧୫ଜଣ ଗ୍ରାହକ ସେମାନଙ୍କର ଜମାଖାତା ଖୋଲିଥିଲେ। କୁମାରପୁରଠାରେ ବ୍ୟାଙ୍କ ଅଧିକାରୀ ସାଇନଭଦ୍ରା ପତ୍ରୀ ଏବଂ ଅନନ୍ତପୁର ପଞ୍ଚାୟତରେ ବ୍ୟାଙ୍କ ଅଧିକାରୀ ପ୍ରଭାତ କିଶୋର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ଆଚାର୍ଯ୍ୟ, କୃଷିମନ୍ତ୍ରୀଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟ ଶାନ୍ତିଲତା ବେହେରା, ମୀନତୀ ଗାଗରାଇ ଓ ବଳଭଦ୍ର ବାଘ, ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସାହୁ, ଅନନ୍ତପୁର ସରପଞ୍ଚ ଶକ୍ତିକାନ୍ତ ସାହୁ, ସମିତିସଭ୍ୟ ସୌମ୍ୟରଞ୍ଜନ ପଣ୍ଡା, କୁମାରପୁର ସରପଞ୍ଚ ମଞ୍ଜୁଲତା ନାୟକ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁପ୍ରସାଦ ଖାଡେଙ୍ଗା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ନୂତନ ଗ୍ରାହକ ସେବା କେନ୍ଦ୍ର ଦ୍ୱାରା ନିକଟବର୍ତ୍ତୀ ପଞ୍ଚାୟତ ଗୁଡିକର ହଜାର ହଜାର ଜନସାଧାରଣ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ପଞ୍ଚାୟତର କର୍ମଚାରୀ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.
Comments are closed.