ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଏନସିସି ଅଧିକାରୀ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳନ କରାଯାଇଛି। ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ନୃସିଂହ ନାଥ ସିଂହ, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଜୟନ୍ତ କୁମାର ଦ୍ବିବେଦୀ, ଅଧ୍ୟାପକ ଅଶ୍ୱିନୀ କୁମାର ସାହୁ ଓ ବ୍ରଜେନ୍ଦ୍ର କୁମାର ପତି ପ୍ରମୁଖ ଯୋଗ ଦେଇ ଶିକ୍ଷାରେ ମନୋନିବେଶ ସହ ସେବା ଧର୍ମରେ ବିଶ୍ୱାସ ରଖିଲେ ଏନସିସି ଛାତ୍ରଛାତ୍ରୀ ମାନେ ନିଜକୁ ନିଜେ ସଫଳ ନାଗରିକ ଭାବେ ସମାଜରେ ପ୍ରତିଷ୍ଠିତ ହେବା ସହ ସୁନାମ ଅର୍ଜନ କରିବେ ବୋଲି ମତ ରଖିଥିଲେ । ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ତଥା ଏନସିସି ଅଧିକାରୀ ଧର୍ମେନ୍ଦ୍ର କୁମାର ସାହୁ ଏହି ମହାବିଦ୍ୟାଳୟର ଏନସିସି ଛାତ୍ରଛାତ୍ରୀ ମାନେ କିପରି ଜାତୀୟ ଓ ରାଜ୍ୟ ସ୍ତରରେ କୃତିତ୍ୱ ଅର୍ଜନ କରିବା ସହ ସରକାରୀ ପଦ ପଦବୀରେ ଅବସ୍ଥାପିତ ହୋଇଛନ୍ତି ସେ ବିଷୟରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ବହୁ ପୁରାତନ ଏନସିସି ଛାତ୍ରଛାତ୍ରୀ ଓ ବର୍ତ୍ତମାନର ଏନସିସି ଛାତ୍ରଛାତ୍ରୀ ମାନଙ୍କ କୃତିତ୍ୱ ପାଇଁ ପୁରସ୍କାର ଓ ପ୍ରମାଣ ପତ୍ର ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ସେହିପରି ଏନସିସି କ୍ୟାଡେଟ ମାନଙ୍କ ଦ୍ଵାରା ପ୍ୟାରେଡ଼ ଓ କଳା କୌଶଳ ପ୍ରଦର୍ଶନ କରାଯାଇଥିଲା
Sign in
Sign in
Recover your password.
A password will be e-mailed to you.
Comments are closed.