ପଢୁଆଁ ହେବେ ମହାପ୍ରଭୁ
ଉତ୍କଳୀୟ ପର୍ବ ଆଜି ପଢୁଆଁ ଅଷ୍ଟମୀ l
ପଢୁଆଁହୋଇବେ ପ୍ରଭୁ ଜଗତର ସ୍ୱାମୀ ll
ନିଆଳୀର ଦାଣ୍ଡେ ଆଜି ପଡ଼ିଅଛି ହୁରି l
ନିଆଳିମାଧବ ମାମୁଁ ଯିବେ ଆଜ ପୁରୀ ll
ଓଡ଼ିଆର ବଡ଼ ଭାଇ ନୀଳାଚଳ ଚାନ୍ଦ l
ପଢୁଆଁ କରିବେ ମାମୁଁ ଶ୍ରୀମାଧବାନନ୍ଦ ll
ସଜ ହୋଇଲାଣି ଭାର ପ୍ରସ୍ତୁତ ଭାରୁଆ l…