ବିଶ୍ୱ ଜଳାତଙ୍କ ଦିବସ ପାଳିତ

0

ନୟାଗଡ଼(୨୮/୯ ):ନରେନ୍ଦ୍ରପୁରସ୍ଥ ବିଡ଼ିଏ ବିଦ୍ୟାପୀଠରେ ବିଶ୍ୱ ଜଳାତଙ୍କ ଦିବସ ଉପଲକ୍ଷେ ଏକ ସଚେତନତା ସଭା ପ୍ରଧାନ ଶିକ୍ଷକ ମନୋଜ କୁମାର ଗୁମାନସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ରାଜସୁନାଖଳା ପ୍ରାଣୀ ଚିକିତ୍ସାଳୟର ଡାକ୍ତର ପ୍ରିୟରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାଂସାହାରୀ ପ୍ରାଣୀମାନେ କାମୁଡ଼ିଲେ ଜଳାତଙ୍କ ରୋଗ ହୋଇଥାଏ ବୋଲି ସୂଚନା ଦେବା ସହିତ ଏଥି ନିମନ୍ତେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।

ବିଜ୍ଞାନ ଶିକ୍ଷୟିତ୍ରୀ ବିନତା ଦେଈ ଏହି ରୋଗର ଲକ୍ଷଣ ଓ ଏଥି ନିମନ୍ତେ ପାଗଳ କୁକୁର, ବିଲୁଆମାନଙ୍କ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ। ଦଶମ ଶ୍ରେଣୀ ଛାତ୍ର ପ୍ରୀତିଶ କୁମାର ଛୁଆଳସିଂହ ମଧ୍ୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଶିକ୍ଷକ କବିରାଜ ବେହେରା ପ୍ରାଣୀ ଚିକିତ୍ସାଳୟର କର୍ମଚାରୀ ମାନଙ୍କ ସହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ରିପୋର୍ଟ-ସନାତନ ମହାକୁଡ଼।

Leave A Reply

Your email address will not be published.