ବିଶ୍ୱ ଅନୁବାଦ ଦିବସରେ ତିନି ରାଜ୍ୟରେ ଜାତୀୟ ଅନୁବାଦ ସମ୍ମିଳନୀ

0

ଭୁବନେଶ୍ୱର : ବିଶ୍ୱ ଅନୁବାଦ ଦିବସ ପାଳନ ଅବସରରେ ଭାରତୀୟ ଅନୁବାଦ ସାହିତ୍ୟ ପକ୍ଷରୁ ଉତ୍ତରାଖଣ୍ଡ, ପଞ୍ଜାବ ଓ ଓଡ଼ିଶାରେ ତିନୋଟି ଦୂରଭାଷୀ ଜାତୀୟ ଅନୁବାଦ ସମ୍ମିଳନୀ ଏବଂ ବହୁଭାଷୀ କବିତା ପାଠ ଉତ୍ସବ ଆୟୋଜିତ ହେବ। ସଂଗଠନର ସଂସ୍ଥାପକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି।


ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ନବୀନ ଓ ପ୍ରବୀଣ କବି, ଲେଖକ ଏବଂ ଅନୁବାଦକ ଯୋଗଦେବେ। ସେମାନେ ଅନୁବାଦ ସାହିତ୍ୟର ବିଭିନ୍ନ ଦିଗ, ଭାରତୀୟ ଭାଷାଗୁଡ଼ିକ ମଧ୍ୟରେ ସାହିତ୍ୟିକ ଆଦାନପ୍ରଦାନ ଏବଂ ବହୁଭାଷୀ ସାହିତ୍ୟର ପ୍ରସାର ସମ୍ପର୍କରେ ମତବିନିମୟ କରିବେ।
ଦେଶର ବିଭିନ୍ନ ଭାଷା ଓ ସାହିତ୍ୟକୁ ଅନୁବାଦ ମାଧ୍ୟମରେ ନିକଟତର କରିବା ସହିତ ଭାଷାଗତ ଓ ସାଂସ୍କୃତିକ ସମନ୍ୱୟ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି। ବହୁଭାଷୀ କବିତା ପାଠ ଉତ୍ସବରେ ବିଭିନ୍ନ ଭାରତୀୟ ଭାଷାର କବିମାନେ ନିଜସ୍ୱ କବିତା ପାଠ କରିବେ।
ରିପୋର୍ଟ-ସନାତନ ମହାକୁଡ଼।

Leave A Reply

Your email address will not be published.