ଜନାଦେଶକୁ ଗ୍ରହଣ କରୁଛୁ, ପରାଜୟ ପରେ କହିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ତିନିଟି ରାଜ୍ୟ ରାଜସ୍ଥାନ,ମଧ୍ୟପ୍ରଦେଶ, ଛତିଶଗଡ଼ରେ ଦଳର ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ଯେ, ସେ ଜନାଦେଶକୁ ଗ୍ରହଣ କରୁଛନ୍ତି । କିନ୍ତୁ ଚିନ୍ତାଧାରାର ଲଢେଇ ଜାରି ରହିବ । ସେ ମଧ୍ୟ ତେଲେଙ୍ଗାନା ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ କହିଛନ୍ତି ଯେ ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ନିଶ୍ଚିତଭାବେ ପାଳନ କରାଯିବ । ଏହା ସହିତ ସେ ଦଳୀୟ କର୍ମୀଙ୍କ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଦେଇଛନ୍ତି ।

ସେହିପରି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଏକ୍ସରେ ଲେଖିଛନ୍ତି, ତେଲେଙ୍ଗାନାର ଜନତା କଂଗ୍ରେସ ସପକ୍ଷରେ ଜନାଦେଶ ଦେଇଛନ୍ତି, ଇତିହାସ ସୃଷ୍ଟି କରିଛନ୍ତି। ଏହା ପ୍ରଜାଲା ତେଲେଙ୍ଗାନାର ବିଜୟ। ଏହା ହେଉଛି ରାଜ୍ୟବାସୀ ଓ କଂଗ୍ରେସ ଦଳର ପ୍ରତ୍ୟେକ କର୍ମକର୍ତ୍ତାଙ୍କ ବିଜୟ। ତେଲେଙ୍ଗାନାବାସୀଙ୍କୁ ମୋର ହୃଦୟରୁ ଧନ୍ୟବାଦ । ତେଲେଙ୍ଗାନାରେ ଶାନ୍ତି, ସମୃଦ୍ଧି ଓ ପ୍ରଗତି ପାଇଁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଜନତା କଂଗ୍ରେସ ଦଳକୁ ବିରୋଧୀ ଦଳ ଦାୟିତ୍ୱ ଦେଇଛନ୍ତି। ଲୋକଙ୍କ ରାୟ ଶିରୋଧାର୍ଯ୍ୟ। ଜୟ ହିନ୍ଦ!”

Comments are closed.