ରାତି ଗଲା ଏବେ ପାହି
ବାୟସେ ରଟିଲେ ପେଚକ ଲୁଚିଲେ
ରାତି ଗଲା ଏବେ ପାହି l
ପୂରୁବ ଦିଗରୁ ସୂରୁଜ ଦେବତା
ଧୀରେ ଆସୁଛନ୍ତି ଉଇଁ ll
ହୁକେ ହୋ ଡାକି ପାହାନ୍ତି ପହରୁ
ଜମ୍ବୁକେ ଲୁଚିଲେ ବଣେ l
ବାରନାରୀ ପୁରୁ ଦାର ପଳାଇଲେ
ଅନ୍ଧକାର ଅବସାନେ ll
ହରେ କୃଷ୍ଣ ହରେ ରାମ ରଟୁଛନ୍ତି
ପଞ୍ଜୁରୀ ଭିତରେ ଶାରୀ l
କରଟ…