ବଂଶୀଚୋରି

ବ୍ରହ୍ମା ଧରାଇଲେ ଅପୂର୍ଵ ମୁରଲୀ ତୋଳେ ସେ ଅପୂର୍ଵ ଧ୍ୱନୀ l ସେ ଧ୍ୱନୀ ଶ୍ରବଣେ ପାଷାଣ ତରଳେ ଯମୁନା ବହେ ଉଜାଣି ll ଗୋପପୁରେ କେତେ ଯୁବତୀ ନାହାଁନ୍ତି ବଂଶୀ ଡାକୁଥାଇ ଏକା l ଜାତି କୁଳ ମାନ ତେଜିଲି କହ୍ନାଇ ବଂଶୀ ଡାକଇ ରାଧିକା ll କୃଷ୍ଣ ଶୋଇଥାନ୍ତି କଦମ୍ବର ମୂଳେ ବଂଶୀ…

ତୋରେ ଶରଣ ଗଲି ରେ ମୁରଲୀ

ଶ୍ରୀକୃଷ୍ଣଙ୍କ ଆହ୍ଲାଦିନୀଶକ୍ତି ରାସେଶ୍ୱରୀ ଶ୍ରୀରାଧା l ତେଣୁ ଶ୍ରୀକୃଷ୍ଣଙ୍କ ମୋହନ ବଂଶୀ ସର୍ବଦା ରାଧା ରାଧା ବୋଲି ରଟୁଥାଏ l ଶ୍ରୀରାଧା ଅତିଷ୍ଠ ହୋଇ ଦିନେ ଅଭିମାନରେ ବଂଶୀକୁ କହିଥିଲେ,'ତୋରେ ଶରଣ ଗଲିରେ ମୁରଲୀ,ଦିନେ ନଡାକିବୁ ରାଧିକା ବୋଲି'l ତେବେ ସେ ମୁରଲୀର କଣ ଏମିତି ଶକ୍ତି ଥିଲା…

ଜୟ ମା’ ଅପରାଜିତା

ଜୟ ମାଆ ଦୁର୍ଗେ ଦୁର୍ଗତିନାଶିନୀ ଜୟ ମା' ବିଶ୍ୱବନ୍ଦିତା l ଦୁର୍ଗତି କାଳରେ ତୁହି ଏକା ସାହା ଜୟ ମା' ଅପରାଜିତା ll କଉଣପ କୂଳେ ଧରା ଭାରି ହେଲା ଆକୁଳେ ଡାକିଲା ମହୀ l ଦିବ୍ୟ ଧାମ ଛାଡ଼ି ଓହ୍ଲାଇ ଆସିଲୁ ମାଆଲୋ କରୁଣାମୟୀ ll ଦେବ ଯକ୍ଷ ନର ଗନ୍ଧର୍ବ କିନ୍ନର ସର୍ବେ ହୋଇ ଏକ ମୁଖ l…

ଭାରତରତ୍ନ ଅବଦୁଲ କାଲାମ

ଶ୍ରୀରାମେଶ୍ୱର ରାମେଶ୍ୱରରେ ତ୍ରେତୟା ଯୁଗ କଥା l ଶ୍ରୀରାମ ଥାପି ବାନ୍ଧିଲେ ବନ୍ଧ ଉଦ୍ଧାର ପାଇଁ ସୀତା ll ଏ କଳି ଯୁଗେ ପ୍ରମାଣ ତାର ଅଛି ସେ ଶିବଲିଙ୍ଗ l ସେ ଭୂମେ ଦିନେ ଜନମ ନେଲା ଏକ ଅଗ୍ନି ସ୍ପୁଲିଙ୍ଗ ll ଅବଦୁଲ କାଲାମ ନାଆଁ ତା'ର ଗରିବ ବାପ ମାଆ l ନାଵ ଚାଳିବା କୁଳ ବେଉସା…

ନମସ୍ତେ ଦେବ ଦାମୋଦର

ଦ୍ୱାପର ଯୁଗର କଥା l ଗୋଲକ ବିହାରୀ ଶ୍ରୀବିଷ୍ଣୁ ଏହି ଧରାଧାମରେ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରି ଗୋପ ପୁରରେ ନନ୍ଦ ବାବା ଓ ମାଆ ଯଶୋଦାଙ୍କ ବାତ୍ସଲ୍ୟ ଡୋରରେ ବନ୍ଧା ହୋଇ ଥାନ୍ତି l ତାଙ୍କର ବାଲ୍ୟ ଲୀଳା ଅବଲୋକନ କରି ସମଗ୍ର ଗୋକୁଳ ଅମୋଦିତ ହେଉଥାଏ l ଦିନକର କଥା, ସକାଳୁ ସକାଳୁ ମା' ଯଶୋଦା…

ମିଛେ ଗଲି ବୃନ୍ଦାବନ

ମିଛେ ଗଲି ବୃନ୍ଦାବନ ସଜନୀରେ ମିଛେ ଗଲି ବୃନ୍ଦାବନ l ବୃନ୍ଦାବନେ ଦେଖି ବୃନ୍ଦାବନ ଚନ୍ଦ୍ର ଯଶୋଦା ନନ୍ଦ ନନ୍ଦନ ll ରାଧା କୁଣ୍ଡ ଶ୍ୟାମ କୁଣ୍ଡରେ ସ୍ନାହାନ ପରିକ୍ରମା ଗୋବର୍ଦ୍ଧନ l ମଥୁରା ଚତୁର ମାମୁଁ କାରାଗାର ରାସ କୁଞ୍ଜ ନିଧି ବନ ll ବାଙ୍କ ବିହାରୀଙ୍କ ବାଙ୍କ ଚୂଡ଼ା ଦେଖି…

ବଂଶୀଚୋରି ରାଧା

କାହ୍ନୁହେ ବଂଶୀ କେ ଦେଲା ତୋତେ,ରାଧା ରାଧା ବୋଲି ଡାକେ ନିରତେ l ଶ୍ରୀକୃଷ୍ଣ ଏବଂ ମୋହନ ବଂଶୀ ପରସ୍ପର ଠାରୁ ଅଭିନ୍ନ l ଶ୍ରୀକୃଷ୍ଣ ମୋହନ ମୁରଲୀ ନାଦ ତ୍ରିଭୁବନକୁ ମୋହିତ କରି ରଖିଛି l ସମସ୍ତ ଜଗତର ଚେତନାରେ ସେ ନାଦ ଗୁଞ୍ଜରିତ ଅନୁରଣିତ ହେଉଛି l ପ୍ରତି ପ୍ରାଣର ସ୍ପନ୍ଧନ ସେହି ମୁରଲୀ ନାଦ…

ଗୋପୀ ହେଲେ ମହାଦେବ

ସେଦିନ ଥାଏ ଶରଦ ପୂର୍ଣ୍ଣିମା l ଭଗବାନ ଶ୍ରୀକୃଷ୍ଣ ତ୍ରେତୟା ଯୁଗର ରାମାଵତାରରେ ଦଣ୍ଡକାରଣ୍ୟର ମୁନିଋଷି ମାନଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ ବ୍ରଜ ପୁରର ଗୋପୀ ମାନଙ୍କ ସହ ବୃନ୍ଦାରଣ୍ୟରେ ମହାରାସ କରୁଥାନ୍ତି l କୃଷ୍ଣଙ୍କ ମୋହନ ମୁରଲୀର ସ୍ଵନ ବୃନ୍ଦାବନର ବନଭୂମିକୁ ମୁଖରିତ କରୁଥାଏ l…

ଗର୍ଭଣା ସଂକ୍ରାନ୍ତି

ଆଜି ଗର୍ଭଣା ସଂକ୍ରାନ୍ତି କୃଷକ ଆନନ୍ଦ l ଅଶିଣର ବାଆ ବହେ କ୍ଷେତେ ମନ୍ଦମନ୍ଦ ll କରି ପିଠା ପଣା କେତେ କୃଷକ ଘରଣୀ l ପୂଜା କରିଲେଣି ଘରେ ଲକ୍ଷ୍ମୀ ଠାକୁରାଣୀ ll କୃଷକ ନିଧିଆ ସାରି ସକାଳୁ ସ୍ନାହାନ l କ୍ଷେତକୁ ଯାଉଛି ଧରି ସିନ୍ଦୁର ଚନ୍ଦନ ll ଗୁଆଳି ଡ଼ାଳୁଆ ହାତେ ଧରି ବତା ଗଜ l…

ବୁଢୀପଦର ପ୍ରାଥମିକ ବିଦ୍ୟାଳୟର ପୁନଃ ନିର୍ମାଣ ଦାବିରେ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା : ୧୯୬୪ ମସିହାରେ ପ୍ରତିଷ୍ଠା ହୋଇଥିବା ବୁଢୀପଦର ପ୍ରାଥମିକ ବିଦ୍ୟାଳୟ ଯାହା ଜୀର୍ଣ୍ଣ ସିର୍ଣ୍ଣ ଅବସ୍ଥାରେ ରହିଛି l ଏହାର ପୁନଃ ନିର୍ମାଣ ଦାବୀ ନେଇ ଡ଼. ଭବାନୀ ଶଙ୍କର ନିଆଲ ରାଜ୍ୟ ପରିଷଦ ସଦସ୍ୟ ବିଜୁ ଜନତା ଦଳଙ୍କ ନେତୃତ୍ୱରେ ବୁଢୀପଦର ଗ୍ରାମବାସୀଙ୍କ ସହ ଜିଲ୍ଲପାଳ…