ବଂଶୀଚୋରି

ଅର୍ଜୁନୀ ଚରଣ ବେହେରା

ବ୍ରହ୍ମା ଧରାଇଲେ ଅପୂର୍ଵ ମୁରଲୀ
ତୋଳେ ସେ ଅପୂର୍ଵ ଧ୍ୱନୀ l
ସେ ଧ୍ୱନୀ ଶ୍ରବଣେ ପାଷାଣ ତରଳେ
ଯମୁନା ବହେ ଉଜାଣି ll
ଗୋପପୁରେ କେତେ ଯୁବତୀ ନାହାଁନ୍ତି
ବଂଶୀ ଡାକୁଥାଇ ଏକା l
ଜାତି କୁଳ ମାନ ତେଜିଲି କହ୍ନାଇ
ବଂଶୀ ଡାକଇ ରାଧିକା ll
କୃଷ୍ଣ ଶୋଇଥାନ୍ତି କଦମ୍ବର ମୂଳେ
ବଂଶୀ ସୀମସ୍ଥାନେ ଦେଇ l
ବାଟେ ଗଲେ ଦିନେ ଚତୁରୀ ରାଧିକା
ବଂଶୀଟି ନେଲେ ଚୋରାଇ ll
ଯମୁନା ଚାଲନ୍ତି ରାଧିକା ସୁନ୍ଦରୀ
ବେଣୁ ଦେବେ ଜଳେ ମେଲି l
ବଂଶୀଚୋର ରାଇ ଜାଣିଲେ କହ୍ନାଇ
ଅନ୍ତର୍ଯ୍ୟାମୀ ବନମାଳୀ ll
ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ଗୋ ରାଧିକେ
ବଂଶୀ ମୋ ନେଇଛ ଏକା l
ଚତୁରୀ ତୁମ୍ଭର ଚାତର ଜାଣଇ
ବଇଁଶୀ ନିୟମ ପକା ll
ରାଧିକା ବୋଲନ୍ତି ବଂଶୀ ନିଅ କାହ୍ନା
ଜଗତେ ଚତୁର ତୁହି l
ବଂଶୀ ରଟୁଥାଉ ରାଈ ବିନୋଦିନୀ
ବିନୋଦ କଳା କହ୍ନାଇ ll
🙏🙏🙏
ଅର୍ଜୁନୀ
——————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.