Browsing Category

କଟକ

ଓସିଏ ନିର୍ବାଚନ: ୨୧ରେ ପ୍ରାର୍ଥୀପତ୍ର ଦାଖଲ, ୨୨ରେ ଯାଞ୍ଚ ସହ ୨୮ରେ ହେବ ଭୋଟ

କଟକ : ୨୦/୧୦: ଆସନ୍ତାକାଲି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ବା ଓସିଏ ନିର୍ବାଚନ ପାଇଁ ନାମାଙ୍କପତ୍ର ଦାଖଲ ହେବ । ଏନେଇ ଆଶୀର୍ଵାଦ  ବେହେରାଙ୍କ ପ୍ୟାନେଲରୁ ୩ ଜଣ ପାର୍ଥୀ ଚୂଡାନ୍ତ ହୋଇ ସାରିଛନ୍ତି । ସଭାପତି ପଦରେ ପ୍ରଣବ ପ୍ରକାଶ ଦାସ, ଉପସଭାପତି ପ୍ରାର୍ଥୀ ଭାଵେ ପଙ୍କଜ ଲୋଚନ ମହାନ୍ତି…

ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାଜ ଶାସ୍ତ୍ର ବିଭାଗ ପକ୍ଷରୁ ଦୁଇ ଦିନିଆ ଆନ୍ତର୍ଜାତୀୟ ଆଲୋଚନା ଚକ୍ର

କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାଜ ଶାସ୍ତ୍ର ବିଭାଗ ପକ୍ଷରୁ ରାଜନୀତି ବିଜ୍ଞାନ ବିଭାଗର ମିଳିତ ସହଯୋଗରେ ଜଗତିକରଣ, ସୁରକ୍ଷା ଏବଂ ବିକାଶର ଅନ୍ତର୍ଜାତୀୟ, ଜାତୀୟଏବଂ ଆଞ୍ଚଳିକ ଦିଗ ଶୀର୍ଷକରେ ଏକ ଦୁଇ ଦିନିଆ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ…

କୁମାର ପୂର୍ଣ୍ଣିମା ଅବସରରେ ଆନନ୍ଦମ୍ ଫାଉଣ୍ଡେସନ୍ ଦ୍ୱାରା ବିଶ୍ଵଶାନ୍ତି ହୋମଯଜ୍ଞ ଆୟୋଜିତ

୯ ଅକ୍ଟୋବର ୨0୨୨ ରବିବାର ପବିତ୍ର କୁମାର ପୂର୍ଣ୍ଣିମା ଏବଂ ଲକ୍ଷ୍ମୀ ପୂଜାର ଶୁଭ ଅବସରରେ ଆନନ୍ଦମ ଫାଉଣ୍ଡେସନ ଦ୍ୱାରା ଯଶୋଦା ସଦନ(ଅନାଥ ଆଶ୍ରମ), ବିଶ୍ୱନାଥ ମନ୍ଦିର, କଲେଜ ସ୍କୋୟାର, କଟକ ଠାରେ ଏକ "ବିଶ୍ୱଶାନ୍ତି ହୋମଯଜ୍ଞ " ଆୟୋଜିତ ହୋଇଥିଲେ। ଏହା ଗାୟତ୍ରୀ ପରିବାର କଟକ ଶାଖାର…

ଆଉ କରୋନାକୁ ନାହିଁ ଡର! କଟକ ଜିଲ୍ଲାରେ ବୁଷ୍ଟର୍‌ ଡୋଜ୍‌ ନେଇ ନାହାନ୍ତି ୬୩ ପ୍ରତିଶତ

କଟକ: କରୋନା ମହାମାରୀ ଯାଇନି, ମାତ୍ର ଲୋକଙ୍କ ଭିତରୁ ଏହାକୁ ନେଇ ଆଉ ଆଗଭଳି ଡର ନାହିଁ। ରାଜ୍ୟରେ ‌ଏବେ କରୋନା ସଂକ୍ରମଣ ସଂଖ୍ୟା ପ୍ରତିଦିନ ଶହେ ଉପରେ ରହୁଛି। ପୁଣି ଥରେ ଯେ ଏହାର ଲହର ଆଉ ଫେରିବ ନାହିଁ ଏ ନେଇ ଏ ଯ‌ାଏ ସ୍ପଷ୍ଟ ହୋଇପାରିନି। ସେପ‌ଟେ କ‌ରୋନା ଆସିଲେ ଟିକା ପାଇଁ ବିକଳ…

ଚୌଦ୍ୱାର ରୂପଯାତ୍ରାର ନିଆରା ପରଂପରା, ‘ସୁଲତାନନଗର’ରେ ପୂଜା ପାଉଛନ୍ତି ମା’ ଲକ୍ଷ୍ମୀ

ଚୌଦ୍ୱାର: କଟକ ଏବଂ କଟକ ଉପକଣ୍ଠ ଚୌଦ୍ବାରର ଭାଇଚାରା ପରଂପରା ସାରା ରାଜ୍ୟରେ ଉଦାହରଣ ସୃଷ୍ଟି କରିଛି। କଟକର ଐତିହାସିକ ଦଶହରା ପୂଜା ଆୟୋଜନରେ ମୁସଲମାନ ସଂପ୍ରଦାୟର ବ୍ୟକ୍ତିବିଶେଷଙ୍କ ପ୍ରମୁଖ ଅବଦାନ ରହି ଆସିଥିବା ବେଳେ ଚୌଦ୍ବାର ରୂପଯାତ୍ରାରେ ସୁଲତାନ ନଗରର ଗଜଲକ୍ଷ୍ମୀ ମେଢ ଭାଇଚାରା…

ସାମାନ୍ୟ ଦୁଷ୍ଟାମି ପାଇଁ ମାଆଛେଉଣ୍ଡ ୯ବର୍ଷର ପୁତୁରାକୁ ଦାଦା-ଖୁଡ଼ିଙ୍କ ତତଲା ଚେଙ୍କ

ମର୍କତନଗର ଥାନା ସିଡିଏ ସେକ୍ଟର ୭ରେ ଅଭାବନୀୟ ଘଟଣା। ଅଝଟ ହେବାରୁ ୯ ବର୍ଷର ପୁଅକୁ ଚେଙ୍କ ସହ ବେଲ୍ଟରେ ମାଡ଼ ଦେଲେ ଦାଦା, ଖୁଡ଼ି। ସେମାନଙ୍କ ନାଁରେ ମର୍କତନଗର ଥାନାରେ ଏତଲା ଦେଲେ ଆଈ ଓ ଅଜା। ମା’ଙ୍କ ମୃତ୍ୟୁ ପରେ ପିଲାଟିକୁ ଅଜା, ଆଇଙ୍କ ପାଖରୁ ନେଇ ଜୋର କରି ରଖିଥିଲେ ଦାଦା, ଖୁଡ଼ି…

ବେକରେ ଓନି ଦେଇ ଯୁବତୀଙ୍କ ଆତ୍ମହତ୍ୟା

ଜଗତପୁର : ଆଜି ଜଣେ ଯୁବତୀ ହଠାତ୍ ବେକରେ ଓନି ଲଗାଇ ଝୁଲି ପଡ଼ି ଆତ୍ମହତ୍ୟା କରିବା ଘଟଣା ଜଗତପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜଗତପୁର ଥାନା ଅନ୍ତର୍ଗତ ଭୂବନପୁର ପାଞ୍ଚଘରିଆ ସାହିରେ ଭଡାରେ ରହୁଥିବା ସ୍ୱୟଂପ୍ରଭା ବେହେରା (୨୨) ନାମକ ଜଣେ ଯୁବତୀ ବେକରେ ଓନି ଲଗାଇ ଆତ୍ମହତ୍ୟା…

ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ପରୀକ୍ଷା ଫଳ ପ୍ରକାଶିତ: ୬୦ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୯୨ଜଣ ଉତ୍ତୀର୍ଣ୍ଣ

କଟକ: ଓଡ଼ିଶା ସିଭିଲ୍ ସର୍ଭିସ୍‌-୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୋଟ ୩୯୨ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୪ଜଣ ପୁରୁଷ ଥିବାବେଳେ ୧୪୮ଜଣ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରୁ ତେଜସ୍ୱିନୀ ବେହେରା ଓଏଏସ ଟପର ହୋଇଛନ୍ତି । ତେବେ ଏଥିରେ ପ୍ରଥମ ୩ଟି…

ଭସାଣି ଶୋଭାଯାତ୍ରା ବେଳେ ୨ ସାହି ମଧ୍ୟରେ ମୁହାଁମୁହିଁ

କଟକ: ଦଶହରା ‌ପରେ ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ସମୟରେ ଗୁରୁବାର କଟକ ସହରରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି। ଉଭୟ ଗୋଷ୍ଠୀର ଉତ୍ତ୍ୟକ୍ତ ଲୋକେ ଢେଲାପଥର ମାଡ଼ କରିଥିବା ଜଣାପଡ଼ିଛି। ସୁରକ୍ଷା ପାଇଁ ମୁତୟନ ଥିବା କିଛି ପୁଲିସ କର୍ମଚାରୀ ସାମାନ୍ୟ ଆହତ ଥିବା ଜଣାଯାଇଛି।…

ବର୍ଷା ଛାଡ଼ିଲେ ଶାଶୂଘର

କଟକ : ଚଳଚ୍ଚିତ୍ର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିଜ ଘରେ ପ୍ରବେଶ ପାଇଁ ଶନିବାର ପୁରୀଘାଟ ଥାନା ପୁଲିସର ସହାୟତା ଲୋଡ଼ିଛନ୍ତି। ଏକ ମାସ ଭିତରେ ଘର ଛାଡିବା ପାଇଁ ଅଦାଲତ ଅଗଷ୍ଟ ୩୦ରେ ବର୍ଷା ପ୍ରିୟଦର୍ଶନୀଙ୍କୁ ଆଦେଶ ଦେଇଥିଲେ। ଶୁକ୍ରବାର ଦିନ ସମୟସୀମା ପୂରଣ ହୋଇଥିବା ବେଳେ ବର୍ଷା…