କୁମାର ପୂର୍ଣ୍ଣିମା ଅବସରରେ ଆନନ୍ଦମ୍ ଫାଉଣ୍ଡେସନ୍ ଦ୍ୱାରା ବିଶ୍ଵଶାନ୍ତି ହୋମଯଜ୍ଞ ଆୟୋଜିତ

୯ ଅକ୍ଟୋବର ୨0୨୨ ରବିବାର ପବିତ୍ର କୁମାର ପୂର୍ଣ୍ଣିମା ଏବଂ ଲକ୍ଷ୍ମୀ ପୂଜାର ଶୁଭ ଅବସରରେ ଆନନ୍ଦମ ଫାଉଣ୍ଡେସନ ଦ୍ୱାରା ଯଶୋଦା ସଦନ(ଅନାଥ ଆଶ୍ରମ), ବିଶ୍ୱନାଥ ମନ୍ଦିର, କଲେଜ ସ୍କୋୟାର, କଟକ ଠାରେ ଏକ “ବିଶ୍ୱଶାନ୍ତି ହୋମଯଜ୍ଞ ” ଆୟୋଜିତ ହୋଇଥିଲେ।

ଏହା ଗାୟତ୍ରୀ ପରିବାର କଟକ ଶାଖାର ସହଯୋଗରେ ବୈଦିକ ମନ୍ତ୍ର ଏବଂ ଭଜନ ସହିତ ସକାଳ 10:30 ରେ ଆରମ୍ଭ ହୋଇଥିଲା | ଅନାଥ ଆଶ୍ରମର ପିଲାମାନେ ଏବଂ ସ୍ଥାନୀୟ ବାସିନ୍ଦାମାନେ ବହୁ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ | ସ୍ଥାନୀୟ କାଯ୍ୟକର୍ତା କାର୍ଯ୍ୟକର୍ତ୍ତା ଶ୍ରୀ ବଂଶୀଧର ପରିଡା ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ପୁଷ୍ପଲତା ପରିଡା ଯଜ୍ଞରେ ଯଜମାନର ଦାଇତ୍ୱ ତୁଲାଇଥିଲେ | ମଧ୍ୟାହ୍ନ ୧ ଟାରେ ଏହା ପୂର୍ଣ୍ଣାହୁତି ଏବଂ ମହାପ୍ରସାଦ ସହିତ ଶେଷ ହୋଇଥିଲା |

ଏହି କାର୍ଯ୍ୟକ୍ରମକୁ ଶ୍ରୀ ଜନ୍ମେଜୟ ସାହୁ (ଯୁଗ୍ମ ସଚିବ-ଆନନ୍ଦମ ଫାଉଣ୍ଡେସନ) ଏବଂ ଶ୍ରୀ ବଂଶୀଧର ପ୍ରଧାନ ପରିଚାଳନା କରିଥିଲେ । ଉକ୍ତ କଯ୍ୟକ୍ରମରେ ଶ୍ରୀ ମନୋଜ ଦାସ (ସାଧାରଣ ସମ୍ପାଦକ-ଆନନ୍ଦମ ଫାଉଣ୍ଡେସନ) ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ 64 ଲୋକ ଯୋଗ ଦେଇଥିଲେ।

Comments are closed.