ବେକରେ ଓନି ଦେଇ ଯୁବତୀଙ୍କ ଆତ୍ମହତ୍ୟା

ଜଗତପୁର : ଆଜି ଜଣେ ଯୁବତୀ ହଠାତ୍ ବେକରେ ଓନି ଲଗାଇ ଝୁଲି ପଡ଼ି ଆତ୍ମହତ୍ୟା କରିବା ଘଟଣା ଜଗତପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜଗତପୁର ଥାନା ଅନ୍ତର୍ଗତ ଭୂବନପୁର ପାଞ୍ଚଘରିଆ ସାହିରେ ଭଡାରେ ରହୁଥିବା ସ୍ୱୟଂପ୍ରଭା ବେହେରା (୨୨) ନାମକ ଜଣେ ଯୁବତୀ ବେକରେ ଓନି ଲଗାଇ ଆତ୍ମହତ୍ୟା କରିଛନ୍ତିି । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ôଚ ଯୁବତୀଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲ୍ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଦୀର୍ଘ ୧୫ ବର୍ଷ ହେବ ନିଶ୍ଚିନ୍ତକୋଇଲି ଜଗନ୍ନଥପୁର ନମିତା ବେହେରା ଓ ତାଙ୍କ ଝିଅ ସ୍ୱୟଂପ୍ରଭା ଏଠାରେ ଏକ ଭଡା ଘରେ ରହୁୁଥିଲେ । ଗତକାଲି ବିଳମ୍ବିତ ରାତିରେ ସ୍ୱୟଂପ୍ରଭା ବେକରେ ଓନି ବାନ୍ଧି ଆଜବେଷ୍ଟର ଲୁହା ପାଇପରେ ଝୁଲିପଡିଥିବା ଦେଖିବାକୁ ମିଳିଥିଲା । ତେବେ ପ୍ରେମ ବ୍ୟପାରକୁ ନେଇ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ ପ୍ରକାଶ ପାଇଛି ।

Comments are closed.