ପାକିସ୍ତାନ ଜେଲରେ ଚାଲିଗଲା ୬ଜଣ ଭାରତୀୟ କଏଦୀଙ୍କ ଜୀବନ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ଭାରତୀୟ କଏଦୀଙ୍କ କରୁଣ ପରିସ୍ଥିତି। ସ୍ଥିତି ସଙ୍ଗୀନ, ଅବସ୍ତା ଅଣାୟତ। ପଡ଼ୋଶୀ ରାଷ୍ଟ୍ରର ଜେଲ ଭିତରେ ଅବ୍ୟବସ୍ଥାର ବିଛଣାରେ ବିତୁଛି ଭାରତୀୟ କଏଦୀଙ୍କ ଜୀବନ। ଗତ ୯ ମାସରେ ଗଲାଣି ୬ଜଣ ଭାରତୀୟ କଏଦୀଙ୍କ ଜୀବନ। କେମିତି ହେଲା ମୃତ୍ୟୁ, କାରଣ କ’ଣ ଏପର‌୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ଆଉ ଏହାର କାରଣ ଖୋଜିବା ବି ମୁସ୍କିଲ। ଯେଉଁ ୬ଜଣ କଏଦୀଙ୍କ ଜୀବନ ଯାଇଛି ସେମାନଙ୍କ ମଧ୍ୟରୁ ୫ଜଣ ମତ୍ସଜୀବୀ ଅଟନ୍ତି। ପାକିସ୍ତାନ ଜେଲରେ ବନ୍ଦ ଥିବା କଏଦୀ ମାନଙ୍କୁ ମୁକ୍ତ କରିବାକୁ ଭାରତ ଅନେକ ଥର ପ୍ରଶ୍ନ ଉଠାଇଥିଲେ ବି ଏନେଇ ପାକିସ୍ତାନ ପକ୍ଷରୁ କୌଣସି ବି ପଦକ୍ଷେପ ନିଆଯାଉନାହିଁ। ବିଦେଶ ମନ୍ତ୍ରାଳୟର ମୁଖ୍ୟ ପରାମର୍ଶଦାତା ଅରିନ୍ଦମ ବାଗଚି କହିଛନ୍ତି, ଗତ ୯ମାସ ଭିତରେ ପାକିସ୍ତାନ ଜେଲରେ ୬ ଭାରତୀୟ କଏଦୀଙ୍କର ମୃତ୍ୟୁ ହୋଇଛି। ଏଥିରେ ୫ଜଣ ମତ୍ସଜୀବୀ ରହିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ୬ ଜଣ କଏଦୀ ତାଙ୍କର ସଜା ପୂରା କରିସାରିଛନ୍ତି। କଏଦୀଙ୍କୁ ଫେରାଇଆଣିବା ପାଇଁ ଭାରତ ପକ୍ଷରୁ ବାରମ୍ବାର ପ୍ରଶ୍ନ ଉଠାଯାଉଥିଲେ ବି ତାଙ୍କୁ ବେଆଇନ ଭାବେ ଜେଲରେ ଅଟକ ରଖାଯାଇଥିଲା।

Comments are closed.