ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ପରୀକ୍ଷା ଫଳ ପ୍ରକାଶିତ: ୬୦ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୯୨ଜଣ ଉତ୍ତୀର୍ଣ୍ଣ

କଟକ: ଓଡ଼ିଶା ସିଭିଲ୍ ସର୍ଭିସ୍‌-୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୋଟ ୩୯୨ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୪ଜଣ ପୁରୁଷ ଥିବାବେଳେ ୧୪୮ଜଣ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରୁ ତେଜସ୍ୱିନୀ ବେହେରା ଓଏଏସ ଟପର ହୋଇଛନ୍ତି । ତେବେ ଏଥିରେ ପ୍ରଥମ ୩ଟି ସ୍ଥାନ ଅଧିକାର କରିଛନ୍ତି ଛାତ୍ରୀ । ତେଜସ୍ୱିନୀ ବେହେରା ଓଏଏସ ଟପର ହୋଇଥିବା ବେଳେ ଶୁଭଙ୍କରୀ ସୁଦେଷ୍ଣା ଦାଶ ଦ୍ୱିତୀୟ ଓ ଅନନ୍ୟା ସୃଷ୍ଟି ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ୪ନମ୍ବରରେ ଦେବବ୍ରତ କର, ୫ମରେ ଦେବବ୍ରତ ମହାରଣା, ୬ଷ୍ଠରେ ଅଭିସ୍ମିତା ତିୱାରୀ, ୭ମରେ ଶୁଭଶ୍ରୀ ରଥ, ୮ମରେ ଶ୍ରୀତପା ମିଶ୍ର, ୯ମରେ ବିବେକାନନ୍ଦ ଷଡ଼ଙ୍ଗୀ, ୧୦ମରେ ତପତି ରାଜ, ୧୧ନମ୍ବରରେ ପଙ୍କଜ କୁମାର ମହାନ୍ତ, ୧୨ ନମ୍ବରରେ ତନ୍ମିତା କର ଓ ୧୩ ନମ୍ୱରରେ ଅଭିଜିତ ଷଡ଼ଙ୍ଗୀ ରହିଛନ୍ତି । ସେହିପରି ୧୪ ନମ୍ୱର ସ୍ଥାନରେ କସ୍ତୁରୀ ପଣ୍ଡା, ୧୫ ନମ୍ୱରରେ ବିଭୂପ୍ରସାଦ ସିଂହ, ୧୬ ନମ୍ୱରରେ ବିଶ୍ୱଜିତ ପଣ୍ଡା, ୧୭ ନମ୍ୱରରେ ହରପ୍ରିୟା ପୃଷ୍ଟି, ୧୮ ନମ୍ୱରରେ ରାମକୃଷ୍ଣ ସତ୍ୟରାଜ ଗୁରୁ, ୧୯ ନମ୍ୱର ଅଣାକାର ନାୟକ, ୨୦ ନମ୍ୱରରଆ ଲିତୁସ୍ମିତା ମିଶ୍ର ଅଛନ୍ତି ।

୨୦୨୦-୨୧ ବର୍ଷ ପାଇଁ ଅନୁଷ୍ଠିତ ଓସିଏସ୍ ପରୀକ୍ଷାରେ ପ୍ରିଲିମ୍ ପାଇଁ ପ୍ରାୟ ୬୦ ହଜାର ପିଲା ପରୀକ୍ଷା ଦେଇଥିଲେ । ସେ ଭିତରୁ ମେନ ପାଇଁ ୪ ହଜାର ୭ ଶହ ୪ ଜଣ ସିଲେକ୍ଟ ହୋଇଥିଲେ । ତେବେ ଶେଷ ପର୍ଯ୍ୟାୟ ସାକ୍ଷାତକାର ପରୀକ୍ଷା ପାଇଁ ମୋଟ୍ ୭୮୪ ପରୀକ୍ଷାର୍ଥୀ ମନୋନୀତ ହୋଇଥିଲା ବେଳେ କୃତକାର୍ଯ୍ୟ ହୋଇଛନ୍ତି ମୋଟ୍ ୩୯୨ । ଉତ୍ତୀର୍ଣ୍ଣଙ୍କ ଭିତରୁ ପୁରୁଷଙ୍କ ସଂଖ୍ୟା ୨୪୪ ଥିଲା ବେଳେ ମହିଳାଙ୍କ ସଂଖ୍ୟା ହେଉଛି ୧୪୮ । ୨୦୧୯ରେ ୧୯୮ଟି ପଦବୀ ପାଇଁ ପରୀକ୍ଷା ହୋଇଥିଲା ବେଳେ ଏଥର ସର୍ବାଧିକ ୩୯୨ ପଦବୀ ପାଇଁ ପରୀକ୍ଷା ହୋଇଛି ।

Comments are closed.