କଟକ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ଦିନରୁ ଲାଗିରହିଥିବା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ପୁଣି ଥରେ ଘୁଞ୍ଚିଯାଇଛି। ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ଟ୍ରିବ୍ୟୁନାଲରେ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। କୋର୍ଟ କିମ୍ବା ଟ୍ରିବ୍ୟୁନାଲ ଆଇନଗତ ପ୍ରକ୍ରିୟା ଅପେକ୍ଷା ଦୁଇ ରାଜ୍ୟ ମଧ୍ୟରେ ଭାତୃତ୍ୱପୂର୍ଣ୍ଣ ମନୋଭାବ ଓ ଆଲୋଚନା ମାଧ୍ୟମରେ ଏହି ସମ୍ବେଦନଶୀଳ ବିବାଦର ସ୍ଥାୟୀ ସମାଧାନ ବାହାର କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହି ସମାଧାନ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ କେନ୍ଦ୍ରୀୟ ଜଳ ଆୟୋଗ ଅଧ୍ୟକ୍ଷଙ୍କ ପୌରୋହିତ୍ୟରେ ଓଡ଼ିଶା ଏବଂ ଛତିଶଗଡ଼ର ବୈଷୟିକ ଦଳ ମଧ୍ୟରେ ପୂର୍ବରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇସାରିଛି। ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ଏହି ଦଳଗୁଡ଼ିକ ମଧ୍ୟରେ ପରବର୍ତ୍ତୀ ବୈଠକ ବସିବା ନେଇ ସୂଚନା ମିଳିଛି। ଉଭୟ ରାଜ୍ୟର ଜଳ ସୁରକ୍ଷା ଓ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ କେଉଁ ଆଧାରରେ ଜଳ ବଣ୍ଟନ କରାଯିବ, ସେନେଇ କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଆଗାମୀ ଦିନରେ ଏକ ସ୍ପଷ୍ଟ ରୂପରେଖା ପ୍ରସ୍ତୁତ କରାଯାଇପାରେ। ମହାନଦୀ ଜଳ ବିବାଦରେ ଓଡ଼ିଶାର ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏକ ଉଚିତ ସମାଧାନର ବାଟ ବାହାର କରିବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.