Browsing Category

ସ୍ତମ୍ଭ/ଗଳ୍ପ

ଆଶ୍ଚର୍ଯ୍ୟ ଶୈବପୀଠ ପକ୍ଷୀତୀର୍ଥମ୍

ଚେନ୍ନାଇ ମହାନଗରୀର ଚେଙ୍ଗଲପେଟ ଠାରୁ 13 କିଲୋମିଟର ଦୂରରେ ଅବସ୍ଥିତ ତିରୁକଲ୍ଲୀକୁନ୍ଦ୍ରମ୍ ପାହାଡ଼ ଶିଖରରେ ଭଗବାନ ସଦାଶିବ,ଶ୍ରୀବେଦ ଗିରୀଶ୍ୱର ରୂପେ ଅବସ୍ଥାନ କରୁଛନ୍ତି l ଏହା ପକ୍ଷୀ ତୀର୍ଥ ରୂପେ ପରିଚିତ l ପୂର୍ବେ ପ୍ରତ୍ୟକ ଦିନ ଏହି ମନ୍ଦିର ନିକଟକୁ ଯୋଡ଼ିଏ ଗୁଧ୍ରପକ୍ଷୀ ଆସୁଥିଲେ l…

କର୍ମ ଘେନି ଫଳ

ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କର୍ମ କରି ଚାଲ, ଫଳର ଚିନ୍ତା ମୋ ଉପରେ ଛାଡି ଦିଅ । ଠିକ୍ ସମୟରେ ତୁମେ କରିଥିବା କର୍ମର ଉଚିତ ଫଳ ପ୍ରାପ୍ତ କରିବ । ଅନେକ ଲୋକ କହିଥା'ନ୍ତି ଆମେ ଭଲ କର୍ମ କରୁଛୁ, ଧର୍ମରେ ଅଛୁ କିନ୍ତୁ ଦୁଃଖ ପାଉଛୁ, ଆମର ଦୁଃଖ କଷ୍ଟ ଦୂର ହେଉନି । କିନ୍ତୁ…

ଯୁବ ପୀଢ଼ି ଙ୍କୁ ଦୁଇ ପଦ..

ଶ୍ରୀରାମ ଚରିତ ମାନସ ରେ ଗୋସ୍ୱାମୀ ତୁଳସୀ ଦାସ  କହିଛନ୍ତି, ବଡେ ଭାଗ ମାନୁସ୍ ତନୁ ପାୱ ।ଅର୍ଥାତ୍ ଆମ ମାନଙ୍କୁ ଏହି ଶରୀର ଅତି ଭାଗ୍ୟରେ ମିଳିଛି।ଏପରିକି ସ୍ବର୍ଗ ର ଦେବତା ମାନଙ୍କ ପାଇଁ ମଧ୍ୟ ଏହି ଶରୀର ଅତି ଦୁର୍ଲଭ।ଅତଏବ ଏହି  ଦୁର୍ଲଭ ମନୁଷ୍ୟ ଜନ୍ମ ପାଇ  କଣ ଆମେ ସାର୍ଥକ କରି ପାରିଛେ…

ମାନିନୀ

ମାନିନୀ ଅପରାହ୍ନରେ ଘରର ସବୁ କାମ ସାରି ସୋଫା ଉପରେ ବସି ଟିକେ ବିଶ୍ରାମ ନେଉଥିଲା, ସାରା ଘରର କାମ ଯେତେ କଲେବି ସରୁନାହିଁ I ନିଜକୁ ନିଜେ ଗୁଣୁ ଗୁଣୁ ହୋଇ କ’ଣ ସବୁ କହିଚାଲିଥିଲା, ହାତରେ ସ୍ମାର୍ଟ ଫୋନ, ଟିକେ ସମୟ ମିଳିଲେ ବାସ ଏହି ସ୍ମାର୍ଟଫୋନ ସବୁଠାରୁ ବେଶୀ ନିଜର ପରି ମନେହୁଏ I…

ପତ୍ରବନ୍ଧୁ

୧୯୯୬ ମସିହା ଡିସେମ୍ବର ମାସର ଏକ ଶୀତୁଆ ସଖାଳ ବିଛଣାରୁ ଉଠିପଡ଼ି ନିଜର ନିତ୍ୟ କର୍ମ ସାରି ଇଛା ବିରୁଦ୍ଧରେ କାର୍ଯ୍ୟାଳୟ ଯିବାକୁ ନିଜକୁ ପ୍ରସ୍ତୁତ କରିନେଲି I ଏଇ ଡିସେମ୍ବର ଓ ଜାନୁଆରୀ ମାସ ଦୁଇଟି ଖୁବ ଭଲ ଜଳବାୟୁ ହୋଇଥିବାରୁ ଅନେକ ବ୍ୟକ୍ତି ନୂଆ ନୂଆ ଜାଗାକୁ ବୁଲିବାକୁ ଇଛା ପ୍ରକାଶ…

କୃଷ୍ଣ ବନ୍ଦେ ଜଗଦ୍ଗୁରୁ

ବିଷ୍ଣୁଙ୍କର ଷୋଳକଳା ନେଇ ଦ୍ୱାପରଯୁଗରେ ଦୁଷ୍ଟ ଦଳନ ପାଇଁ ଭଗବାନ ଶ୍ରୀକୃଷ୍ଣ ଏ ଧରା ଧାମରେ ଅବତୀର୍ଣ୍ଣ ହୋଇଥିଲେ l ସେତେବେଳେ ଧରାରେ ରାଜୁତି କରୁଥାଏ ବର୍ଷାକାଳ l ନଦୀ, ନାଳ, କୂପ, ତଡ଼ାଗ ଜଳପୂର୍ଣ ଅଛନ୍ତି l ବୃକ୍ଷଲତା ତୃଣ ସବୁଜ ରୂପଶ୍ରୀରେ ମଣ୍ଡିତ ଅଛନ୍ତି l ଧରଣୀ ରସ ପୂର୍ଣ୍ଣ l…

ସଂକୁଚିତ ଭାରତୀୟ ପରିବାର: କାରଣ ଓ ପ୍ରଭାବ

ପୃଥିବୀର ଦ୍ୱିତୀୟ ଜନବହୁଳ ଦେଶ ଭାରତର ଜନସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । 2022 ମସିହା ଜୁଲାଇ ମାସରେ ମିଳିତ ଜାତିସଂଘର ରିପୋର୍ଟରେ କୁହାଯାଇଛି ଯେ 2050 ମସିହା ବେଳକୁ 166.8 କୋଟି ଲୋକଙ୍କୁ ନେଇ ଭାରତ ଚୀନକୁ (131.7 କୋଟି) ପଛରେ ପକେଇ ବିଶ୍ୱର ସର୍ବବୃହତ ଜନବହୁଳ ଦେଶ ହୋଇଥିବ।…