ଯୁବ ପୀଢ଼ି ଙ୍କୁ ଦୁଇ ପଦ..

ପ୍ରଭାତ କୁମାର ମହାପାତ୍ର

ଶ୍ରୀରାମ ଚରିତ ମାନସ ରେ ଗୋସ୍ୱାମୀ ତୁଳସୀ ଦାସ  କହିଛନ୍ତି, ବଡେ ଭାଗ ମାନୁସ୍ ତନୁ ପାୱ ।ଅର୍ଥାତ୍ ଆମ ମାନଙ୍କୁ ଏହି ଶରୀର ଅତି ଭାଗ୍ୟରେ ମିଳିଛି।ଏପରିକି ସ୍ବର୍ଗ ର ଦେବତା ମାନଙ୍କ ପାଇଁ ମଧ୍ୟ ଏହି ଶରୀର ଅତି ଦୁର୍ଲଭ।ଅତଏବ ଏହି  ଦୁର୍ଲଭ ମନୁଷ୍ୟ ଜନ୍ମ ପାଇ  କଣ ଆମେ ସାର୍ଥକ କରି ପାରିଛେ ?ମହାନ୍ କାଳୀ ସାଧକ ଶ୍ରୀ ରାମକୃଷ୍ଣ ପରମହଂସ ଙ୍କ ମହାନ୍ ଶିଷ୍ୟ ବିଶ୍ଵ ବିଜୟୀ ସ୍ଵାମୀ ବିବେକାନନ୍ଦ ଦେଇଥିବା ଉପନିଷଦ ବାଣୀ କୁ କଣ ଏତେ ଶୀଘ୍ର ଭୁଲିଗଲେ ?ସେ କହୁଥିଲେ,ଉତ୍ତିଷ୍ଠତ,ଜାଗ୍ରତ ପ୍ରାପ୍ୟ ବରାନ ନିବୋଧତ। ଉଠ! ଜାଗ,ନିଜର ଲକ୍ଷ୍ୟ ସ୍ଥଳ ରେ ନ ପହଁଞ୍ଚିବା ପର୍ଯ୍ୟନ୍ତ ବିଶ୍ରାମ ନିଅ ନାହିଁ।୧୯୮୫ ମସିହା ରେ ତତ୍ କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ରାଜୀବ ଗାନ୍ଧୀ ସ୍ଵାମୀ ବିବେକାନନ୍ଦ ଙ୍କ ଜନ୍ମ ଦିବସ କୁ ଜାତୀୟ ଯୁବ ଦିବସ ରୂପେ ଘୋଷଣା କରି ଭାରତୀୟ ଯୁବ ସମାଜ କୁ ଜାଗ୍ରତ କରିବା ପାଇଁ ଚେଷ୍ଟା କରିଥିଲେ।,କିନ୍ତୁ ଏହାର ମହତ୍ତ୍ଵ କେତେ ଜଣ ବୁଝିଛନ୍ତି ?ଆଜିର ଶିଶୁ ଆସନ୍ତା କାଲି ର ନାଗରିକ ତଥା ଭବିଷ୍ୟତ।କିନ୍ତୁ ପରିତାପର ବିଷୟ ଏହି ଶିଶୁ ମାନଙ୍କ ଅଭିଭାବକ ମାନେ କେବଳ ଗୋଟିଏ ଚିନ୍ତା ରେ ମଗ୍ନ।ପୁଅ ବଡ ହେଲେ କଣ ହେବ ?କିଏ ଭାବୁଚନ୍ତି ଆଇଏଏସ,କିଏ IFS, କିଏ ଇଞ୍ଜିନିୟର,କିଏ ଡାକ୍ତର,ଏଭଳି ଅନେକ ସ୍ବପ୍ନ।ଜଣେ କେହି ଚିନ୍ତା କରୁ ନାହାନ୍ତି ଯେ,ମୋ ପୁଅ କି ଝିଅ ଜଣେ ଚରିତ୍ରବାନ,ଆଦର୍ଶ ନାଗରିକ ହେଉ।ଦେଶ ମାତୃକା ର ସେବା କରୁ।ସେ ଯେତେ ବଡ ଅଫିସର ହେଉ ନା କାହିଁକି ପ୍ରଥମେ ଆବଶ୍ୟକ ଚରିତ୍ର ।ଚରିତ୍ର ଠାରୁ ବଳି କିଛି ନାହିଁ।ଭାରତ ର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ କହିଥିଲେ,ଭାରତ ବର୍ଷ ର ବିଭିନ୍ନ ଶିକ୍ଷାୟତନ ଓ ବିଶ୍ଵ ବିଦ୍ୟାଳୟ ରୁ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ଡିଗ୍ରୀ ପାଇଲେ ସୁଦ୍ଧା ମଣିଷ ଟିଏ ହୋଇ ବାହାରି ପାରୁ ନାହାଁନ୍ତି।ଯୁବ ସମାଜ ହେଉଛି ମହାନ୍ ଶକ୍ତି।ଏହି ଯୁବ ଶକ୍ତି ଯଦି ଚିର ନିଦ୍ରା ରେ ଶୋଇ ପଡ଼ିବେ,ତେବେ ସମଗ୍ର ଭାରତ ବର୍ଷ ହିଁ ମରିଯିବ।କାରଣ ଏହି ଏହି ଯୁବ ଶକ୍ତି ମଧ୍ୟ ରେ ଅନନ୍ତ ଶକ୍ତି ବିଦ୍ୟମାନ।  କିନ୍ତୁ ଆଜି ଦେଖା ଗଲାଣି ଯୁବ ସମାଜ ସଂପୂର୍ଣ୍ଣ ରୂପେ ପଙ୍ଗୁ ।ସମସ୍ତେ ନିଜ ନିଜର ସ୍ବାର୍ଥ ରେ ହିଁ ଜଡ଼ିତ। ଦେଶ ସମାଜ କୁ କିଏ ଅବା ପଚାରୁଛି !ନିଜ ସ୍ବାର୍ଥ ଠିକ୍ ତ ନିଜେ ଠିକ୍ ନ୍ୟାୟ ରେ ଚାଲିଛନ୍ତି ଆଜିର ଅନ୍ଧ ବୁଝାମଣା ଯୁବ ସମାଜ।କୁ ସଙ୍ଗରେ ପଡ଼ି ନିଜର ସମସ୍ତ ସାମର୍ଥ୍ୟ ହରେଇ ବସିଛନ୍ତି।ସେମାନଙ୍କ ମାର୍ଗ ଆଜି ମାର୍ଗ ହରା ହୋଇଯାଇଛି। ଦେଶ ର ଅନେକ ଯୁବ ପିଢ଼ି  ନିଶା  କବଳ ରେ। ନିଶା ସେମାନଙ୍କୁ ପାଗଳ କରିଦେଇଛି।  ସେଥିରୁ କିଭଳି ନିସ୍ତାର ପାଇବ ସେ ଜାଣି ନାହାନ୍ତି।  ଦେଶ ଆଜି ବହୁ ଆହ୍ବାନ ଦେଇ ଗତି କରୁଥିବା ବେଳେ ଆମର ଯୁବ ବର୍ଗ ସକାଳୁ ଆରମ୍ଭ କରି ରାତି ଶୋଇବା ପର୍ଯ୍ୟନ୍ତ ମୋବାଇଲ୍, whatsup ,ଫେସବୁକ୍ ରେ ଥିବା ରିଲ୍ କରିବା ରେ ବ୍ୟସ୍ତ । ଖବର କାଗଜ ତଥା ସମ୍ବାଦ  ପଢିବାକୁ ଆରମ୍ଭ କଲେ କେବଳ ଦୁର୍ନୀତି,ଅନିତି, ଶୋଷଣ। ଯେଉଁ ଯୁବ ଅଫିସର ନିଜ ପିତା ମାତା ଙ୍କ ଠାରୁ ଦୁର୍ନୀତି ନ କରିବା ପାଇଁ ଶପଥ କରି ଆସିଥାଏ,କିଛି ମାସ ମଧ୍ୟ ରେ ତାର ସବୁ ଶପଥ ପାଣି ରେ ମିଳଇ ଯାଏ। ବାର ବର୍ଷ ର ବାଳକ ବାଜି ରାଉତ ଇଂରେଜ ମାନଙ୍କ ସହ ଲଢ଼ି ନିଜର ମହାନ୍ ଜୀବନ କୁ ବାଜି ଲଗାଇ ଚାଲିଗଲା।ସେହି ମହାନ୍ ବାଳକ ଠାରୁ ଯୁବ ସମାଜ କଣ ଶିକ୍ଷା ପାଇଲେ ?ସମୟ ଆସିଛି,ଏହି ଯୁବ ସମାଜ କୁ ତାର ନିଦ୍ରା ,ଆଳସ୍ୟ ଭଙ୍ଗ କରି ଆଗେଇବାକୁ ପଡ଼ିବ।ସ୍ଵାମୀ ବିବେକାନନ୍ଦ ଙ୍କ ଚରେଇବତି ଚରେଇବତି  ଅଭିମନ୍ତ୍ର ନାଦ ରେ ପୃଥିବୀ ରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ପଡ଼ିବ। ନିସ୍ୱର୍ଥ ସେବା ମାଧ୍ୟମ ରେ ଭାରତ ର ନେତୃତ୍ୱ ନେବାକୁ ପଡିବ।ସ୍ୱାମୀଜୀ ଙ୍କ ଏହି ମର୍ମସ୍ପର୍ଶୀ ବାଣୀ କୁ ଆମେ ସମସ୍ତେ ଯଦି ନିଜ ଜୀବନରେ ପାଳନ କରିବା ତେବେ ଆମ ସାମଗ୍ରିକ ଉନ୍ନତି ଘଟିବ ସହ ବ୍ୟକ୍ତି,ସମାଜ,ରାଷ୍ଟ୍ର ଓ ପୃଥିବୀ ର ଚେତନା ରେ ପ୍ରଭୂତ ଉନ୍ନତି ହୋଇ ପାରିବ।ମାନବ ଆତ୍ମା ହେଉଛି ଶୁଦ୍ଧ।ଆତ୍ମା ର ଜନ୍ମ ନାହିଁ କିମ୍ବା ମୃତ୍ୟୁ ନାହିଁ ।ମୃତ୍ୟୁ ଭୟ ଏକ କୁ ସଂସ୍କାର।ମାନବ ହେଉଛି ଅମୃତ ର ସନ୍ତାନ।କେବେ ବି ମନ ରେ ନକାରାତ୍ମକ ଚିନ୍ତା ଧାରା ଆଣିବା ଅନୁଚିତ୍। ବଡ କଥା ହେଲା ନିଜ ଉପରେ ବିଶ୍ୱାସ।ଯେ ନିଜ କୁ ବିଶ୍ୱାସ କରେ ନାହିଁ ସେ ନାସ୍ତିକ।ନିଜ କୁ ଦୁର୍ବଳ,ପାପି, ଓ ହତଭାଗ ବୋଲି ଭାବିବା ସବୁଠାରୁ ବଡ ପାପ ।ପୃଥିବୀ ର ସକଳ ଶକ୍ତି ଆମ ଭିତରେ ହିଁ ରହିଛି।

ଆମେ ନିଜ ଆଖି ବନ୍ଦ କରି ସବୁଆଡ  ଅନ୍ଧାର ବୋଲି ଚିତ୍କାର କରୁଚୁ।ହାତ କାଢ଼ି ନେଲେ ଦେଖିବା ପ୍ରଥମ ରୁ ହିଁ ଆଲୋକ ଥିଲା ଅନ୍ଧକାର କେବେ ବି  ନ ଥିଲା।ଭାରତୀୟ ନାରୀ ଓ ଯୁବ ସମାଜ କୁ ସ୍ଵାମୀ ବିବେକାନନ୍ଦ ଯେଉଁ ଆହ୍ବାନ ଦେଇଥିଲେ,ତାହା କେବେ ମଧ୍ୟ ଯୁବ ପିଢ଼ି ଭୁଲିବା ଉଚିତ୍ ନୁହେଁ।ସେ କହୁଥିଲେ,ହେ ଭାରତ !ଭୁଲ ନାହିଁ ତୁମ ନାରୀ ଜାତି ର ଆଦର୍ଶ ସୀତା ସାବିତ୍ରୀ,ଦମୟନ୍ତୀ।ଭୁଲ ନାହିଁ ତୁମର ଉପାସ୍ୟ ଉମାନଥ ସର୍ବତ୍ୟଗୀ ଶଙ୍କର। ଭୁଲ ନାହିଁ ତୁମର ବିବାହ,ତୁମର  ଧନ ଜୀବନ ଇନ୍ଦ୍ରିୟ ସୁଖ ପାଇଁ ନୁହେଁ।ଭୁଲ ନାହିଁ ନୀଚ୍ଚ,ମୂର୍ଖ,ଦାରିଦ୍ର୍ୟ, ଅଜ୍ଞ,ମୋଚି,ମେହେନ୍ତର,ତୁମର ରକ୍ତ ତୁମର ଭାଇ।ସଦର୍ପେ କୁହ ମୂର୍ଖ ଭାରତ ବାସି,ଦରିଦ୍ର ଭାରତ ବାସି ଚଣ୍ଡଳ ଭାରତ ବସି ଏ ସବୁ ମୋର ଭାଇ।ଭାରତ ର ମାଟି  ମୋର ସ୍ବର୍ଗ,ଭାରତ ର କଲ୍ୟାଣ ରେ ମୋର କଲ୍ୟାଣ,ଦିନ ରାତି କୁହ, ହେ ଗୌରୀନଥ,ଜଗଦମ୍ବେ ମୋତେ ମନୁଷ୍ୟତ୍ଵ ଦିଅ,ମୋର ଦୁର୍ବଳତା କାପୁରୁଷତା  ଦୂର କର।ମୋତେ ମନୁଷ୍ୟ କର।ଏବେ ବି ସମୟ ଅଛି,ଆମର ଯୁବ ଭାଇ ଭଉଣୀ ମାନେ ନିଜର ସମସ୍ତ ସ୍ବାର୍ଥ କୁ ଜଳାଞ୍ଜଳି ଦେଇ ଭାରତ ମାତା ର ଜଣେ ସୁଯୋଗ୍ୟ ସନ୍ତାନ ରୂପେ ଶିବ ଜ୍ଞାନ ରେ ଜୀବ ସେବା କରି ମହିମା ମଣ୍ଡିତ ହୁଅନ୍ତୁ।

ପ୍ରଭାତ କୁମାର ମହାପାତ୍ର,  ସ୍ଵାମୀ ବିବେକାନନ୍ଦ ବନ ଭାରତୀ ବିଦ୍ୟାପୀଠ,କୋରାପୁଟ
ମୋବାଇଲ୍ 7894005455

Comments are closed.