ପଞ୍ଚାୟତ କାର୍ଯ୍ୟଳୟକୁ ଚାଉଳ ନେବାକୁ ଯାଇ ଟଳିପଡିଲେ ଯୁବକ ।

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଁଶୁଣୀ ପଂଚାୟତରେ ଘଟିଛି ଏକ ଅଘଟଣ । ଚାଉଳ ନେବାକୁ ଯାଇ ପଂଚାୟତର ବାରଣ୍ଡାରେ ବସିଥିବା ବେଳେ ଅଚାନକ ଟଳି ପଡିଲେ ଜଣେ ଯୁବକ ।ଆଜି ସକାଳୁ ବାଉଁଶୁଣୀ ପଂଚାୟତ ଫବସି ଗାଁର ଭାଗୀରଥୀ ଭୁଏଙ୍କ ପୁଅ ବିକେଶ ଭୁଏ ପଂଚାୟତ କାର୍ଯ୍ୟାଳୟକୁ ଚାଉଳ ନେବା ପାଇଁ ଯାଇଥିଲେ । ସେଠାରେ ସେ ବାରଣ୍ଡାରେ ବସିଥିବା ସମୟରେ ହଠାତ ଟଳି ପଡିଥିଲେ । ସଙ୍ଗେ , ସଙ୍ଗେ ଗାଁଲୋକ ବିକେଶଙ୍କୁ ବିନିକା ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପରେ ବିନିକା ପୋଲିସ ପଂହଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ଅନୁସନ୍ଧାନ ଜାରୀ ରଖିଛି ।ତେବେ କଣ ପାଇଁ ବିକେଶଙ୍କ ମୃତ୍ୟୁ ହେଲା ତାହା ଜଣା ପଡିନାହିଁ ।

Comments are closed.